କଂଗ୍ରେସର ୨୨୧ ଆସନ ରେକର୍ଡ ଭାଙ୍ଗିବ ଭାଜପା-ଶିବସେନା ଗଠବନ୍ଧନ : ଜାଭେଡକର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ମୁମ୍ବାଇ
କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭେଡକର ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ଭାଜପା-ଶିବସେନା ଗଠବନ୍ଧନକୁ ଐତିହାସିକ ବିଜୟ ମିଳିବ ବୋଲି ଆକଳନ କରିଛନ୍ତି । ସେ କହିଛନ୍ତି ଯେ, ଗଠବନ୍ଧନ ୨୮୮ଟି ଆସନ ମଧ୍ୟରୁ ୨୨୧ରୁ ଅଧିକ ଆସନ ଜିତି କଂଗ୍ରେସର ରେକର୍ଡ ଭାଙ୍ଗିବ । ସାମ୍ବାଦିକ ସମ୍ମିଳନୀରେ ସେ କହିଛନ୍ତି ଗୋଟିଏ ଥର ରାଜ୍ୟର ନିର୍ବାଚନରେ କଂଗ୍ରେସ ୨୨୧ଟି ଆସନ ଜିତିଥିଲା । ହେଲେ ଭାଜପା-ଶିବସେନା ଗଠବନ୍ଧନ ଏହି ରେକର୍ଡକୁ ଧ୍ୱଂସ କରିବ ଏବଂ ଐତିହାସିକ ବିଜୟ ହାସଲ କରିବ । ଜାଭେଡକର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡନବିସଙ୍କ ଦ୍ୱାରା ହୋଇଥିବା କାର୍ଯ୍ୟକୁ ଲୋକେ ଗ୍ରହଣ କରିଛନ୍ତି ଏବଂ ସେମାନଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରିଛନ୍ତି । ବର୍ତ୍ତମାନ କଂଗ୍ରେସ ନେତୃତ୍ୱ ସଂକଟ ଦେଇ ଗତିକରୁଛି । କଂଗ୍ରେସର ନେତା ରାହୁଲ ଗାନ୍ଧୀ ଯେଉଁଠି ପ୍ରଚାର କରିବେ ସେଠାରେ ଭାଜପା ହିଁ ଜିତିବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*