କମିଶନରେଟ୍‌ ପୁଲିସ ଜାଲରେ ୫ ନିଶା ବେପାରୀ ୪୪ କେଜି ଗଞ୍ଜେଇ ସହ କାର, ଟଙ୍କା ଓ ୫ ମୋବାଇଲ ଜବତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ରାଜଧାନୀରେ ପୁଣି ମାତିଲେ ଗଞ୍ଜେଇ ମାଫିଆ । ଦିନ ଦ୍ୱିପ୍ରହରରେ କମିଶନରେଟ୍‌ ପୁଲିସକୁ ଚ୍ୟାଲେଞ୍ଜ ଦେଇ ଅପରାଧୀମାନେ ନିଶା କାରବାର କରୁଛନ୍ତି । ଦୁଇଟି ସ୍ଥାନରେ କମିଶନରେଟ୍‌ ପୁଲିସ ଚଢାÿଉ କରି ୫ ପେସାଦାର ନିଶା ବେପାରୀଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ କରାଯାଇଛି । ଗିରଫ ୫ ଅଭିଯୁକ୍ତମାନେ ହେଲେ ଖନ୍ଦଗିରି ଥାନାର ବିହାର ମୋତିହାରୀ ଜିଲ୍ଲା ଦିଗାଲ ଗ୍ରାମର ରବିନ୍‌ ମହାନ୍ତି, ବିହାର ମୋତିହାରୀ ଜିଲ୍ଲାର ମୁକେଶ ଦାସ ଏବଂ ଟୁଲୁ ସାହୁ । ସେହିଭଳି ଲକ୍ଷ୍ମୀସାଗର ଥାନା ପୁଲିସ ଦୁଇ ନିଶା ବେପାରୀଙ୍କୁ ଗିରଫ କରିଛି । ଗିରଫ ଦୁଇ ଗଞ୍ଜେଇ ବେପାରୀ ହେଲେ ଲକ୍ଷ୍ମୀସାଗର ଲେଙ୍କା ସାହିର ପ୍ରଶ୍ନନ ରାଉତରାୟ ଓ ବାୟାବାବା ମଠସାହିର ଅଶୋକ ପାତ୍ର । ଗିରଫ ଗଞ୍ଜେଇ ବେପାରୀଙ୍କଠାରୁ ପୁଲିସ ୪୪ କେଜି ଗଞ୍ଜେଇ,୨ ହଜାର ଟଙ୍କା, କାର ଓ ୫ଟି ମୋବାଇଲ ଫୋନ୍‌ ଜବତ କରିଛି ।
ସୂଚନାଯୋଗ୍ୟ ଯେ, ରାଜଧାନୀରେ ପୁଣି ନିଶା ବେପାରୀ ସକି୍ରୟ । ବେପାରୀମାନେ କନ୍ଧମାଳ ଓ ଫୁଲବାଣୀ ଅଞ୍ଚଳରୁ ଗଞ୍ଜେଇ ଓ ବ୍ରାଉନସାଗର ଆଣି ରାଜଧାନୀରେ ସପ୍ଳାୟୀ କରୁଛନ୍ତି । କେତେବେଳେ ଟ୍ରେନରେ ତ ଆଉ କେତେବେଳେ ବସ୍‌ରେ । ଆଉ କେତେବେଳେ ହାଇପ୍ରୋଫାଇଲ କାର୍‌ରେ ମଧ୍ୟ ଗଞ୍ଜେଇ ଚୋରା ଚାଲାଣ କରୁଛନ୍ତି । ୧୦ ଦିନରେ କମିଶନରେଟ୍‌ ପୁଲିସ ୩ଟି ହାଇପ୍ରୋଫାଇଲ କାର୍‌କୁ ଜବତ କରିବା ସହ ସେଥିରୁ କ୍ୱିଣ୍ଟାଲ କ୍ୱିଣ୍ଟାଲ ଗଞ୍ଜେଇ ଜବତ କରିଥିଲା । କମିଶନରେଟ୍‌ ପୁଲିସର ୨ଟି ଥାନା ପୁଲିସ ଓ କୁ୍ୟଏଟି ଟିମ ମିଳିତ ଭାବେ ୫ ଜଣ ଗଞ୍ଜେଇ ବେପାରୀଙ୍କୁ ଗିରଫ କରିଛନ୍ତି । ଗିରଫ ପରେ ସେମାନଙ୍କଠାରୁ ୪୪ କେଜି ଗଞ୍ଜେଇ ମଧ୍ୟ ଜବତ କରାଯାଇଛି । ସବୁଦିନ ଭଳି, ସୋମବାର ଦିନ ଫୁଲବାଣୀରୁ ଏକ ବସ୍‌ରେ ୩ ଜଣ ଯୁବକ ଗଞ୍ଜେଇ ଆଣୁଥିବା ଖବର ପ୍ରଥମେ ଖନ୍ଦଗିରି ଥାନା ଅଧିକାରୀ ପଦ୍ମନାଭ ପ୍ରଧାନ ଜାଣିବା ପରେ ସଙ୍ଗେ ସଙ୍ଗେ ଖନ୍ଦଗିରି ଥାନାର ଏସ୍‌ଆଇ ସଞ୍ଜୟ କୁମାର ସେନ୍ଦଙ୍କ ସହ ଏକ ଟିମ ପଠାଇ ଭୋର ସମୟରେ ବରମୁନ୍ଦା ବସଷ୍ଟାନ୍ଦରେ ଚଢ଼ାଉ କରିଥିଲେ । ପରେ ବସ ଭିତରୁ ୩ ଜଣଙ୍କୁ ଗିରଫ କରିବା ସହ ସେମାନଙ୍କଠାରୁ ୧୩ କେଜିର ଗଞ୍ଜେଇ, ୩ଟି ଫୋନ୍‌ ଓ ୧୫ ଶହ ଟଙ୍କା ଜବତ କରାଯାଇଛି । ସେହିଭଳି ମଙ୍ଗଳବାର ଦିନ ମଧ୍ୟ ଦିନ ୨ଟା ସମୟରେ ୨ ଜଣ ଯୁବକ ଏକ ଓଆର୦୨-ଏଫ୍‌-୩୬୦୧ ନମ୍ବର ଥିବା ଏକ କାରରେ ଗଞ୍ଜେଇ ଆଣୁଥିବା କୁ୍ୟଏଟି ମୁଖ୍ୟ ସୁଭେନ୍ଦୁ ସାହୁ ଜାଣିବାକୁ ପାଇଥିଲେ । ଖବର ପାଇବା ପରେ ଶ୍ରୀ ସାହୁ ଟିମ ନେଇ ଲକ୍ଷ୍ମୀସାଗର ଥାନା ଅଧିକାରୀ ଭରତ ସାହୁଙ୍କୁ ଖବର ଦେଇଥିଲେ । ଖବର ପାଇବା ପରେ ଉଭୟେ ଟିମ ଝାରପଡ଼ା ଛକ ଓ ହଳଦୀପଡ଼ିଆ ବସ୍ତି ଠାରେ ଛପି ବସିଥିଲେ । ସେହି ସମୟରେ କାର ଟି ଝାରପଡ଼ା ମେଳନ ପଡ଼ିଆ ଦେଇ ଆସିବା ସମୟରେ ଟିମ ସେମାନଙ୍କୁ ମାଡ଼ି ବସିଥିଲା । ପରେ ସେମାନଙ୍କଠାରୁ ୩୧ କେଜି ଗଞ୍ଜେଇ ଜବତ କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*