କଟକକୁ ବରବାଦ୍‌ କଲା ପରେ ଭୁବନେଶ୍ୱରରୁ କୁଆଡ଼େ ଗଲା ଜାଇକା?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


କଟକିଆ ଜାଇକା ପ୍ରେମର ପରିଣତି ଭଲିକି ଭୋଗିଛନ୍ତି । ନବୀନ ସରକାର ଜାଇକାକୁ କୋଳେଇ ଧରିଲେ । ବର୍ଷକର କାମକୁ ୮ବର୍ଷ କଲେ । ଟଙ୍କା ବଢେଇ କମ୍ପାନୀକୁ ପୋଷିଲେ । ଏହି ବଢନ୍ତା ଟଙ୍କାରୁ କେତେ ଯେ ପିସି ପାଇନଥିବେ ଶଙ୍ଖ ନେତା ଓ ଅଫିସର?
ଜାଇକା ଖୋଳିମାଳି କଟକକୁ ଏମିତି ବରବାଦ୍‌ କରିଦେଲା ଯେ, ଦି’ବର୍ଷ ତଳେ ବର୍ଷାରେ ଲୋକଙ୍କ ଘର ଭିତରକୁ ପଶିଗଲା ମଇଳା ପାଣି । ଅବଶ୍ୟ ଅପବାଦ ଅଛି ଯେ, କଟକିଆଙ୍କୁ ମଇଳା ପାଣି ପସନ୍ଦ । କିନ୍ତୁ ଘର ଭିତରେ ନୁହେଁ । ଜାଇକା ଖୋଳିଥିବା ଗାତରେ କେତେ ଯେ ଦୁର୍ଘଟଣା ନଘଟିଛି! ଜଣେ ଲୋକର ପ୍ରାଣ ବି ଯାଇଛି । ଯାହାହଉ ଅନେକ କାମ ହେଇଯାଇଛି । ଏଥର ବେଙ୍ଗ ମୁତିବା ପରି ବର୍ଷାରେ ବି ନିଷ୍କାସିତ ହେଲାନାହିଁ କଟକ ପାଣି ।
ଭୁବନେଶ୍ୱରରେ ବି ଡ୍ରେନେଜ କାମ ଦାୟିତ୍ୱ ମିଳିଥିଲା ଜାଇକାକୁ । କଟକ ଅବସ୍ଥା ଦେଖି ସରକାର ଟିକିଏ ବି ଚେତିଲେ ନାହିଁ । ବୋଧହୁଏ ଅତି ପ୍ରେମରେ ପଡିଯାଇଥିଲେ ସରକାର । ମାତ୍ର ଜାଇକା କାମ ଦେଖି ଭୁବନେଶ୍ୱରିଆଙ୍କର କଟକ କଥା ମନେପଡିଯାଉଛି । ଅନେକ ଜାଗାରେ ଖୋଳାଖୋଳି ହୋଇ ପଡିଛି ରାସ୍ତା । କେହି ଅନେଇବାକୁ ବି ନାହାଁନ୍ତି । ଜନପ୍ରତିନିଧିଙ୍କୁ କହିଲେ ଶୁଣୁ ବି ନାହାଁନ୍ତି ।
ଯଉଁ ଫଟୋ ଏଠାରେ ଦିଆଯାଉଛି ତାକୁ ଟିକିଏ ଭଲ କି ଦେଖନ୍ତୁ । ଫଟୋଟି ଭିଏସ୍‌ଏସ୍‌ ନଗରର । ଏମିତି ରାସ୍ତା ଖୋଳାହୋଇ ବର୍ଷେ ହେଲା ପଡିରହିଛି । ଭଲ ବର୍ଷା ହେଲେ ଭିଏସ୍‌ଏସ୍‌ ନଗରର ବହୁ ଜାଗାରେ ଆରାମରେ ଛୋଟଛୋଟ ହ୍ରଦ ହୋଇପାରିବ । ଆଶା କରୁଛୁ, ସରକାରଙ୍କ ନଗର ଉନ୍ନୟନ ବିଭାଗ ଏବଂ ବିଏମସିର ନଜର ପଡିବ । କଟକ ପରି ରାଜଧାନୀରେ ଆଉ ଜାଇକା ପରୀକ୍ଷା ନକରିବାକୁ ଅନୁରୋଧ ।
ଏବେ ଖଟିରେ ଚର୍ଚ୍ଚା ଯେ, ଜାଇକା କାମ ବନ୍ଦ କରି ପଳାଇଗଲାଣି । ଦେଖାଯାଉ ସରକାର ଅଧଖୋଳା ରାସ୍ତା ମରାମତି କରୁଛନ୍ତି କେବେ?

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*