କଂଗ୍ରେସ ସହ ମେଣ୍ଟ କରିବନି ମାକପା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ
ଭୁବନେଶ୍ୱର

କଂଗ୍ରେସ ସହ ମେଣ୍ଟ କରିବ ନାହିଁ ମାର୍କ୍ସବାଦୀ କମୁ୍ୟନିଷ୍ଟ ପାର୍ଟି (ମାକପା) । ଏକଥା ସ୍ପଷ୍ଟ କରିଦେଲେ ମାକପା ମହାସଚିବ ସୀତାରାମ ୟେଚୁରୀ । ତେଣୁ ବାମଦଳଗୁଡ଼ିକ ସହ କଂଗ୍ରେସର ମହାମେଣ୍ଟ ପରିକଳ୍ପନା ସାକାର ହେବ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି । ତେବେ ଭାରତୀୟ କମୁ୍ୟନିଷ୍ଟ ପାର୍ଟି (ଭାକପା) କଂଗ୍ରେସ ସହିତ ମେଣ୍ଟ କରିବ କି ନାହିଁ ତାହା ଦିନେ ଦୁଇଦିନ ଭିତରେ ସ୍ପଷ୍ଟ ହୋଇଯିବ ।
କିଛିଦିନ ପୂର୍ବରୁ ବାମନେତାମାନେ କହିଥିଲେ ଯେ ବିଜଦ ଏବଂ ଭାଜପା ବିରୋଧରେ କଂଗ୍ରେସ ସହ ମେଣ୍ଟ କରାଯିବ । କିନ୍ତୁ ଏହା ସାକାର ହେବାକୁ ଯାଉନାହିଁ । ୟେଚୁରୀ କହିଛନ୍ତି ଯେ ଦୁଇଟି ଆସନରେ କଂଗ୍ରେସ ସହ ସେମାନେ ବୁଝାମଣା କରିବେ । ବଣାଇ ବିଧାନସଭା ଆସନ ପାଇଁ କଂଗ୍ରେସ ତାଙ୍କ ପ୍ରାର୍ଥୀକୁ ଏବଂ ସୁନ୍ଦରଗଡ଼ ଲୋକସଭା ଆସନ ପାଇଁ ମାକପା କଂଗ୍ରେସକୁ ସମର୍ଥନ କରିବ । ବଣାଇରେ ଏବେ ମାକପା ବିଧାୟକ ଲକ୍ଷ୍ମଣ ମୁନ୍ଦା ଅଛନ୍ତି । ସୁନ୍ଦରଗଡ଼ ଲୋକସଭା ଆସନ ଭାଜପାର ଜୁଏଲ ଓରାମଙ୍କ ହାତରେ ଅଛି । ତେଣୁ ସୁନ୍ଦରଗଡ଼କୁ ବାଦ୍‌ ଦେଲେ ଅନ୍ୟତ୍ର ମାକପା ସହ କୌଣସି ବୁଝାମଣା ହେବାର ସମ୍ଭାବନା ନାହିଁ ।
ଓଡ଼ିଶାରେ ଆସନ୍ତା ସାଧାରଣ ନିର୍ବାଚନ ସମୟରେ ଭାଜପା ଓ ବିଜଦକୁ ଚେକ୍‌ ଦେବାପାଇଁ ମାକପା ସହ ବାମପନ୍ଥୀ ଦଳଗୁଡ଼ିକ ସ୍ୱତନ୍ତ୍ର ରଣନୀତି ଗ୍ରହଣ କରିବେ । କୌଣସି ମତେ ବିଜଦ ଓ ଭାଜପାକୁ ନିର୍ବାଚନରେ ପରାଜୟ କରିବା ନିମନ୍ତେ କଂଗ୍ରେସ ସହ ମିଶି ନିର୍ବାଚନ ଲଢ଼ାଯିବ । ଏଥିପାଇଁ ମେଣ୍ଟ ନୁହେଁ ବରଂ ଆସନ ବୁଝାମଣା ହେବ ବୋଲି ମାକପାର କେନ୍ଦ୍ରୀୟ ସାଧାରଣ ସଂପାଦକ ସୀତାରାମ ୟେଚୁରୀ ମତ ରଖିଛନ୍ତି । ମଙ୍ଗଳବାର ଦିନ ଗଣମାଧ୍ୟମ ପ୍ରଶ୍ନର ଉତ୍ତରଦେଲା ବେଳେ ୟେଚୁରୀ କହିଛନ୍ତି ଆଗାମୀ ନିର୍ବାଚନରେ ଓଡ଼ିଶାରେ କଂଗ୍ରେସ ସହ ଆସନ ବୁଝାମଣା କରି ବାମପନ୍ଥୀ ଦଳ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି । କଂଗ୍ରେସ ସହ ବାମପନ୍ଥୀ ଦଳ ନିର୍ବାଚନ ପାଇଁ ଆଲୋଚନା କରୁଛି । ୬ତାରିଖ ଦିନ କଂଗ୍ରେସ ନିର୍ବାଚନ କମିଟି ବୈଠକ ପରେ ନିର୍ବାଚନ ପ୍ରତିଦ୍ୱନ୍ଦ୍ୱିତା ନେଇ ସ୍ପଷ୍ଟ ଚିତ୍ର ଆସିବ । କଂଗ୍ରେସ ସହ ନିର୍ବାଚନ ପୂର୍ବରୁ ମେଣ୍ଟ ନକରି କେବଳ ଆସନ ବୁଝାମଣା ପାଇଁ କଥାବାର୍ତ୍ତା ଚାଲିଛି । ବଣେଇଗଡ଼ ବିଧାନସଭା ଆସନକୁ ମାକପାକୁ ଛାଡ଼ିଦେବା ସହ ଗୋଟିଏ ଲୋକସଭା ଆସନରେ ମାକପା ଲଢ଼ିବାକୁ ଇଛୁକ । ବଣେଇରେ କଂଗ୍ରେସ ସହ ଆସନ ବୁଝାମଣା ହେଲେ ସୁନ୍ଦରଗଡ଼ ଲୋକସଭା ଆସନରେ କଂଗ୍ରେସ ପ୍ରାର୍ଥୀଙ୍କୁ ମାକପା ସମର୍ଥର୍ନ ଯୋଗାଇବ । ୨ଟି ଆସନକୁ ଛାଡ଼ିଦେଲେ ଅନ୍ୟସବୁ ଆସନରେ ବାମ ସମର୍ଥକମାନେ କଂଗ୍ରେସ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ପ୍ରଚାର ଚଳାଇବେ । ଏହାଦ୍ୱାରା ବିଜଦ ଓ ଭାଜପାକୁ ନିୟନ୍ତ୍ରଣ କରାଯାଇ ପାରିବ ବୋଲି ୟେଚୁରୀ କହିଛନ୍ତି ।
ଜାତୀୟ ପରିପ୍ରେକ୍ଷୀରେ ବାମପନ୍ଥୀ ଦଳ ଭାଜପାକୁ ବିିରୋଧ କରୁଛି । ଓଡ଼ିଶାରେ ଶାସକ ବିଜଦକୁ ପରାଜିତ କରିବା ପାଇଁ ବାମପନ୍ଥୀ ଦଳଗୁଡ଼ିକ ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ସହ ଆସନ ବୁଝାମଣା କରି ଏହି ଲକ୍ଷ୍ୟରେ ପହଞ୍ଚôପାରିବୁ ବୋଲି ଆଶା ଥିବା ୟେଚୁରୀ କହିଛନ୍ତି । ନିର୍ବାଚନ ଫଳାଫଳ ଆସିବା ପରେ କଂଗ୍ରେସ ସରକାର ଗଠନ ପାଇଁ ସମର୍ଥ ହେଲେ ସେତେବେଳେ ବାମଦଳଗୁଡ଼ିକ ମେଣ୍ଟ କରିବେ ବୋଲି ୟେଚୁରୀ ଗଣମାଧ୍ୟମକୁ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*