କରୋନାରେ ଚାଲିଗଲେ ରେଳ ରାଷ୍ଟ୍ରମନ୍ତ୍ରୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ
କରୋନାସ୍ଥିତି ଦେଶରେ ଅସମ୍ଭାଳ ହେବାରେ ଲାଗିଛି । ଦୈନିକ ୧ହଜାରରୁ ଅଧିକ ଜୀବନ କେରାନା ନେଉଥିଲା ବେଳେ ବୁଧବାର ରେଳ ରାଷ୍ଟ୍ରମନ୍ତ୍ରୀ ସୁରେଶ ଅଙ୍ଗଦିଙ୍କ ପରଲୋକ ହୋଇଛି । ମୋଦୀ ସରକାରର ପ୍ରଥମ ମନ୍ତ୍ରୀ ଭାବେ କରୋନା ଶିକାର ହୋଇଛନ୍ତି ଅଙ୍ଗଦି । ୬୫ବର୍ଷିୟ ଅଙ୍ଗଦି ଗତ ୧୧ତାରିଖରେ କରୋନା ସଂକ୍ରମିତ ହୋଇଥିଲେ । ତାଙ୍କୁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା । କର୍ଣ୍ଣାଟକର ବେଲଗ୍ରାମ ଲୋକସଭା ସାଂସଦ ଅଙ୍ଗଦିଙ୍କ ଶେଷ କୃତ୍ୟ ଗୁରୁବାର ନୂଆଦିଲ୍ଲୀରେ କରାଯିବ । ମୋଦୀ ମନ୍ତ୍ରିମନ୍ଦଳର ପ୍ରଥମ ସଦସ୍ୟ ଭାବେ ଅଙ୍ଗଦିଙ୍କ ପରଲୋକ ହୋଇଥିଲାବେଳେ ସେ ୪ଥର ସାଂସଦ ରହିଛନ୍ତି । ଅନ୍ୟପଟେ ଅଙ୍ଗଦି କର୍ଣ୍ଣାଟକର ଦ୍ୱିତୀୟ ସାଂସଦ ଯିଏ କରୋନା ଶିକାର ହୋଇଛନ୍ତି । ଅଙ୍ଗଦିଙ୍କ ପରଲୋକରେ ବିଭିନ୍ନ ମହଲରେ ଶୋକ ପ୍ରକଟ କରାଯାଇଛି ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜ ଶୋକବାର୍ତ୍ତାରେ କହିଛନ୍ତି ଯେ, ସୁରେଶ ଅଙ୍ଗଦିଙ୍କ ଅସାମୟିକ ବିୟୋଗକୁ ନେଇ ମୁଁ ସ୍ତବ୍ଧ । ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ଯେ, ସୁରେଶ ଅଙ୍ଗଦି ଜଣେ ଅସାଧାରଣ କର୍ମକର୍ତ୍ତା ଥିଲେ । କର୍ଣ୍ଣାଟକରେ ଦଳର ସ୍ଥିତିକୁ ମଜଭୁତ କରିବା ପାଇଁ ସେ କଠିନ ପରିଶ୍ରମ କରିଛନ୍ତି । ସେ ଜଣେ ସମର୍ପିତ ସାଂସଦ ଏବଂ ପ୍ରଭାବଶାଳୀ ମନ୍ତ୍ରୀ ମଧ୍ୟ ଥିଲେ । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିଜ ଶୋକବାର୍ତ୍ତାରେ କହିଛନ୍ତି ଯେ, ଏହା ଅବିଶ୍ୱସନୀୟ । ତାଙ୍କ ପରଲୋକ କର୍ଣ୍ଣାଟକ ଏବଂ ଦଳ ପାଇଁ ବଡ଼ କ୍ଷତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*