କରୋନା ପ୍ରତିରୋଧ ପାଇଁ ଆଉ ଦୁଇପାଦ ଆଗେଇଲା ରାଜ୍ୟ ସ୍କାଉଟ ଗାଇଡ୍ ସଂଗଠନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ପ୍ରତ୍ୟେକ ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଜନସାଧାରଣଙ୍କୁ ଯଥାଶକ୍ତି ସହାୟତା ପ୍ରଦାନ କରିଆସିଛି । ଅଧୁନା ମହାମାରି ରୂପ ନେଇଥିବା କରୋନା ଭାଇରସର ମୁକାବିଲା ପାଇଁ ମଧ୍ୟ ରାଜ୍ୟ ସଂଗଠନ ତାହାର କାର୍ଯ୍ୟ ଅବ୍ୟାହତ ରଖିଛି । ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନମାନଙ୍କୁ ନେଇ ଏକ ବ୍ରିଗେଡ ଗଠନ କରି ସାରା ରାଜ୍ୟରେ ବ୍ୟାନର ଓ ପ୍ରଚାର ପତ୍ର ମାଧ୍ୟମରେ ଜନସାଧାରଣଙ୍କୁ କରୋନା ପ୍ରତିରୋଧର ସଚେତନ ସୃଷ୍ଟି କରିଚାଲିଛି । ଏଇ ବି୍ରଗେଡର ମେମ୍ବର ସ୍କାଉଟ ମାଷ୍ଟର ଓ ଗାଇଡ୍ କ୍ୟାପଟେନମାନେ ନିଜ ନିଜ ଅଞ୍ଚଳରେ ଆଶା ଏବଂ ଅଙ୍ଗନୱାଡି କର୍ମୀଙ୍କ ସହିତ ମିଶି ସାଧାରଣ ଲୋକଙ୍କୁ ହାତଧୂଆ ପ୍ରଣାଳୀ ଶିଖାଇବା ସହିତ ହାତଧୂଆ ସାମଗ୍ରୀ ସାନିଟାଇଜର ଓ ଆବଶ୍ୟକ ସ୍ଥଳେ ମାସ୍କ ମଧ୍ୟ ବଣ୍ଟନ କରି ଲୋକମାନଙ୍କୁ ସଚେତନ କରିବାର ପ୍ରୟାସ ଜାରି ରଖିଛନ୍ତି ଏବଂ ଭୟ ନକରି ଏହି ମହାମାରିକୁ ପ୍ରତିରୋଧ କରିବା ଲାଗି ଜନସାଧାରଣଙ୍କୁ ମାନସିକ ସ୍ତରରେ ପ୍ରସ୍ତୁତ କରୁଛନ୍ତି । ରାଜ୍ୟ ମୁଖ୍ୟ କମିଶନର ଡଃ କାଳିପ୍ରସାଦ ମିଶ୍ରଙ୍କ ନିଦେ୍ର୍ଦଶ ମୁତାବକ ସମସ୍ତ ଜିଲ୍ଲାରେ ଏହି ବି୍ରଗେଡ ଜରିଆରେ କରୋନା ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ ଚାଲୁ ରହିଛି । ଆଜି ଫେସ୍ବୁକ୍ ଏବଂ ହ୍ୱାଟସ୍ଅପରେ ମୁଖ୍ୟକମିଶନର ସମସ୍ତ ବ୍ରିଗେଡ୍ ମେମ୍ବରମାନଙ୍କୁ ସେମାନଙ୍କର କାମ ଲାଗି ଧନ୍ୟବାଦ ଦେଇ ନିଜର ସ୍ୱାସ୍ଥ୍ୟ ପ୍ରତି ଦୃଷ୍ଟି ଦେଇ, ସାବଧାନର ସହ ଏହି ସଚେତନତା ପ୍ରଚାର କରିବାକୁ ଅନୁରୋଧ କରିଛନ୍ତି ।

୩୦ ନମ୍ବର ୱାର୍ଡ଼ରେ ସଚେତନତା ଶିବିର
ଭୁବନେଶ୍ୱର ମହାନଗର ନିଗମ ଅଧିନସ୍ଥ ୩୦ ନମ୍ବର ୱାର୍ଡ଼ ତରଫରୁ ପୂର୍ବତନ କର୍ପୋରେଟର ରମାକାନ୍ତ ସାମନ୍ତରାୟଙ୍କ ସହାୟତାରେ ନୂଆସାହି ଓ ନୂଆପଲ୍ଲୀ ଛକରେ କରୋନା ପାଇଁ ସଚେତନତା ଶିବିରର ଆୟୋଜନ କରାଯାଇଥିଲା । କରୋନାକୁ ମୁକାବିଲା କରିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ହାତ ଧୋଇବା, ମାସ୍କ ବ୍ୟବହାର କରିବା, ଘର ଓ ଏହାର ଚତୁଃପାଶ୍ୱର୍ରେ ସଫାସୁତୁରା ରଖିବା ଏବଂ ଜରୁରୀ କାମ ନଥିଲେ ବାହାରେ ନ ବୁଲିବା ପାଇଁ ଅନେକ ଉପଦେଶ ଓ ପରାମର୍ଶ ଦିଆଯାଇଥିଲା । ଏହା ଛଡ଼ା ଖାଇବା ପୂର୍ବରୁ ଏବଂ କାମଦାମ ସାରିବା ପରେ ସାନିଟାଇଜର ବ୍ୟବହାର କରିବା କିମ୍ବା ସାବୁନରେ ହାତ ଭଲଭାବେ ଧୋଇବା ଉପାୟ ଅବଲମ୍ବନ କରିବା ମଧ୍ୟ ଜନସାଧାରଣଙ୍କୁ ଶ୍ରୀ ସାମନ୍ତରାୟ ବୁଝାଇଥିେôଲ । ଏହି ସଭାରେ ସ୍ଥାନୀୟ ଜନସାଧାରଣଙ୍କୁ ୧୦୦ରୁ ଉଦ୍ଧ୍ୱର୍ ଲାଇଫବଏ ସାବୁନ୍ ଏବଂ ମାସ୍କ ବଣ୍ଟନ କରାଯାଇଥିଲା । ଉକ୍ତ ସଭାରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମନ୍ଦଳୀର ବିଜୁ ଜନତା ଦଳର ସଭାପତି ତଥା ସମାଜସେବୀ ରବୀନ୍ଦ୍ରନାଥ ଛୋଟରାୟ, ରାକେଶ ମହନ୍ତ, ସାଗର ବଳବନ୍ତରାୟ, ରୋଜାଲିନ ପଟ୍ଟନାୟକ, ଏସ୍ଏଚ୍ଜି ସଭାନେତ୍ରୀ ଗୀତା ମିଶ୍ର, ପୂର୍ବତନ ପ୍ରଶାସକ ଅଭିନ୍ନ ଚନ୍ଦ୍ର କର, ରଞ୍ଜିତା ସାହୁ, ନିଳିମା ବଳବନ୍ତରାୟ ଏବଂ ପୂର୍ବତନ ସାଂସଦଙ୍କ ପ୍ରତିନିଧି ଦୁଃଶାସନ ଗୁମାନ ସିଂ ପ୍ରମୁଖ ଉପସ୍ଥିତ ଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*