କଂଗ୍ରେସ-ଜେଏମ୍‌ଏମ୍‌କୁ ଝଟକା ଭାଜପାରେ ସାମିଲ ହେଲେ ୬ ବିଧାୟକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ରାଞ୍ଚି

ଝାଡ଼ଖନ୍ଦର ବିଧାନସଭା ନିର୍ବାଚନ ପୂର୍ବରୁ କ୍ଷମତାରେ ଥିବା ଭାଜପା ବିରୋଧୀ ଦଳଙ୍କୁ ଦେଇଛି ଏହି ଝଟକା । ନିର୍ବାଚନ ତାରିଖ ଘୋଷଣା ହୋଇନଥିଲା ବେଳେ ଏବେ ବିରୋଧୀ ନେତାଙ୍କ ଦଳବଦଳ ଧାରା ଜୋର ଧରିଛି ।
ଝାଡ଼ଖନ୍ଦରେ କଂଗ୍ରେସ ସମେତ ବିରୋଧୀ ଦଳର ୬ ବିଧାୟକ ସାମିଲ ହୋଇଛନ୍ତି ଭାଜପାରେ । ଝାଡ଼ଖନ୍ଦ ମୁକ୍ତିମୋର୍ଚ୍ଚାର ବିଧାୟକ କୁଣାଳ ସାରଙ୍ଗୀ, ଜେପିଭାଇ ପଟେଲ, ଚମରା ଲିନ୍ଦା, କଂଗ୍ରେସର ବିଧାୟକ ସୁଖଦେବ ଭଗତ ଏବଂ ମନୋଜ ଯାଦବ, ନବଜବାନ ସଂଘର୍ଷ ମୋର୍ଚ୍ଚାର ବିଧାୟକ ଭାନୁପ୍ରତାପ ସାହି ବୁଧବାର ଭାଜପାର ସଦସ୍ୟତା ଗ୍ରହଣ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରଘୁବର ଦାସ ନିଜେ ଉପସ୍ଥିତ ଥିଲେ । ଭାଜପାରେ ସାମିଲ ହୋଇଥିବା ବିଧାୟକଙ୍କୁ ସମ୍ବୋଧିତ କରି ନନ୍ଦକିଶୋର ଯାଦବ କହିଛନ୍ତି ଯେ, ରଘୁବର ଦାସଙ୍କ ନେତୃତ୍ୱରେ ପରିଚାଳିତ ସରକାର ସାଧାରଣ ଲୋକଙ୍କ ପାଇଁ କାମ କରୁଛି । ଭାଜପା ପରିବାରରେ ସାମିଲ ହୋଇଥିବା ସମସ୍ତଙ୍କୁ ଆମର ଧନ୍ୟବାଦ । ପ୍ରଦେଶ କଂଗ୍ରେସ କମିଟିର ପୂର୍ବ ଅଧ୍ୟକ୍ଷ ସୁଖଦେବ ଭଗତ ଏହି ଅବସରରେ କହିଥିଲେ ଯେ, ବିକାଶ ଏବଂ ରାଷ୍ଟ୍ରବାଦ, କ୍ଷୀରରେ ଚିନି ଭଳି । ଆମକୁ ଏହାର ମିଠାପଣ ବଢାଇବାକୁ ହେବ । ତେଣୁ ଆମେ ଭାଜପାରେ ସାମିଲ ହୋଇଛୁ । ବିକାଶ ଏବଂ ରାଷ୍ଟ୍ରବାଦ ପ୍ରସଙ୍ଗକୁ ଆଗକୁ ନେବା ସହ ରାଜ୍ୟର ବିକାଶରେ ଭାଜପା ସହ କାନ୍ଧ ମିଳାଇ ଆମେ ଆଗକୁ ବଢିବାର ନିଷ୍ପତ୍ତି ନେଇଛୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*