କରଞ୍ଜିଆ ବନଖଣ୍ଡରେ ହାତୀ ଉପଦ୍ରବ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କରଞ୍ଜିଆ

କରଞ୍ଜିଆ ଉପଖନ୍ଦରେ ହାତୀ ଉପଦ୍ରବ ଦିନକୁ ଦିନ ବଢିବାରେ ଲାଗିଛି । ଏହାର ମୁଖ୍ୟ କାରଣ ହେଉଛି ଜଙ୍ଗଲ ନଷ୍ଟ । ପ୍ରତିବର୍ଷ ପରି ଚଳିତବର୍ଷ ମଧ୍ୟ ହାତୀପଲ କରଞ୍ଜିଆ ଉପଖନ୍ଦକୁ ଆସିଛନ୍ତି ୫୪ ଟି ହାତୀ । ବନବିଭାଗର ସବୁ ପ୍ରକାର ଚେଷ୍ଟା ଫେଲ୍ ମାରୁଛି କାରଣ ହାତୀପଲ କରଞ୍ଜିଆ ଉପଖନ୍ଦରେ ପ୍ରଚୁର ପରିମାଣରେ ଧାନ ଫସଲ ଖାଉଛନ୍ତି ଏବଂ ଯାଉ ନାହାଁନ୍ତି । ହାତୀପଲ ଦୁଇଟି ପର୍ଯ୍ୟାୟରେ ଆସିଛନ୍ତି । ଗୋଟିଏ ଗୋଷ୍ଠୀରେ ୨୨ଟି ଥିବାବେଳେ ଅନ୍ୟ ଗୋଷ୍ଠୀରେ ୩୨ଟି ହାତୀପଲ ଥିବାର ଶନିବାର ଦିନ ବନବିଭାଗ ସୂଚନା ଦେଇଥିଲେ । ଶନିବାର ଦିନ ୨୨ଟି ହାତୀପଲକୁ ଶିରିମୁନିପୁର ଝାରଖନ୍ଦ ରାଜ୍ୟକୁ ପଠେଇ ଦିଆଯାଇଥିଲା । କିନ୍ତୁ ସେଠାରେ ହାତୀପଲଙ୍କ ଚଲାପଥ ଅବରୋଧ କରିବାରୁ ପୁଣି ସୁକୃଲି ବ୍ଲକର କୁଜିଆମ ଜଙ୍ଗଲକୁ ଫେରିଆସି ଥିଲେ । ଏହି ହାତୀପଲକୁ ସନ୍ଧ୍ୟା ସମୟରେ ରରୁଆ ବ୍ଲକର ଜାମୁନାଳିଆ ନିକଟରେ ଦେଖିବାକୁ ମିଳିଥିଲା । ଏହି ହାତୀପଲକୁ ଝାରଖନ୍ଦ ରାଜ୍ୟକୁ ପଠେଇବାକୁ ଉଦ୍ୟମ ଜାରି ରହିଛି । ଅନ୍ୟ ୩୨ଟି ହାତୀପଲ ଶନିବାର ରାତିରେ କୁଜିଆମ ଜଙ୍ଗଲରୁ ଆସି ରାମଚନ୍ଦ୍ରପୁର ପାଖରେ କ୍ରୋସର ନିକଟରେ ଥିବା ଜଙ୍ଗଲରେ ସ୍ଥାନୀୟ ଲୋକମାନେ ଦେଖିବାକୁ ପାଇଥିଲେ । ଏହି ହାତୀପଲ ଦିନ ବେଳେ ଜଙ୍ଗଲ ରହୁଥିବା ବେଳେ ରାତିରେ ଚାଷ ଜମିରେ ପ୍ରଚୁର ପରିମାଣରେ ଧାନ ଫସଲ ଖାଇବା ସହିତ ମାଡି ନଷ୍ଟ କରୁଛନ୍ତି । ଏହି ହାତୀପଲକୁ ନେଇ ବିଭିନ୍ନ ମତ ପ୍ରକାଶ ପାଇଛି । ବନବିଭାଗ ପକ୍ଷରୁ ଭିନ୍ନ ଭିନ୍ନ ମତ ପ୍ରକାଶ ପାଇଛି କିଏ କହୁଛି ୩୨ ଟି ଆଉ କିଏ କହୁଛି ୧୭ ଟି ହାତୀ ଆଉ କିଏ କହୁଛି ୧୩ ଟି । ଦିନବେଳେ ଜଙ୍ଗଲରେ ରହୁଥିବାବେଳେ ଅନ୍ଧାର ରାତିରେ ହାତୀପଲ ଗଣିବା ସମ୍ଭବ ହେଇପାରୁନଥିବାର କିଛି ବନବିଭାଗ କର୍ମଚାରୀ ପକ୍ଷରୁ ସୂଚନା ମିଳିଛି । ହାତୀ ଓ ମଣିଷକୁ ସୁରକ୍ଷା ଦେବା ପାଇଁ ଦୁଇଟି ଟିମ୍ ଗଠନ କରାଯାଇଛି । ଦୁଇଟି ହାତୀପଲ ଗୋଷ୍ଠୀକୁ ଅଲଗା ଅଲଗା ଘଡେଇବାକୁ ଉଦ୍ୟମ ଜାରି ରଖାଯାଇଛି । ଶନିବାର ରାତିରେ କୁଜିଆମ, ଜେଟମା, ତଲଙ୍ଗା, ରାମଚନ୍ଦ୍ରପୁର ଆଖ ପାଖ ଗାଁଗୁଡିକର ଧାନ ଫସଲ ନଷ୍ଟ କରିବା ସହିତ ହାତୀପଲ ଖାଇଦେଉଛନ୍ତି । ଏହି ହାତୀପଲ ସୁକୃଲି, ରରୁଆ, କରଞ୍ଜିଆ ଓ ଯଶିପୁର ବ୍ଲକର ଅନେକ ଗାଁ ଲୋକ ଆତଙ୍କିତ ଅବସ୍ଥାରେ ଅଛନ୍ତି । ଏହି ହାତୀପଲ କେଉଁଠିକି ଯିବା କେହିବି ଜାଣି ପାରୁନାହାଁନ୍ତି ସେଇଥି ପାଇଁ ଅଧିକାଂଶ ଗାଁ ଲୋକ ରାତି ସାରା ନଶୋଇ ଜଗୀରହିଛନ୍ତି । ସୂଚନାଥାଉ ହାତୀ ଆକ୍ରମଣ ଯୋଗୁଁ ମଣିଷ ମୃତୁ୍ୟ ହେଲେ ରାଜ୍ୟ ସରକାରଙ୍କ ତରଫରୁ ୪ଲକ୍ଷ ଟଙ୍କା, ମଣିଷ ଚିରସ୍ଥାୟୀ ଅକ୍ଷମ ହେଲେ ଏକ ଲକ୍ଷଟଙ୍କା, ମଣିଷ ଆଂଶିକ ଅକ୍ଷମ ହେଲେ ୫ ହଜାର ଟଙ୍କା, ଶାବକ ଗୃହ ପାଳିତ ପଶୁ ମୃତୁ୍ୟ ହେଲେ ୨ ହଜାର, ଧାନ ଫସଲ ପାଇଁ ୧୦ ହଜାର, ପନିପରିବା ପାଇଁ ୧୨ ହଜାର, ସମ୍ପୂର୍ଣ୍ଣ ଘର ଭାଙ୍ଗିଲେ ୧୨ ହଜାର, ଆଂଶିକ ଗୃହ ନଷ୍ଟ କଲେ ୨ହଜାର ଟଙ୍କା ଓ ଛେଳି ଓ ମେଣ୍ଢା ମୃତୁ୍ୟ ପାଇଁ ୭୫୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଯାହାକି ସମୁଦ୍ରକୁ ଶଙ୍ଖେ ସ୍ୱଦୃଶ୍ୟ । ହାତୀ ଆକ୍ରମଣରେ କ୍ଷୟକ୍ଷତି ଟଙ୍କା ବୃଦ୍ଧି କରିବାକୁ ସାଧାରଣରେ ଦାବି ହେଉଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*