କଂଗ୍ରେସର ବିରୋଧ ଭିତରେ ପାରିତ ହେଲା ଏସ୍‌ପିଜି ସଂଶୋଧିତ ଆଇନ୍‌

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନୂଆଦିଲ୍ଲୀ

କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ବୁଧବାର ଅପରାହ୍ନରେ ଲୋକସଭାରେ ଏସପିଜି (ସ୍ପେଶାଲ ପ୍ରୋଟେକ୍ସନ୍‌ ଗ୍ରୁପ୍‌) ସଂଶୋଧନ ବିଲ୍‌ ଉପସ୍ଥାପିତ କରିଛନ୍ତି । ସେ କହିଛନ୍ତି ଯେ, ଏହି ଆଇନରେ କିଛି ପରିବର୍ତ୍ତନ ପାଇଁ ଆମେ ଏହି ବିଲ୍‌ ନେଇ ଆସିଛୁ । ଏବେ କେବଳ ପ୍ରଧାନମନ୍ତ୍ରୀଙ୍କୁ ଏହି ସୁରକ୍ଷା ମିଳିବ । ଏଥିସହ ପୂର୍ବ ପ୍ରଧାନମନ୍ତ୍ରୀଙ୍କ ପରିବାରକୁ ମଧ୍ୟ ୫ ବର୍ଷ ପର୍ଯ୍ୟନ୍ତ ଏସପିଜି ସୁରକ୍ଷା ପ୍ରଦାନ କରାଯିବ ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ଏସପିଜି ନିୟମରେ କିଛି ପରିବର୍ତ୍ତନ ଅଣାଯାଇଛି । ଯେଉଁ କାରଣରୁ ଗାନ୍ଧୀ ପରିବାର ଠାରୁ ଏସପିଜି ସୁରକ୍ଷା ପ୍ରତ୍ୟାହାର କରାଯାଇଛି । ଏହି ପ୍ରସଙ୍ଗରେ କଂଗ୍ରେସ ପକ୍ଷରୁ ଜୋରଦାର ହାଙ୍ଗମା କରାଯାଇଥିଲା । ପୂର୍ବରୁ ସୋନିଆ ଗାନ୍ଧ, ରାହୁଲ ଗାନ୍ଧୀ, ପି୍ରୟଙ୍କା ଗାନ୍ଧୀଙ୍କୁ ଏସପିଜି ସୁରକ୍ଷା ମିଳୁଥିଲା ବେଳେ ଏବେ ସେମାନଙ୍କ ସୁରକ୍ଷା ଦାୟିତ୍ୱ ସିଆରପିଏଫ୍‌ ହାତକୁ ଚାଲିଯାଇଛି ।
ଗୃହମନ୍ତ୍ରୀ ଶାହା କହିଛନ୍ତି ଯେ, ୧୯୯୧-୯୪ରେ ଏଥିରେ ସଂଶୋଧନ ହୋଇଥିଲା । ଏହାପରେ ଅନେକ ଥର ସଂଶୋଧନ ହୋଇଛି । ଏବେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ସଦସ୍ୟଙ୍କୁ ଅର୍ଥାତ୍‌ ଯେଉଁମାନେ ପ୍ରଧାନମନ୍ତ୍ରୀ ବାସଭବନରେ ରହୁଛନ୍ତି ସେମାନଙ୍କୁ ମିଳିବ ଏସପିଜି ସୁରକ୍ଷା । ପୂର୍ବ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ପରିବାର ପାଇଁ ୫ ବର୍ଷ ପର୍ଯ୍ୟନ୍ତ ଏସପିିଜି ସୁରକ୍ଷା ଉପଲବ୍ଧ ହେବ । ସମ୍ବିଧାନ ଅନୁସାରେ ସରକାରର ମୁଖ୍ୟ ହେଉଛନ୍ତି ପ୍ରଧାନମନ୍ତ୍ରୀ ତାଙ୍କ କାର୍ଯ୍ୟାଳୟର ସୁରକ୍ଷା ପାଇଁ ଏପସିଜି ଗଠନ ହୋଇଛି । ଆମ ଦେଶରେ ଦୁଇ ପୂର୍ବ ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା କରାଯାଇଛି, ଯାହା ଦେଶ ପାଇଁ ବଡ଼ କ୍ଷତି ଅଟେ । ଏହି ଦୁର୍ଘଟଣା ପରେ ଏସପିଜି ଆଇନ ବନାଯାଇଥିଲା । ଏବେ ଆମ ସରକାର ଏହାକୁ ସଂଶୋଧନ କରୁଛି । ଏହି ଅନ୍ତର୍ଗତ ପ୍ରଧାନମନ୍ତ୍ରୀଙ୍କୁ ଏସପିଜି ସୁରକ୍ଷା ମିଳିବ । ପୂର୍ବ ପ୍ରଧାନମନ୍ତ୍ରୀ ଓ ତାଙ୍କ ପରିବାର ପାଇଁ ଏହି ସୁବିଧା ୫ବର୍ଷ ପର୍ଯ୍ୟନ୍ତ ସୀମିତ ରହିବ ।
ଏହି ବିଲ୍‌ ଉପରେ ଆଲୋଚନା ସମୟରେ କଂଗ୍ରେସ ସାଂସଦ ମନୀଷ ତିୱାରୀ କହିଥିଲେ ଯେ, ଆଜି ଆମେ ଏକ ଅତ୍ୟନ୍ତ ସମ୍ବେଦନଶୀଳ ବିଲ୍‌ ଉପରେ ଆଲୋଚନା କରିବାକୁ ଏକାଠି ହୋଇଛେ । ଯାହା ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ସମ୍ବନ୍ଧୀୟ ଅଟେ । ମୋର ଯୁକ୍ତି ହେଉଛି ଇତିହାସ ଏହି ଘଟଣାର ସାକ୍ଷୀ ଅଟେ, ଯେତେବେଳେ ଏପରି ନକରାତ୍ମକ ପଦକ୍ଷେପ ଗ୍ରହଣ କରାଯାଇଛି ସେତେବେଳେ ଦେଶକୁ ବଡ଼ କ୍ଷତି ସହିବାକୁ ପଡିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*