ଓଡ଼ିଶା ସରକାର ବନାମ ମୋ ସରକାର ଜିତିବ କିଏ, ଫାଇଦା କାହାର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

‘ମୋ ସରକାର’ ଏକ ବିବାଦୀୟ ରୂପ ନେଇସାରିଛି । ବିରୋଧୀ ଦଳ ଏହି ଯୋଜନାକୁ ସମାଲୋଚନା କରୁଛନ୍ତି । କେତେକ ନୀତିଗତ ପ୍ରଶ୍ନ ଉଠାଇଛନ୍ତି । ୨୦୧୯ ମେ’ ପୂର୍ବରୁ କାହା ସରକାର ଥିଲା ବୋଲି ଭାଜପା ଓ କଂଗ୍ରେସ ପ୍ରଶ୍ନ ପଚାରୁଛନ୍ତି । ଏପରି କି ଅବସର ନେଇଥିବା ବରିଷ୍ଠ ପ୍ରଶାସକମାନେ ମଧ୍ୟ ଏହାକୁ କଡ଼ା ସମାଲୋଚନା କରୁଛନ୍ତି । ରାଜ୍ୟ ଖାଦ୍ୟ ସୁରକ୍ଷା କମିଶନର ପୂର୍ବତନ ଅଧ୍ୟକ୍ଷ ରଙ୍ଗଲାଲ୍‌ ଜାମୁଡ଼ା ଠେଲାଗାଡ଼ି ସରକାର ଭଳି ଆକ୍ଷେପମୂଳକ ଶବ୍ଦ ପ୍ରୟୋଗ କରିଛନ୍ତି । ଏସବୁ ବିବାଦ ଭିତରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଆସନ୍ତା ବିଜୁ ଜୟନ୍ତୀରେ ତାଙ୍କର ସବୁ ବିଭାଗକୁ ‘ମୋ ସରକାର’ ଅଧୀନକୁ ଆଣିବା ନିଷ୍ପତ୍ତି ଘୋଷଣା କରିଛନ୍ତି । ଏହା ଏକ ନୀତିଗତ ପ୍ରଶ୍ନ ଉଠାଇଛି । ମାର୍ଚ୍ଚ ୫ ତାରିଖରେ ଓଡ଼ିଶା ସରକାରଙ୍କ କାର୍ଯ୍ୟ ସରି ମୋ ସରକାର’ର କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି କି?
ଏଭଳି ପ୍ରଶ୍ନ ଉଠିବାର ମୂଳ କାରଣ ହେଉଛି, ଏପର୍ଯ୍ୟନ୍ତ ଓଡ଼ିଶା ସରକାରଙ୍କର ଏକ ଲୋଗୋ ସମସ୍ତେ ଦେଖିଥିଲେ । ଶାସନ ବ୍ୟବସ୍ଥାରେ ଏହା କାର୍ଯ୍ୟକାରୀ ହେଉଥିଲା । ମନ୍ତ୍ରୀମାନଙ୍କ ଲେଟର୍‌ ହେଡ୍‌ରେ ଏହି ଲୋଗୋ ସ୍ଥାନ ପାଉଥିଲା । ସରକାରୀ ନିଦେ୍ର୍ଦଶନାମାରେ ଏହା ବ୍ୟବହୃତ ହେଉଥିଲା । ଏଥିରେ ଦୁଇଟି ସ୍ପଷ୍ଟ ଛବି ରହିଛି । ଗୋଟିଏ ହେଉଛି ଭାରତ ସରକାରଙ୍କ ଅଶୋକ ସ୍ତମ୍ଭ । ଏହାର ଦୁଇ ପାଶ୍ୱର୍ରେ ଓଡ଼ିଆରେ ଲେଖାଅଛି ଓଡ଼ିଶା ଶାସନ । ବୃତ୍ତ ମଝିରେ କୋଣାର୍କ ଘୋଡ଼ା । ପରିଶେଷରେ ତଳେ ହିନ୍ଦୀରେ ଲେଖାଅଛି ଓଡ଼ିଶା ଶାସନ । ଅର୍ଥାତ୍‌ ଶାସନ ବ୍ୟବସ୍ଥାରେ ବା ସରକାରୀ ନିଷ୍ପତ୍ତିରେ ଏହି ସଙ୍କେତ (ଲୋଗୋ) ଏକ ଅପରିହାର୍ଯ୍ୟ ଅଙ୍ଗ । ଓଡ଼ିଶା ଶାସନର ଏହି ଚିହ୍ନ ବ୍ୟତିରେକେ କୌଣସି ନିଷ୍ପତ୍ତି ସରକାରୀ ବୋଲି ଗ୍ରହଣୀୟ ନୁହେଁ ।
