କଂଗ୍ରେସକୁ ଆୟକର ନୋଟିସ୍‌ ହାୱଲା ମାଧ୍ୟମରେ ୧୭୦ କୋଟି ନେଇଥିବା ଅଭିଯୋଗ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଆୟକର ବିଭାଗ ପକ୍ଷରୁ ଦେଶର ମୁଖ୍ୟ ବିରୋଧୀ ଦଳ କଂଗ୍ରେସକୁ ଜାରି କରାଯାଇଛି ନୋଟିସ୍‌ । ରାଜନୈତିକ ଚାନ୍ଦା ଆଦାୟକୁ ନେଇ ଏହି ନୋଟିସ୍‌ ପଠାଯାଇଛି । ହାଇଦ୍ରାବାଦର ଏକ କମ୍ପାନୀ ପକ୍ଷରୁ ପଠାଯାଇଥିବା ଟଙ୍କାର ହିସାବ କଂଗ୍ରେସ ଦେଇନଥିବା କାରଣରୁ ଆୟକର ବିଭାଗ ନିଜକୁ ଆସିଛି ଦଳ । ହାୱାଲା କାରବାରର ସନେ୍ଦହ ସୃଷ୍ଟି ହୋଇଛି ।
ପୂର୍ବରୁ ନଭେମ୍ବର ୪ ତାରିଖରେ ଆୟକର ବିଭାଗ ପକ୍ଷରୁ ଏ ସମ୍ପର୍କୀତ ନୋଟିସ୍‌ ଜାରି ହୋଇଥିଲା ବେଳେ କଂଗ୍ରେସ ପକ୍ଷରୁ କେହି ବି ଏହାର ଉତ୍ତର ରଖିନଥିଲେ କି ଆୟକର ବିଭାଗ ଆଗରେ ହାଜର ହୋଇନଥିଲେ । ତେଣୁ ବାଧ୍ୟରେ ଆୟକର ବିଭାଗ ପୁଣି ଥରେ ନୋଟିସ୍‌ ଜାରି କରିଛି । ପୂର୍ବରୁ ଆୟକର ବିଭାଗ ହାଇଦ୍ରାବାଦର ଏହି ଇନ୍‌ଫ୍ରାଷ୍ଟ୍ରକଚର କମ୍ପାନୀ ଉପରେ ଚଢାଉ କରାଯାଇଥିଲା । ସେତେବେଳେ ଏହା ପଦାକୁ ଆସିଥିଲା ଯେ, କମ୍ପାନୀ ପକ୍ଷରୁ ହାୱାଲା ମାଧ୍ୟମରେ କଂଗ୍ରେସ ଦଳ ନିକଟକୁ ୧୭୦ କୋଟି ଟଙ୍କା ପଠାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*