କନୌଜରୁ ଅଖିଳେଶ ଲଢିବେ:ଡିମ୍ପଲ ସମ୍ଭାଳିବେ ପ୍ରଚାର ପ୍ରସାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଲକ୍ଷ୍ନୌ

କାନପୁର-ବୁନେ୍ଦଲଖନ୍ଦର କନୌଜ ଲୋକସଭା ଆସନ ଗତ କିଛିବର୍ଷ ଧରି ରହିଛି ସପା କବଜାରେ । ଭାଜପା ଏହି ସିଟ୍‌ ଉପରେ ରଖିଛି ବଡ଼ ନଜର । ଯେଉଁ କାରଣରୁ ଚଳିତ ଲୋକସଭା ନିର୍ବାଚନରେ ଭାଜପାକୁ ଚେକ୍‌ମେଟ୍‌ ଦେବା ପାଇଁ ସପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଅଖିଳେଶ ଏହି ଆସନରୁ ନିର୍ବାଚନ ଲଢିବେ ।
୨୦୧୪ରେ ମୋଦୀ ଲହର ସତ୍ୱେ ଅଖିଳେଶଙ୍କ ପନôୀ ଡିମ୍ପଲ ଯାଦବ ଏହି ଆସନରୁ ବିଜୟଲାଭ କରିଥିଲେ । ଏହି ଅଞ୍ଚଳର ୧୦ଟି ଲୋକସଭା ଆସନରୁ ୯ଟି ଜିତିଥିଲା ଭାଜପା । ଚର୍ଚ୍ଚା ହେଉଥିଲା ଯେ, ଆସନ୍ତା ନିର୍ବାଚନରେ ଡିମ୍ପଲ ମଧ୍ୟ ଏହି ଆସନରୁ ଲଢିବେ । ହେଲେ ନୂଆ ଋଣନୀତି ଅନୁଯାୟୀ ଡିମ୍ପଲ କନୌଜ ଲୋକସଭା ନିର୍ବାଚନ କ୍ଷେତ୍ରର ପ୍ରଚାର ଦାୟିତ୍ୱରେ ରହିବେ । ଫଳରେ ବିଧାନସଭା କ୍ଷେତ୍ରରେ ମଧ୍ୟ ସପା ନିଜକୁ ମଜବୁତ କରିପାରିବ । ଅନ୍ୟପଟେ ମୁଲାୟମ ସିଂ ଯାଦବ ଏଥର ମେନପୁରୀ ଆସନରୁ ନିର୍ବାଚନ ଲଢିବାକୁ ସ୍ଥିର କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*