କଂଗ୍ରେସର ଅଭିଯୋଗ ଆମ ବିଧାୟକଙ୍କୁ ୨୫-୫୦ କୋଟିର ଅଫର ଦେଇଥିଲା ଭାଜପା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ:ମୁମ୍ବାଇ
ମହାରାଷ୍ଟ୍ରରେ ଭାଜପା ଏବଂ ଶିବସେନା ମଧ୍ୟରେ ଜାରି ରହିଥିବା ଟଣାଓଟରା ପରିସ୍ଥିତି ଭିତରେ କଂଗ୍ରେସ ଭାଜପା ଉପରେ ଆଣିଛି ବଡ଼ ଅଭିଯୋଗ । କଂଗ୍ରେସ ନେତା ନୀତିନ ରାଉତ କହିଛନ୍ତି ଯେ, ମହାରାଷ୍ଟ୍ରରେ ଭାଜପା ନେତାମାନେ କିଛି କଂଗ୍ରେସ ନେତାଙ୍କୁ ନିଜ ପଟକୁ ନେବା ପାଇଁ ଟଙ୍କା ଅଫର କରିଥିଲେ । ସୂଚନାଯୋଗ୍ୟ ଯେ, ପୂର୍ବରୁ ଶିବସେନା ମଧ୍ୟ ଅଭିଯୋଗ ଆଣିଥିଲା ଯେ, ଭାଜପା ଶିବସେନାର କିଛି ବିଧାୟକଙ୍କୁ ଟଙ୍କା ବଳରେ କିଣିବାର ଚେଷ୍ଟା କରୁଛି ।
କଂଗ୍ରେସ ନେତା ନୀତିନ ରାଉତ କହିଛନ୍ତି ଯେ, ଏପରି ଖବର ରହିଛି ଯେ ଭାଜପାର କିଛି ନେତା ଟଙ୍କା ସହ କଂଗ୍ରେସର କିଛି ବିଧାୟକଙ୍କ ସମ୍ପର୍କରେ ଅଛନ୍ତି । ଗୁରୁବାର ଜଣେ ଦୁଇଜଣ ବିଧାୟକଙ୍କୁ ୨୫ କୋଟିର ଅଫର ଦିଆଯାଇଥିଲା । କର୍ଣ୍ଣାଟକରେ ଯେପରି ଘୋଡ଼ା ବେପାର ଦେଖିବାକୁ ମିଳିଥିଲା ଠିକ୍‌ ସେହିପରି ଏଠାରେ ମଧ୍ୟ ଘୋଡ଼ା ବେପାର ଉଦ୍ୟମ କରାଯାଉଛି । ପୂର୍ବରୁ ଜଣେ କଂଗ୍ରେସ ନେତା ବିଜୟ କହିଥିଲେ ଯେ, ମହାରାଷ୍ଟ୍ରରେ ଦଳ ବଦଳାଇବା ପାଇଁ ବିଧାୟକଙ୍କୁ ୨୫ରୁ ୫୦ କୋଟିର ଅଫର ଦିଆଯାଉଛି । କଂଗ୍ରେସ ବିଧାୟକଙ୍କୁ ଭାଜପା ନେତାମାନେ ଫୋନ୍‌ ମାଧ୍ୟମରେ ଯୋଗାଯୋଗ କରୁଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*