କଂଗ୍ରେସର ନୀତି କାରଣରୁ ମଜବୁତ ହେଉଛନ୍ତି ସାମ୍ପ୍ରଦାୟିକ ଶକ୍ତି : ମାୟାବତୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ଲକ୍ଷ୍ନୌ

ରାଜସ୍ଥାନରେ ଦଳର ୬ ବିଧାୟକ କଂଗ୍ରେସରେ ସାମିଲ ହେବା ଘଟଣାକୁ ସହଜରେ ନେଇପାରୁନାହାଁନ୍ତି ବସପା ମୁଖିଆ ମାୟାବତୀ । ଆଉ ଏହି କ୍ରମରେ ସେ କଂଗ୍ରେସ ଉପରେ ନିଜର ଆକ୍ରମଣ ଧାରା ଜାରି ରଖିଛନ୍ତି । ବୁଧବାର ସେ କହିଛନ୍ତି ଯେ, କଂଗ୍ରେସର ଦୁର୍ବଳ ନୀତି କାରଣରୁ ଦେଶରେ ସାମ୍ପ୍ରଦାୟିକ ଶକ୍ତି ମଜବୁତ ହେବାରେ ଲାଗିଛି ।
ଟୁଇଟ୍‌ କରି ମାୟାବତୀ କହିଛନ୍ତି ଯେ, କଂଗ୍ରେସ ଦଳର ଦୁଇପାଖିଆ ନୀତି କାରଣରୁ ସାମ୍ପ୍ରଦାୟିକ ଶକ୍ତି ମଜବୁତ ହେଉଛି । କଂଗ୍ରେସ ଏହି ସାମ୍ପ୍ରଦାୟିକ ଶକ୍ତିକୁ ଦୁର୍ବଳ କରିବା ପରିବର୍ତ୍ତେ ଯେଉଁମାନେ ଏହା ବିରୋଧରେ ସ୍ୱର ଉଠାଉଛନ୍ତି ସେମାନଙ୍କୁ ଦୁର୍ବଳ କରିବାରେ ଲାଗିଛି । ତେଣୁ ସମସ୍ତେ କଂଗ୍ରେସକୁ ନେଇ ସାବଧାନ ରହିବା ଦରକାର । ଉଲ୍ଲେଖଯୋଗ୍ୟ ଯେ, ସୋମବାର ଦଳର ୬ ବିଧାୟକ କଂଗ୍ରେସରେ ସାମିଲ ହେବା ପରେ ମଙ୍ଗଳବାର ମାୟାବତୀ କଂଗ୍ରେସକୁ ବିଶ୍ୱାସଘାତ ଦଳ ବୋଲି ଉଲ୍ଲେଖ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*