କଂଗ୍ରେସରେ ଯୋଗଦେଉନାହିଁ : ହୁଡା

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ
ସର୍ଜିକାଲ ଷ୍ଟ୍ରାଇକର ହିରୋ ରହିଥିବା ଲେପ୍ଟନାଣ୍ଟ ଜେନେରାଲ ଡିଏସ୍‌ ହୁ‡ା (ଅବସର) କଂଗ୍ରେସରେ ସାମିଲ ହେବା ଖବରକୁ ଗୁଜବ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ମୁଁ କଂଗ୍ରେସରେ ଯୋଗଦେଉନାହିଁ । ନିକଟରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ସହ ତାଙ୍କର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା ।
ଗୁରୁବାର ରାହୁଲ ଗାନ୍ଧୀଙ୍କ ସହ ହୁ‡ାଙ୍କର ଭେଟଘାଟ ହୋଇଥିଲା । ପରେ କୁହାଯାଇଥିଲା ଯେ, କଂଗ୍ରେସ ହୁ‡ାଙ୍କୁ ଦଳରେ ସାମିଲ କରି ତାଙ୍କୁ ଏକ ବଡ଼ ଦାୟିତ୍ୱ ଦେବାକୁ ଯାଉଛି । ହୁ‡ା କଂଗ୍ରେସର ଭିଜନ ଡକୁ୍ୟମେଣ୍ଟରେ ଭାରତର ସୁରକ୍ଷା ପ୍ରସଙ୍ଗକୁ ରଖିବେ । ଏଥିପାଇଁ କଂଗ୍ରେସ ମଧ୍ୟ ଏକ ଟାକ୍ସଫୋର୍ସର ଗଠନ କରିଛି । ତେବେ ହୁ‡ା ଏହି ଘଟଣାକୁ ଭୁଲ୍‌ ବୋଲି କହିବା ସହ ସବୁ ଚର୍ଚ୍ଚାରେ ବିରାମ ଲଗାଇଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*