କଟକ ଡିସିପିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା କଂଗ୍ରେସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ବହୁ ବିଳମ୍ବ ହେଲେ ସୁଦ୍ଧା ଶେଷରେ ନିଜ ବିଧାୟକଙ୍କ ପାଇଁ ଆଗକୁ ଆସିଲା କଂଗ୍ରେସ । କଟକ-ବାରବାଟୀ ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ଦୁର୍ଗାପୂଜା ଶାନ୍ତି କମିଟି ପ୍ରସ୍ତୁତି ବୈଠକକୁ ଡକାଯାଇ ନଥିଲା । ପୂର୍ବରୁ କଟକ ବିଧାୟକଙ୍କୁ ଶାନ୍ତି ବୈଠକକୁ ଆମନ୍ତ୍ରଣର ପରମ୍ପରା ରହିଆସିଥିଲା । କିନ୍ତୁ ମୋକିମ୍‌ କଂଗ୍ରେସ ବିଧାୟକ ହୋଇଥିବାରୁ ଡିସିପି ଅଖିଳେଶ୍ୱର ସିଂହ ତାଙ୍କୁ ଆମଣନ୍ତ୍ର କରିବାକୁ ବୋଧହୁଏ ଉଚିତ୍‌ ଭାବି ନଥିଲେ । ଏହା ପୂର୍ବରୁ ନିର୍ଭୟରେ ମଧ୍ୟ ପ୍ରକାଶିତ ହୋଇଥିଲା । ଜଣେ କଂଗ୍ରେସ ବିଧାୟକଙ୍କୁ ଜାଣିଶୁଣି ପୁଲିସ ପ୍ରଶାସନ ଅପମାନିତ ଓ ଅସମ୍ମାନିତ କରିଥିଲା ବୋଲି ଚାରିଆଡ଼େ ଚର୍ଚ୍ଚା ହୋଇଥିଲା । ତେବେ ଆନୁଷ୍ଠାନିକ ଭାବେ କଂଗ୍ରେସ ଘଟଣାର ୭ଦିନ ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହାକୁ ବିରୋଧ କରିବା ସହ ଡିସିପି ଅଖିଳେଶ୍ୱରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା । ଶନିବାର ଦିନ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ନେତା ସତ୍ୟପ୍ରକାଶ ନାୟକ ଜଣେ ଜନପ୍ରତିନିଧିଙ୍କୁ ଅସମ୍ମାନିତ କରିବା ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍‌ କରିଥିଲେ । ସେ କହିଥିଲେ, ମୁଖ୍ୟମନ୍ତ୍ରୀ ୫-ଟି’ ମନ୍ତ୍ର ଶିଖାଉଛନ୍ତି । କିନ୍ତୁ ଗୃହ ବିଭାଗ ଅଧୀନରେ କାର୍ଯ୍ୟରତ ଡିସିପି ଅଖିଳେଶ୍ୱର ସିଂହ ଓଡ଼ିଶା ସରକାରଙ୍କ ବୁକ୍‌୍‌ ସର୍କୁଲାର୍‌ ନଂ.୪୭କୁ ଉଲ୍ଲଂଘନ କରି ଜନପ୍ରତିନିଧି ମୋକିମ୍‌ଙ୍କୁ ସରକାରୀ କାର୍ଯ୍ୟକ୍ରମରୁ ଦୂରେଇ ରଖୁଛନ୍ତି । ଏହା ଜନତାଙ୍କୁ ଏବଂ ବିଶେଷକରି କଟକବାସୀଙ୍କୁ ଏକ ଭୁଲ୍‌ ସଂକେତ ଦେଉଛି । ଡିସିପିଙ୍କର ଏଭଳି ମନମୁଖି କାର୍ଯ୍ୟ ବିରୋଧରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରାଯାଇଥିଲେ ହେଁ, ସେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳ ପ୍ରତି ଆନୁଗତ୍ୟ ଦେଖାଉଛନ୍ତି । ଡିସିପିଙ୍କ କାର୍ଯ୍ୟ ସର୍ବଭାରତୀୟ ପ୍ରଶାସନିକ ସେବା ନିୟମାବଳିର ଉଲ୍ଲଂଘନ ବୋଲି ସତ୍ୟ ଦର୍ଶାଇଛନ୍ତି । ମୁଖ୍ୟମନ୍ତ୍ରୀ ଏ ଘଟଣାରେ ନିରବ ରହିବା ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି କଂଗ୍ରେସ ନେତା ନିଶିକାନ୍ତ ମିଶ୍ର ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*