କଂଗ୍ରେସ ଛାଡ଼ିଲେ ପୂର୍ବ ପ୍ରଦେଶ ଅଧ୍ୟକ୍ଷ ଅଶୋକ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ:ପାନିପଥ

ହରିୟାଣାର ପୂର୍ବ କଂଗ୍ରେସ ଅଧ୍ୟକ୍ଷ ଅଶୋକ ତନୱର ଶନିବାର ଦଳର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ନିଜ ଟ୍ୱିଟର ହ୍ୟାନେ୍ଦଲରେ ଇସ୍ତଫାପତ୍ର ପୋଷ୍ଟ କରିଛନ୍ତି । ଦୁଇ ଦିନ ତଳେ ତନୱର ହରିୟାଣା କଂଗ୍ରେସର ସମସ୍ତ ନିର୍ବାଚନ ସମିତିରୁ ସେ ଇସ୍ତଫା ଦେଇଥିଲେ । ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ଚୟନକୁ ନେଇ ଅଶୋକ ଅସନ୍ତୁଷ୍ଟ ଥିଲା ବେଳେ ଟିକଟ ବଣ୍ଟନରେ କିଣାବିକା ହୋଇଥିବାର ଅଭିଯୋଗ ମଧ୍ୟ ଲଗାଇସାରିଛନ୍ତି ।
ଅଶୋକଙ୍କ ଅଭିଯୋଗ ହେଉଛି, କଂଗ୍ରେସକୁ ଜଣେ ବ୍ୟକ୍ତି ହାଇଜାକ୍‌ କରିନେଇଛି । ହରିୟାଣା କଂଗ୍ରେସ ଏବେ ହୁ‡ା କଂଗ୍ରେସ ବନିସାରିଲାଣି । ମୁଁ ପ୍ରାର୍ଥୀ ଚୟନ ପାଇଁ ୧୩ଟି ପ୍ରସ୍ତାବ ପଠାଇଥିଲି । ଏଥିରେ ପଛୁଆ, ମୁସ୍‌ଲିମ୍‌, ଶିଖ୍‌ଙ୍କୁ ସଠିକ ଅନୁପାତରେ ଟିକଟ ଦେବା କଥା କହିଥିଲି । ଏଥିସହ କର୍ମଚାରୀ ନେତା ଏବଂ ଟ୍ରେଡ ୟୁନିଅନର କୌଣସି ପ୍ରତିନିଧିଙ୍କୁ ଟିକଟ ଦେବାର ଦାବି କରିଥିଲି । ହେଲେ ଟିକଟ ବଣ୍ଟନ ବେଳେ ଏହି ବିଷୟକୁ ଆଦୌ ଗୁରୁତ୍ୱ ଦିଆଯାଇନାହିଁ । ସେ ଆହୁରି ଅଭିଯୋଗ ଆଣିଛନ୍ତି ଯେ, ମୁଁ ମୋର ଏହି ଅଭିଯୋଗ ବରିଷ୍ଠ କଂଗ୍ରେସ ନେତାଙ୍କ ଆଗରେ ମଧ୍ୟ ଉଠାଇଥିଲି । ହେଲେ ଗୋଟିଏ ଗୋଷ୍ଠୀ କଂଗ୍ରେସର ୧୩୪ ବର୍ଷର ଇତିହାସକୁ ଶେଷ କରିବାକୁ ଚାହୁଁଛି । ସୂଚନାଯୋଗ୍ୟ ଯେ, ପୂର୍ବରୁ ଅଶୋକ ତାଙ୍କୁ ଅଣଦେଖା କରାଯାଉଥିବା ଏବଂ ଦଳରେ ଗୁରୁତ୍ୱ ଦିଆଯାଉନଥିବା ଅଭିଯୋଗ ଆଣି ଦିଲ୍ଲୀ କଂଗ୍ରେସ କାର୍ଯ୍ୟାଳୟ ଆଗରେ ନିଜ ସମର୍ଥକଙ୍କ ସହ ଧାରଣା ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*