କଟକ, ଭୁବନେଶ୍ୱର ଆସିବେନି ବାହାର ଜିଲାର କରୋନା ରୋଗୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

କଟକ ଓ ଭୁବନେଶ୍ୱରରେ ଥିବା ସମସ୍ତ କୋଭିଡ୍‌ ହସ୍ପିଟାଲଗୁଡ଼ିକର ଶଯ୍ୟା ଭର୍ତ୍ତି ହୋଇସାରିଛି । ବାହାର ଜିଲ୍ଲାରୁ ଆସୁଥିବା କରୋନା ରୋଗୀଙ୍କ ପାଇଁ ଏଠାରେ ଏବେ ଶଯ୍ୟା ନଥିବାରୁ ନିଜ ଜିଲ୍ଲାରେ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ପରିବାର ବିଭାଗ କଲ୍ୟାଣ ନିଦେ୍ର୍ଦଶ ଦେଇଛନ୍ତି । ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ ମହାପାତ୍ର ମଙ୍ଗଳବାର ଦିନ ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖିବା ସହ ପୌର ଅଧିକାରୀମାନଙ୍କୁ ନିଦେ୍ର୍ଦଶ ଦିଆଯାଇଛି । ନିଜ ଜିଲ୍ଲାରେ କୋଭିଡ୍‌ ରୋଗୀଙ୍କ ଚିକିତ୍ସା କରାଇବା ଲାଗି ଆଇସିୟୁ ବ୍ୟବସ୍ଥା ସହ ସ୍ୱାସ୍ଥ୍ୟ କର୍ମୀଙ୍କୁ ପ୍ରଶିକ୍ଷଣ ଦେବାକୁ ନିଦେ୍ର୍ଦଶ ଦିଆଯାଇଛି । ଜିଲ୍ଲାପାଳମାନେ ନିଜ ଜିଲ୍ଲାରେ କୋଭିଡ୍‌ ରୋଗୀଙ୍କ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ପ୍ରଶିକ୍ଷିତ କରାଇବେ । ଆଇସିୟୁ ବ୍ୟବସ୍ଥାକୁ ବିଶେଷ ନିର୍ଭୟ ନକରି ପ୍ରୋଆଇସିୟୁ ମଧ୍ୟରେ ରୋଗୀଙ୍କ ଚିକିତ୍ସା କରାଯିବା ପାଇଁ ଗୁରୁତ୍ୱ ଦେବାକୁ କୁହାଯାଇଛି ।ଗୁରୁତର କରୋନା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର ଉପରେ ସ୍ୱାସ୍ଥ୍ୟ ବିଭାଗ କଟକଣା ଲଗାଇଛି । କୌଣସି ଗୁରୁତର ରୋଗୀଙ୍କୁ ଅନ୍ୟ ହସ୍ପିଟାଲକୁ ସ୍ଥାନାନ୍ତର ନକରି ଚିକିତ୍ସା ହେଉଥିବା ସ୍ଥାନରେ ସମସ୍ତ ଚିକିତ୍ସା ବନେ୍ଦାବସ୍ତ କରିବାକୁ କୁହାଯାଇଛି । ରୋଗୀଙ୍କୁ ପରିବହନ ସମୟରେ ପ୍ରଶିକ୍ଷିତ ଚିକିତ୍ସିକ ଓ ବୈଷୟିକ କର୍ମଚାରୀ ଉପସ୍ଥିତ ରହିବାକୁ ଜିଲ୍ଲାପାଳମାନେ ପଦକ୍ଷେପ ନେବେ । ଯେଉଁ ଜିଲ୍ଲାରେ କମ ସଂଖ୍ୟକ ରୋଗୀ ଅଛନ୍ତି ଅଧିକା ରୋଗୀ ଥିବା ଜିଲ୍ଲାରୁ ସେଠାକୁ ସ୍ଥାନାନ୍ତରର ବ୍ୟବସ୍ଥା କରାଯାଇପାରିବ । ବିଭିନ୍ନ ଜିଲ୍ଲାରୁ ଏଣିକି ପୂର୍ବପରି କଟକ ଓ ଭୁବନେଶ୍ୱରକୁ କରୋନା ରୋଗୀଙ୍କୁ ସ୍ଥାନାନ୍ତର ନକରିବା ପାଇଁ ଦାୟିତ୍ୱରେ ଥିବା ଅଧିକାରୀମାନେ ଗୁରୁତ୍ୱ ସହ ପଦକ୍ଷେପ ନେବେ । ନିଜ ନିଜ ଜିଲ୍ଲାରେ ଜିଲ୍ଲା ଓ ସଦରମହକୁମା ହସ୍ପିଟାଲଗୁଡ଼ିକରେ କୋଭିଡ୍‌ ରୋଗୀଙ୍କ ପର୍ଯ୍ୟାପ୍ତ ଚିକିତ୍ସା ପାଇଁ ରାଜ୍ୟ ସରକାର ପଦକ୍ଷେପ ନେଇଛନ୍ତି ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଦେଇଥିବା ନିଦେ୍ର୍ଦଶରେ ଜଣାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*