କନଷ୍ଟ୍ରକସନ୍‌ କମ୍ପାନୀଙ୍କ ଉପରେ କରୋନା ମାଡ଼ ୧୦ପ୍ରତିଶତ ଆୟ କମିପାରେ ଚତୁର୍ଥ ତ୍ରୟୋମାସରେ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

କରୋନା ଭାଇରସ କାରଣରୁ ସମଗ୍ର ଦେଶରେ ଏବେ ୨୧ଦିନିଆ ଲକଡାଉନ ପରିସ୍ଥିତି । ଗତ କିଛି ମାସ ଧରି ଦେଶର ବିଭିନ୍ନ ସେକ୍ଟର ମାନ୍ଦାବସ୍ଥା ଦେଇ ଗତି କରୁଥିଲାବେଳେ କରୋନା ମାଡ଼ ଏବେ ଏହି କ୍ଷେତ୍ରକୁ ବଡ଼ ପ୍ରଭାବିତ କରିଛି । ଆଉ ସବୁଠୁ ଅଧିକ ପ୍ରଭାବିତ ହେଉଛି କନଷ୍ଟ୍ରକସନ୍‌ ସେକ୍ଟର । ଇନ୍ଦିଆ ରେଟିଙ୍ଗସର ସଦ୍ୟତମ ରିପୋର୍ଟ ଅନୁସାରେ ଯଦି ଏହି ଧାରା ୩୦ଦିନ ପର୍ଯ୍ୟନ୍ତ ଜାରି ରୁହେ, ତେବେ ଏହି ସେକ୍ଟରର କମ୍ପାନୀମାନଙ୍କ ଚତୁର୍ଥ ତ୍ରୟୋମାସ ଫଳାଫଳ ଭୀଷଣ ପ୍ରଭାବିତ ହେବ ।
ଇନ୍ଦିଆ ରେଟିଙ୍ଗସର ଆକଳନ ଅନୁସାରେ ବର୍ତ୍ତମାନ ପରିସ୍ଥିତି ଧାରାକୁ ଦୃଷ୍ଟି ଦେଲେ ଚତୁର୍ଥ ତ୍ରୟୋମାସରେ ଏହି ସେକ୍ଟର ଥିବା କମ୍ପାନୀମାନଙ୍କ ଆୟରେ ୮ରୁ ୧୦ପ୍ରତିଶତର ହ୍ରାସ ଘଟିପାରେ । ଏହି କମ୍ପାନୀମାନଙ୍କର ମୋଟ ରାଜସ୍ୱର ୩୦ରୁ ୩୫ପ୍ରତିଶତ ଶେଷ ତ୍ରୟୋମାସରେ ଆସିବାକୁ ଥିଲାବେଳେ କରୋନା ଭାଇରସ୍‌ ଏହା ଉପରେ ପ୍ରଭାବ ପକାଇବ ନିଶ୍ଚିତ । ରାଜଧାନୀ ଦିଲ୍ଲୀ, ମୁମ୍ବାଇ,ପୁଣେ ଏବଂ ବାଙ୍ଗାଲୋର ସମେତ ଦେଶର ଅନେକ ବଡ଼ ସହରରେ ମାର୍ଚ୍ଚ ମାସରେ କନଷ୍ଟ୍ରକସନ୍‌ ଆକ୍ଟିଭିଟି ସମ୍ପୂର୍ଣ୍ଣ ଦୁର୍ବଳ ରହିଛି । ବର୍ତ୍ତମାନ କରୋନାସ୍ଥିତି ଏପି୍ରଲ ପର୍ଯ୍ୟନ୍ତ ଜାରି ରହିବାକୁ ଯାଉଥିଲାବେଳେ ଆଗକୁ ଏହି ସେକ୍ଟର ସବୁଠୁ ଅଧିକ କ୍ଷତିଗ୍ରସ୍ତ ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*