କରୋନା ପାଣ୍ଠି ହଡ଼ପ ଅଭିଯୋଗ ବ୍ରାଜିଲ ସାଂସଦଙ୍କ ଅଣ୍ଡରୱେରରୁ ଜବତ ହେଲା ୩ଲକ୍ଷ ୮୮ହଜାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ରିୟୋ ଡି ଜେନେରିୟୋ

ବ୍ରାଜିଲରେ କରୋନା ଭାଇରସର ବୃଦ୍ଧି ମାମଲା ଭିତରେ ଏବେ ଜୋର ଧରିଛି କରୋନା ପାଣ୍ଠି ହଡପ ଅଭିଯୋଗ । ଏହି କ୍ରମରେ ଯାଞ୍ଚ ଏଜେନ୍ସୀର ଏକ ଚଢାଉରେ ଧରାପଡିଛନ୍ତି ରାଷ୍ଟ୍ରପତି ଜେୟର ବୋଲସନାରେଙ୍କ ଦଳର ଜଣେ ସାଂସଦ । ଏହି ସାଂସଦ ଚିକୋ ରୋଡି୍ରଗସ୍‌ ନିଜ ଅନ୍ଦରୱେରରେ ୩ଲକ୍ଷ ୮୮ହଜାର ଟଙ୍କା ଲୁଚାଇଥିଲା ବେଳେ ଧରାପଡିଥିଲେ ଏଜେନ୍ସୀ ହାତରେ ।
ଏଜେନ୍ସୀ ପକ୍ଷରୁ କୁହାଯାଇଛି ଯେ, ଆମକୁ କ୍ଷମତାରେ ଥିବା ଦଳର ସିନେଟର ଭ୍ରଷ୍ଟାଚାରରେ ସମ୍ପୃକ୍ତ ଥିବା ସୂଚନା ମିଳିଥିଲା । ଏହାପରେ ଆମେ ଉତ୍ତର ବ୍ରାଜିଲସ୍ଥିତ ରୋରିମା ରାଜ୍ୟର ଚିକୋ ରୋଡି୍ରଗସ୍‌ଙ୍କ ଘରେ ଚଢାଉ କରିଥିଲୁ । ତାଙ୍କ ଉପରେ ଅଭିଯୋଗ ଥିଲା ଯେ, ରୋରିମା ରାଜ୍ୟରେ କରୋନା ଭାଇରସ ମୁକାବିଲା ପାଇଁ ଦିଆଯାଇଥିବା ଅର୍ଥକୁ ସେ ହଡପ କରିଥିଲେ । ଏ ସମ୍ପର୍କରେ ସାଂସଦ ଚିକୋ କହିଛନ୍ତି ଯେ, ଏକ ମାମଲାରେ ପୁଲିସ୍‌ ମୋ ଘରେ ଯାଞ୍ଚ କରିଥିଲା । ତେବେ ଅନ୍ଦରୱେରରୁ ଟଙ୍କା ମିଳିବା ବିଷୟରେ ସେ କୌଣସି ସୂଚନା ଦେଇନାହାଁନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*