କବାଡିବାଲାକୁ ଭୁଲ୍‌ରେ ଦେଇଥିଲେ ୫ଲକ୍ଷ ଟଙ୍କାର ଗହଣା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଚେନ୍ନାଇ
ତାମିଲନାଡୁର ରସିପୁରମ ସ୍ଥିତ ବିଗ୍ନେସ ନଗରରେ ରହୁଥିବା କଳାଦେବୀ ନାମକ ଜଣେ ମହିଳା ଭୁଲ କ୍ରମେ ସଫେଇ କର୍ମଚାରୀଙ୍କୁ ୫ଲକ୍ଷ ଟଙ୍କା ମୂଲ୍ୟର ଗହଣା ଦେଇ ଦେଇଥିଲେ । ଏତେ ଟଙ୍କାର ଗହଣା ପାଇବା ପରେ ମଧ୍ୟ ସଫେଇ କର୍ମଚାରୀଙ୍କ ମନରେ ସାମାନ୍ୟତମ ଲୋଭ ଦେଖିବାକୁ ମିଳିନଥିଲା । ନିଜର ସଚ୍ଚୋଟତା ପ୍ରତିପାଦିତ କରି ସେ ମହିଳାଙ୍କୁ ତାଙ୍କ ଗହଣା ଫେରସ୍ତ କରିଦେଇଥିଲେ ।
ସୂଚନା ଅନୁସାରେ କଳାଦେବୀ ଘରର ପୁରୁଣା କାଗଜପତ୍ର ସବୁକୁ କବାଡିଆଙ୍କୁ ବିକି୍ର କରିଥିଲେ । ହେଲେ ସେ ପରେ ଜାଣିଥିଲେ ଯେ, ଭିତରେ ୫ଲକ୍ଷ ମୂଲ୍ୟର ଗହଣା (ମଙ୍ଗଳସୂତ୍ର, ସୁନାଚୂଡି, ହୀରାମୁଦି) ରହିଥିଲା । ତୁରନ୍ତ ସେ ଉକ୍ତ କବାଡିବାଲାକୁ ଖୋଜିବାରେ ଲାଗିଥିଲେ, ମାତ୍ର ପାଇନଥିଲେ । ତେଣୁ ପୁଲିସରେ ଏତଲା ଦେଇଥିଲେ । ପୁଲିସ୍‌ ସିସିଟିଭି ଯାଞ୍ଚ କରି କବାଡିବାଲାକୁ ଚିହ୍ନଟ କରିଥିଲା । ଆଉ କବାଡିବାଲା ଜଣଙ୍କ ରଦିକାଗଜ ଭିତରେ ସୁଣାଗହଣା ଥିବା ବିଷୟ ସ୍ୱୀକାର କରିଥିଲା । କଳାଦେବୀଙ୍କ କହିବା ଅନୁସାରେ ଚୋରି ଭୟରେ ମୁଁ ସୁନାଗହଣାକୁ ଏହି ରଦିକାଗଜ ଭିତରେ ଲୁଚାଇ ରଖିଥିଲି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*