କଣ୍ଠଶଳ୍ପୀ ଅରବିନ୍ଦ ମୁଦୁଲିଙ୍କୁ ମିଳିବ ମରଣୋତ୍ତର ଭିକାରୀ ବଳ ସମ୍ମାନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

ଭିକାରୀ ବଳ ସ୍ମୃତି ସଂସଦ ତରଫରୁ ଆସନ୍ତା ନଭେମ୍ବର ୨ ତାରିଖ ଦିନ ଭଜନ ସମ୍ରାଟ ଭିକାରୀବଳଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ସ୍ଥାନୀୟ ଜୟଦେଭ ଠାରେ ‘ଭିକାରୀ ବଳ ସମ୍ମାନ-୨୦୧୯’ ଅନୁଷ୍ଠିତ ହେବାକୁ ଯାଉଅଛି । ଏହି ଅବସରରେ ଭିକାରୀ ବଳ ସ୍ମୃତି ସଂସଦ କମିଟି ତରଫରୁ ନିଷ୍ପତ୍ତିକ୍ରମେ ଚଳିତ ବର୍ଷ ବରିଷ୍ଠ ଗୀତିକାର ଓ କଣ୍ଠଶିଳ୍ପୀ ଅରବିନ୍ଦ ମୁଦୁଲି ଙ୍କୁ ମରଣୋତ୍ତରଭାବେ ଭଜନ ସମ୍ରାଟ ଭିକାରୀ ବଳ ସମ୍ମାନ-୨୦୧୯ ରେ ସମ୍ମାନିତ କରାଯିବ । ଚଳିତ ବର୍ଷ ରାଜ୍ୟସ୍ତରୀୟ ସଂଗୀତ ପ୍ରତିଯୋଗୀତାରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀ ମାନଙ୍କୁ ମୂଖ୍ୟ ଅତିଥି ମାନଙ୍କ ଦ୍ୱାରା ପୁରସ୍କୃତ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ଭିକାରୀ ବଳ ସ୍ମୃତି ସଂସଦର ସଭାପତି ସଂଗ୍ରାମ କେଶରୀ ପାଇକରାୟ ସୂଚନା ଦେଇଛନ୍ତି ।
ଏହି ଅବସରରେ “ଭିକାରୀ ବଳ ସଂଗୀତ ପ୍ରତିଯୋଗୀତା-୨୦୧୯” (କେବଳ ଭିକାରୀ ବଳ ଗାଇ ଥିବା ସଂଗୀତ) ଅନୁଷ୍ଠିତ ହୋଇଥିଲା । ଏହି ସଂଗୀତ ରାଜ୍ୟସ୍ତରୀୟ ପ୍ରତିଯୋଗୀତାରେ ଓଡିଶାର ବିଭିନ୍ନ ଜିଲ୍ଲାରୁ ଜୁନିୟର ଗୃପରେ ୨୫ ଏବଂ ସିନିୟର ଗୃପ ରେ ୨୦ ପ୍ରତିଯୋଗୀମାନେ ଭାଗ ନେଇଥିବାବେଳେ ବିଚାରକ ଭାବେ ଉକôଳ ସଂଗୀତ ମହାବିଦ୍ୟାଳୟର ଓଡିଶୀ ବିଭାଗର ଅଧ୍ୟାପକ, କଣ୍ଠଶିଳ୍ପୀ ପ୍ରଦୀପ କୁମାର ଦାସ, କଣ୍ଠଶିଳ୍ପୀ ଅନୁସୂୟା ନାଥ ପ୍ରମୁଖ ଯୋଗ ଦେଇଥିଲେ । ଏହି ସଂଗୀତ ପ୍ରତିଯୋଗୀତାକୁ ସଂଗୀତ ଗୁରୁ ପନ୍ଦିତ ଡ. ଚିତ୍ତ ରଞ୍ଜନ ପାଣି ଉଦ୍ଘାଟିତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*