କମଲନାଥ-ସିନ୍ଧିଆ ବିବାଦ ସମାଧାନ!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଭୋପାଳ

ମଧ୍ୟପ୍ରଦେଶରେ କଂଗ୍ରେସର ସରକାର ଗଠନ ପରେ ମୁଖ୍ୟମନ୍ତ୍ରୀ କମଲନାଥ ଏବଂ କଂଗ୍ରେସ ମହାସଚିବ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କ ମଧ୍ୟରେ ବିବାଦ ପଦାକୁ ଆସିଛି । ଗତ କିଛିଦିନ ତଳେ ଏହା ମଧ୍ୟ ଚର୍ଚ୍ଚା ହେଉଥିଲା ଯେ, ସିନ୍ଧିଆ ଦଳ ଛାଡି ଆଉ ଏକ ନୂଆଦଳ ଗଠନ ପ୍ରକି୍ରୟାରେ ଅଛନ୍ତି । ହେଲେ ଗତ ସପ୍ତାହର ଏକ ଘଟଣା ଏହି ଦୁଇନେତାଙ୍କ ମଧ୍ୟରେ ବିବାଦ ଦୂର ହୋଇଥିବାର ସୂଚନା ଦିଏ ।
ଆୟୋଜିତ ଏକ ବିବାହ ଉତ୍ସବକୁ ଗତ ସପ୍ତାହରେ ଗୋଟିଏ ହେଲିକପ୍ଟରେ ପହଞ୍ଚିଥିଲେ କମଲନାଥ ଏବଂ ସିନ୍ଧିଆ । ଏହା ଦେଖିବା ପରେ ରାଜ୍ୟର କଂଗ୍ରେସ ନେତାମାନଙ୍କ ମଧ୍ୟରେ ଖୁସିର ଲହଡି ଖେଳିଯାଇଛି । ମୁରୈନା ଜିଲାର ଜୋରା ବିଧାୟକଙ୍କ ପରିବାରରେ ଏକ ବିବାହ ଉତ୍ସବ ଅନୁଷ୍ଠିତ ହୋଇଥିଲା । ବିବାହ ଉତ୍ସବରେ ଯୋଗ ଦେବା ପାଇଁ ସିନ୍ଧିଆ କାର୍‌ରେ ବାହାରିଥିଲେ । ହେଲେ ଏହି ବିବାହ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କୁ ମଧ୍ୟ ସାମିଲ ହେବାର ଥିଲା । ଏହାପରେ ସିନ୍ଧିଆ ମୁଖ୍ୟମନ୍ତ୍ରୀଙ୍କୁ ଫୋନ୍‌ କରିଥିଲେ । ଆଉ ଗୋଟିଏ ହେଲିକପ୍ଟରରେ ଯାତ୍ରା କରିଥିଲେ । ଘଟଣା ପରେ କଂଗ୍ରେସ ନେତାମାନେ ଆଶା କରୁଛନ୍ତି ଯେ, ଦୁଇ ବରିଷ୍ଠ ନେତାଙ୍କ ମଧ୍ୟରେ ଚାଲିଥିବା ବିବାଦ ସମାଧାନ ହୋଇଯାଇଛି । ଏଠାରେ ସୂଚନାଯୋଗ୍ୟ ଯେ, ଦୁଇଦିନ ତଳେ ଜଣେ କଂଗ୍ରେସ ବିଧାୟକ ଖୋଲାଖୋଲି କହିଥିଲେ ଯେ, ଯଦି ସିନ୍ଧିଆ ନୂଆ ଦଳ ଗଠନ କରନ୍ତି ତେବେ ମୁଁ ପ୍ରଥମ ନେତା ହେବି ଯିଏ ତାଙ୍କ ଦଳରେ ସାମିଲ ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*