କନଷ୍ଟେବଳଙ୍କଠାରେ କରୋନା ପଜିଟିଭ ପରେ ସବୁ ଜୋନ୍‌ର ପୁଲିସ କର୍ମଚାରୀଙ୍କ ହେଲା କରୋନା ପରୀକ୍ଷା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ: ଭୁବନେଶ୍ୱର

ରାଜ୍ୟର ପ୍ରଥମ ପୁଲିସ କର୍ମଚାରୀଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହେବା ପରେ କମିଶନରେଟ୍‌ ପୁଲିସ ତତ୍ପର ହୋଇଉଠିଛି । ରିଜର୍ଭ ବାଟାଲିୟନ୍‌ର ଜଣେ କନଷ୍ଟେବଳଙ୍କଠାରେ କରୋନା ପଜିଟିଭ ଚିହ୍ନଟ ହୋଇଥିଲା । ପରେ ଏହାକୁ ଗୁରୁତର ସହ ନେଇଥିଲେ ପୁଲିସ କମିଶନର ଡକ୍ଟର ସୁଧାଂଶୁ ଷଡଙ୍ଗୀ । ବୁଧବାର ଦିନ ରାଜଧାନୀର ସମସ୍ତ ୬ଟି ଜୋନ୍‌ର ପୁଲିସ କର୍ମଚାରୀ, ଡିସିିପି ଅଫିସରେ କାର୍ଯ୍ୟରତ କର୍ମଚାରୀ ଏବଂ ରିଜର୍ଭ ବାଟାଲିୟନ୍‌ର ସମସ୍ତ ପୁଲିସ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯାଇଛି । ଖାଲି ସେତିକି ନୁହେଁ, ରିଜର୍ଭ ବାଟାଲିୟନ୍‌ରୁ ଅଧାରୁ ଅଧିକ ପୁଲିସଙ୍କୁ ବାଣୀବିହାର ହଷ୍ଟେଲରେ ରଖାଯାଇଛି । ରିଜର୍ଭ ବାଟାଲିୟନରେ ପୁଲିସ କର୍ମଚାରୀମାନଙ୍କ ସାମାଜିକ ଦୂରତା ରକ୍ଷା ରହୁନଥିବାରୁ ଏହାକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତି ନିଆଯାଇଛି । ସେହିଭଳି ୫୦ ବର୍ଷରୁ ଅଧିକ ବର୍ଷର ପୁଲିସ କର୍ମଚାରୀଙ୍କ ସ୍ୱାସ୍ଥ୍ୟବସ୍ଥା ସମସ୍ୟା ଥିଲେ ସେମାନେ ଘରେ ବସି କାମ କରିବାକୁ ନିଦେ୍ର୍ଦଶ ଦିଆଯାଇଛି । ବୁଧବାର ଦିନ ଚାରୋଟି ଡାକ୍ତରୀ ଟିମ୍‌ ପୁଲିସ କର୍ମଚାରୀମାନଙ୍କ ସ୍କନିଂ କରିବା ସହ କରୋନା ପରୀକ୍ଷା କରିଥିଲେ । କଟକ ଭୁବନେଶ୍ୱରରେ ୬ ହଜାରରୁ ଅଧିକ ପୁଲିସ କର୍ମଚାରୀଙ୍କ କରୋନା ପରୀକ୍ଷା କରାଯିବା ପରେ ଜଣଙ୍କଠାରେ କରୋନା ପଜିଟିଭ ଚିହ୍ନଟ କରାଯାଇଛି । ପୁଲିସ କର୍ମଚରୀମାନେ ନିଜ ଜୀବନକୁ ବାଜି ଲଗାଇ କରୋନା ଯୋଦ୍ଧା ଭାବେ କାମ କରୁଥିବାରୁ ସମସ୍ତ ପୁଲିସ କର୍ମଚାରୀଙ୍କ କରୋନା ପରୀକ୍ଷା କରିବା ନିହାତି ଆବଶ୍ୟକ । ସୂଚନାଯୋଗ୍ୟ ଯେ, ଆକ୍ରାନ୍ତ ପୁଲିସ କର୍ମଚାରୀ ଜଣଙ୍କ ସପ୍ତାହ ତଳେ କିିଛି ଶ୍ରମିକଙ୍କୁ ଉଦ୍ଧାର କରିଥିଲେ । ଉଦ୍ଧାର ହୋଇଥିବା ଶ୍ରମିକମାନଙ୍କୁ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ପରବର୍ତ୍ତି ସମୟରେ ପୁଲିସ କର୍ମଚାରୀଙ୍କୁ କରୋନା ପରୀକ୍ଷା କରାଯିବା ପରେ ଆଜି ତାଙ୍କର ପଜିଟିଭ ଚିହ୍ନଟ କରାଯାଇଛି । ସେହିଭଳି ଆଜି ପୁଣି ରାଜ୍ୟର ପଞ୍ଚମ କରୋନା ଆକ୍ରାନ୍ତଙ୍କ ମୃତୁ୍ୟ ଘଟିଛି । ରାଜ୍ୟରେ କରୋନା ମୃତୁ୍ୟ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ମୃତ ବୃଦ୍ଧଙ୍କ ବୟସ, ତାଙ୍କ ଘର କଟକରେ ବୋଲି ଜଣାପଡିଛି । ରାଜ୍ୟର କୋଭିଡ-୧୯ ଯୋଦ୍ଧା ରାଜ୍ୟ ପୁଲିସ । ମହାମାରୀ କରୋନା ଭଳି ବିପତି ସମୟରେ ଜନସାଧାରଣଙ୍କ ସେବା କରି ନିଜ ଜୀବନକୁ ବାଗି ଲଗାଇ କାମ କରୁଛନ୍ତି । ହେଲେ ଏହି ଯୋଦ୍ଧାଙ୍କୁ ବି ଛାଡି ନାହିଁ ମହାମାରୀ କରୋନା । କମିଶନରେଟ ପୁଲିସର ଜଣେ ପୁଲିସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*