କରୋନା ଆତଙ୍କ, ବୁଦ୍ଧଦେବ ପଡିଆକୁ ଉଠିବ ଦୈନିକ ବଜାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ
ବୌଦ୍ଧ

କରୋନା ଭୂତାଣୁ ବିଶ୍ୱରେ ତା’ର କାୟା ବିସ୍ତାର କରିଚାଲିଥିବାବେଳେ ଏହାର ସଂକ୍ରମଣରୁ ବର୍ତ୍ତିବା ପାଇଁ କଟକଣା ମଧ୍ୟ ବଢିବାରେ ଲାଗିଛି । ଅନେକ ଜିଲ୍ଲାର ସୀମା ସିଲ ହୋଇସାରିଥିବାବେଳେ ବାହାରୁ ଫେରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ପଚରାଉଚୁରା କରାଯାଉଛି । ଜିଲ୍ଲାସ୍ତରରେ କରୋନାର ମୁକାବିଲା ପାଇଁ ପ୍ରସ୍ତୁତି ଜୋରଦାର ଭାବରେ କରାଯାଉଛି ।
କୌଣସି ସ୍ଥାନରେ ଜନଗହଳି ନ କରିବାକୁ ବାରମ୍ବାର ଡାକବାଜି ଯନ୍ତ୍ର ସାହାଯ୍ୟରେ ପ୍ରଶାସନ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଉଛି । ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଭି.ରଘୁନାଥ ରାଓ, ଉପଜିଲ୍ଲାପାଳ ଏନସି ଜ୍ୟୋତିରଞ୍ଜନ ନାଏକ ଓ ଏନଏସି ନିର୍ବାହୀ ଅଧିକାରୀ ଇଂ. ମନୋରଞ୍ଜନ ପନ୍ଦା ସୋମବାର ବ୍ୟକ୍ତିଗତ ଭାବରେ ବୁଲି ବୌଦ୍ଧର ଦୈନିକ ବଜାର ପରିସ୍ଥିତି ଅନୁଧ୍ୟାନ କରିଥିଲେ ।
ପନିପରିବା ବଜାରରେ ସତର୍କତା ଅବଲମ୍ବନ କରାଯାଉଥିଲେ ମଧ୍ୟ ସ୍ଥାନାଭାବ ଯୋଗୁଁ ଚାଷୀ ଓ ଗ୍ରାହକମାନଙ୍କ ମଧ୍ୟରେ ନିର୍ଦ୍ଦିଷ୍ଟ ଦୂରତା ରକ୍ଷା କରାଯାଇପାରୁନଥିବାରୁ ତୁରନ୍ତ ଦୈନିକ ବଜାରକୁ ଅସ୍ଥାୟୀ ଭାବରେ ବୁଦ୍ଧଦେବ ପଡିଆକୁ ଉଠାଇବାକୁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା । ଏ ସମ୍ପର୍କରେ ପୁଲିସ ଓ ପୌର କର୍ତ୍ତୃପକ୍ଷଙ୍କୁ ଜିଲ୍ଲାପାଳ ନିଦେ୍ର୍ଦଶ ଦେବା ସହିତ ବୁଧବାରଠାରୁ ବଜାର ପଡିଆକୁ ସ୍ଥାନାନ୍ତର ପାଇଁ ନିଦେ୍ର୍ଦଶ ଦେଇଥିଲେ । ସେହିପରି ବାରମ୍ବାର କଟକଣା ସତ୍ତ୍ୱେ ବିଭିନ୍ନ ସ୍ଥାନରେ ମାଛ ମାଂସ ବିକ୍ରି କରାଯାଉଥିବାରୁ ତାକୁ ମଧ୍ୟ କଡାକଡି ଭାବରେ ବନ୍ଦ କରି ନିର୍ଦ୍ଦିଷ୍ଟ ଜାଗାରେ ବିକ୍ରୟ କରାଯିବାକୁ ନିଦେ୍ର୍ଦଶ ଦିଆଯାଇଛି । ସଚେତନତା ସତ୍ୱେ ସାପ୍ତାହିକ ହାଟଗୁଡିକୁ ଚାଷୀମାନେ ଆସୁଥିବା ଦେଖିବାକୁ ମିଳୁଥିବାବେଳେ କଡାକଡି ଭାବରେ ହାଟ ବନ୍ଦ ରଖିବାକୁ ପ୍ରଶାସନ ପକ୍ଷରୁ ନିଦେ୍ର୍ଦଶ ଜାରି କରାଯାଇଛି । ବାହାର ରାଜ୍ୟରୁ ଫେରୁଥିବା ଦାଦନ ଶ୍ରମିକଙ୍କ ଉପରେ ସତର୍କ ଦୃଷ୍ଟି ରଖାଯାଉଛି । ବିଦେଶରେ ଚାକିରି କରୁଥିବା ଜିଲ୍ଲାର କିଛି ବ୍ୟକ୍ତି ଘରକୁ ଫେରିଥିବା ନେଇ ଗୁଜବ ହେଉଥିବାବେଳେ ପ୍ରଶାସନ ପକ୍ଷରୁ ସେ ସମ୍ପର୍କରେ ସମ୍ପୃକ୍ତ ପରିବାରମାନଙ୍କ ସହିତ ଯୋଗଯୋଗ କରି ତଥ୍ୟ ସଂଗ୍ରହ କରାଯାଉଛି ।
ଏହାବ୍ୟତୀତ ସାଧାରଣ ଲୋକ କିଛି ବି ସୂଚନା ପାଇଲେ ଜାରି କରାଯାଇଥିବା ହେଲ୍ପ ଲାଇନ ନମ୍ବରରେ ସୂଚନା ଦେବାକୁ ଅନୁରୋଧ କରାଯାଇଛି । ବୌଦ୍ଧ ଜିଲ୍ଲାର ୯୦ ଭାଗ ଲୋକ ଚାଷ ଓ ଦିନ ମଜୁରୀ ଉପରେ ନିର୍ଭର କରି ପରିବାର ପ୍ରତିପୋଷଣ କରୁଥିବାବେଳେ କରୋନା ଭଳି ମହାମାରୀର ଯେପରି ସଂକ୍ରମଣର ଶିକାର କେହି ନ ହେବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବାରମ୍ବାର ସଚେତନତା କରାଯାଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*