କପିଲଙ୍କ ନଟରାଜ ସଟ୍‌ର ନକଲ କଲେ ରଣବୀର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

୧୯୮୩ ମସିହାରେ କପିଲ ଦେବଙ୍କ ନେତୃତ୍ୱରେ ଭାରତୀୟ କି୍ରକେଟ ଦଳ ସମସ୍ତଙ୍କୁ ଚମକ୍ରୃତ କରି କି୍ରକେଟ ବିଶ୍ୱକପ୍‌ ପ୍ରଥମ କରି ଜିତିଥିଲା । ସେହି ବିଜୟ ଉପରେ ଆଧାରିତ କାହାଣୀକୁ ନେଇ ଏବେ ହିନ୍ଦୀ ସିନେମା ନିର୍ମିତ ହେଉଛି । ରଣବୀର ସିଂ କପିଲଙ୍କ ଭୂମିକା ନିଭାଉଛନ୍ତି । ସେହି ବିଶ୍ୱକପ୍‌ ବେଳେ କପିଲ ଜିମ୍ବାୱେ ବିପକ୍ଷରେ ୧୭୫ ରନ୍‌ର ଅବିଶ୍ୱସନୀୟ ଅପରାଜିତ ଇନିଂସ ଖେଳିଥିଲେ । ଆଉ ସେହି ଇନିଂସ ବେଳେ କପିଲଙ୍କର ଯେଉଁ ଫଟୋ ଅଧିକ ବ୍ୟବହାର ହୋଇଆସିଛି ତାହା ହେଉଛି ନଟରାଜ ସଟ୍‌ । ରଣବୀର ଏହି ଫିଲ୍ମ ସୁଟିଂ ବେଳେ ଅବିକଳ ସେହି ସଟ୍‌ ଖେଳିବା ସାଙ୍ଗକୁ ପୂରା କପିଲଙ୍କ ଭଳି ଦେଖାଯାଉଛନ୍ତି । ନିଜେ କପିଲ ମଧ୍ୟ ପ୍ରଶଂସାରେ ପୋତି ପକାଇଛନ୍ତି ରଣବୀର ସିଂଙ୍କୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*