କଂଗ୍ରେସକୁ ଭୋଟ୍‌ ଦେଇ ନିଜ ଭୋଟ୍‌ ଖରାପ କରନ୍ତୁ ନାହିଁ : ଓବେସି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଓଡିଶା ପଏଣ୍ଟ : ଅକୋଲା
ମହାରାଷ୍ଟ୍ର ବିଧାନସଭା ପାଇଁ ଜୋରସୋରରେ ପ୍ରଚାରରେ ଲାଗିଥିବା ଏଆଇଏମ୍‌ଆଇଏମ୍‌ର ଅଧ୍ୟକ୍ଷ ତଥା ସାଂସଦ ଅସଦ୍ଦୁଦ୍ଦିନ ଓବେସି କଂଗ୍ରେସକୁ ଟାର୍ଗେଟ କରିଛନ୍ତି । ଭୋଟରମାନଙ୍କୁ ଆହ୍ୱାନ ଦେଇ ସେ କହିଛନ୍ତି ଯେ,କଂଗ୍ରେସକୁ ଭୋଟ୍‌ ଦେବା ଅର୍ଥ ନିଜ ଭୋଟ୍‌କୁ ନଷ୍ଟ କରିବା । ଏହାଦ୍ୱାରା ଆପଣ ଭାଜପା ଓ ଶିବସେନାକୁ ମଜବୁତ କରିବେ । ତେଣୁ କଂଗ୍ରେସକୁ ଭୋଟ୍‌ ଦିଅନ୍ତୁ ନାହିଁ ।
ମହାରାଷ୍ଟ୍ରର ଓକୋଲାର ବାଲାପୁର ବିଧାନସଭା କ୍ଷେତ୍ରରୁ ଦଳୀୟ ଟିକଟରେ ନିର୍ବାଚନ ଲଢୁଥିବା ରହମନ ଖାନ୍‌ଙ୍କ ସମର୍ଥନରେ ପ୍ରଚାର କରି ଓବେସି କହିଛନ୍ତି ଯେ, ଆପଣ ଆଦୌ କଂଗ୍ରେସକୁ ନିଜ ଭୋଟ୍‌ ଦିଅନ୍ତୁ ନାହିଁ । ଆପଣଙ୍କ ମତାଧିକାର ଯେପରି ନଷ୍ଟ ନହୁଏ ସେଥିପ୍ରତି ଦୃଷ୍ଟି ଦିଅନ୍ତୁ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*