୩୦ଟି ଯାକ ଜିଲାରେ ସବୁ ସରକାରୀ କାର୍ଯ୍ୟରେ ଓଡ଼ିଶା ସରକାରଙ୍କର ଏହି ଚିହ୍ନ ଲାଗିଥାଏ । ବିଭାଗୀୟ ନିଷ୍ପତ୍ତି ମଧ୍ୟ ଏଥିରୁ ବାଦ୍‌ ନୁହେଁ । କିନ୍ତୁ ଗତ ଅକ୍ଟୋବର ୨ ତାରିଖରୁ ସରକାର ଆରମ୍ଭ କରିଛନ୍ତି ‘ମୋ ସରକାର’ ଯୋଜନା । ପ୍ରଥମେ ଦୁଇଟି ବିଭାଗ ଗୃହ ଏବଂ ସ୍ୱାସ୍ଥ୍ୟକୁ ଏହି ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଥିଲା । ସରକାରଙ୍କ ପଞ୍ଚ-ଟି ମନ୍ତ୍ର ଲାଗୁ ହେଲାଣି ଗତ ଜୁନ୍‌ ମାସରୁ । କିନ୍ତୁ ଦୁଇଟି ବିଭାଗରେ ଏହି ମନ୍ତ୍ରର କାର୍ଯ୍ୟାନ୍ୱୟନ ଲାଗି ଆରମ୍ଭ ହେଲା ମୋ ସରକାର । କିନ୍ତୁ ମୋ ସରକାର ପାଇଁ ଏକ ଲୋଗୋ ପ୍ରସ୍ତୁତ କରିଛନ୍ତି ନବୀନ ସରକାର । ଓଡ଼ିଶା ମାନଚିତ୍ରରେ କୋଣାର୍କ ଚକ ବା ଜନତା ଦଳର ନିର୍ବାଚନ ସଙ୍କେତ ପରି ସବୁଜ ଚକ ରହିଛି । ଚକ ମଝିରେ ଅଛି ଏକ ମୋବାଇଲ । ମୋବାଇଲ ମଝିରେ ଇଂରାଜୀରେ ଲେଖାଅଛି ୫ । ଏବଂ ତା’ତଳେ ମୋ ସରକାର । ନବୀନ ସରକାର ଏହି ‘ମୋ ସରକାର ଚିହ୍ନ’କୁ ସବୁ ବିଭାଗରେ ଲାଗୁ କରିବାକୁ ଯାଉଛନ୍ତି ।
ପ୍ରଶ୍ନ ଉଠିଲାଣି ଯେ, ଶାସନ ବ୍ୟବସ୍ଥାରେ ବ୍ୟବହୃତ ହୋଇଆସୁଥିବା ଓଡ଼ିଶା ସରକାରଙ୍କ ଚିହ୍ନ ଲୋପ ପାଇବ କି? ପ୍ରତିବଦଳରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଭାବିତ ଏହି ନୂଆ ସଙ୍କେତ ଅନୁସାରେ ଶାସନ କାର୍ଯ୍ୟ ଚାଲିବ କି? ସବୁ ନିଷ୍ପତ୍ତି ପତ୍ରରେ ଏହି ମୋ ସରକାର ସଙ୍କେତ ରହିବ କି? ସବୁ ଓଡ଼ିଆ ଅକ୍ଷର ଭିତରେ କାହିଁକି ଇଂରାଜୀ ୫ ରଖିଛନ୍ତି ସରକାର, ତାହା ମଧ୍ୟ ଏକ ବିବାଦୀୟ ପ୍ରସଙ୍ଗ ।
ତେଣୁ ଆଗକୁ ଓଡ଼ିଶା ସରକାର ଏବଂ ମୋ ସରକାର ଭିତରେ ଏକ ବଡ଼ ପ୍ରଶାସନିକ ଦ୍ୱନ୍ଦ୍ୱ ସୃଷ୍ଟି ହେବାକୁ ଯାଉଛି । ମୋ ସରକାର ଚିହ୍ନଟି ସମ୍ବିଧାନ ସମ୍ମତ ନୁହେଁ । ରାଜ୍ୟର ଶାସନ ବ୍ୟବସ୍ଥା ବା ସରକାରୀ ନିଷ୍ପତ୍ତି ଏହି ଚିହ୍ନ ଦ୍ୱାରା ଜାରି ହୋଇପାରିବ କି ନାହିଁ, ଏନେଇ ଆଗକୁ ଭୟଙ୍କର ଦ୍ୱନ୍ଦ୍ୱ ଉପୁଜିବ । କେନ୍ଦ୍ର ସରକାର ମଧ୍ୟ ଏହି ସଙ୍କେତକୁ ଗ୍ରହଣ କରିବେ କି ନାହିଁ ସନେ୍ଦହଜନକ । ମୂଳ ବିବାଦଟି ହେଉଛି ଓଡ଼ିଶା ସରକାର ଥାଉଁ ଥାଉଁ ମୋ ସରକାର କୁଆଡ଼ୁ ଆସିଲେ । ନବୀନ ପଟନାୟକ ୧୯ବର୍ଷ ଧରି ଶାସନ ଚଳାଇ ଯିବା ପରେ ଅର୍ଥାତ୍‌ ଓଡ଼ିଶା ସରକାରର ମୁଖ୍ୟ ଭାବେ ସବୁ ଭଲ ଓ ମନ୍ଦ ପାଇଁ ଦାୟୀ ରହିବା ସତ୍ତ୍ୱେ ପଞ୍ଚମ ପାଳିରେ ଓଡ଼ିଶା ସରକାରଙ୍କୁ ହଟାଇ ମୋ ସରକାରକୁ ଗ୍ରହଣ କଲେ କାହିଁକି? ଏହାଦ୍ୱାରା ପ୍ରଶାସନିକ ଅସଙ୍ଗତି ସୃଷ୍ଟି ହେବାର ଆଶଙ୍କା ମଧ୍ୟ ଅଛି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଘୋଷଣା କରିସାରିଲେଣି ଯେ, ସରକାରଙ୍କ ସବୁ ବିଭାଗ ମୋ ସରକାର ଅଧୀନରେ ରହିବ । ତେବେ ଓଡ଼ିଶା ସରକାରଙ୍କ ଉପରେ ମୋ ସରକାର କି? ଏବେ ପଞ୍ଚ-ଟି ନାମରେ ଅଦୃଶ୍ୟ ବିଭାଗ ସୃଷ୍ଟି କରାଯାଇଛି । ତାଙ୍କ ବ୍ୟକ୍ତିଗତ ସଚିବ ଭିକେ ପାନ୍ଦିଆନ୍‌ ଏହାର ସଚିବ ଅଛନ୍ତି । ଆସନ୍ତା ମାର୍ଚ୍ଚ ୫ ତାରିଖରୁ ସବୁ ବିଭାଗ ପାନ୍ଦିଆନ୍‌ଙ୍କ କର୍ତ୍ତୃତ୍ୱକୁ ଚାଲିଯିବ । ପାଞ୍ଚ ମନ୍ତ୍ର ପ୍ରୟୋଗ ଲାଗି ସେ ଯେକୌଣସି ବିଭାଗରେ ହସ୍ତକ୍ଷେପ କରିପାରିବେ । ଏବେ ଯେମିତି ସ୍ୱାସ୍ଥ୍ୟ ବିଭାଗ ଅଧୀନରେ ଥିବା ସବୁ ହସ୍ପିଟାଲ୍‌କୁ ଯାଇ ସେ ସବୁ ଅନୁଧ୍ୟାନ କରୁଛନ୍ତି । ତାଙ୍କରି ପରାମର୍ଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ଘୋଷଣା କରୁଛନ୍ତି । ପରବର୍ତ୍ତୀ ସମୟରେ ଅନ୍ୟ ସବୁ ବିଭାଗ ଓଡ଼ିଶା ସରକାରଙ୍କ ହାତରୁ ଆସି ମୋ ସରକାରଙ୍କ ଅଧୀନକୁ ଆସିିଯିବା ପରେ ପାନ୍ଦିଆନ୍‌ ସବୁ ବିଭାଗରେ ଯେତେବେଳେ ମୁନ୍ଦ ପୁରାଇବେ, ସେତେବେଳେ ସଚିବସ୍ତରରେ ଏକ ଭୟଙ୍କର ପ୍ରତିକି୍ରୟା ସୃଷ୍ଟି ହେବା ଆଶଙ୍କାକୁ ଏଡ଼ାଇ ଦିଆଯାଇ ପାରୁନାହିଁ ।
ନବୀନ ସରକାରଙ୍କର ଅଧିକାଂଶ ମନ୍ତ୍ରୀଙ୍କର ଓଜନ ନାହିଁ । ଜଣେ ସଚିବଙ୍କ ଭୟଙ୍କର ଉତ୍ତରଣ ଓ ହସ୍ତକ୍ଷେପକୁ ସେମାନେ ଆଖିବୁଜି ସହିଯାଉଛନ୍ତି । ଏଥିରେ ସାମାନ୍ୟ ପ୍ରତିକି୍ରୟ ପ୍ରକାଶ ପାଇଲେ ଚାକିରି ଯିବାର ଆଶଙ୍କା ମଧ୍ୟ ଅଛି । ହେଲେ ଯଦି ଅନ୍ୟ ଆଇଏଏସ୍‌ମାନେ ନୂଆ ବ୍ୟବସ୍ଥାକୁ ନେଇ ପ୍ରତିକି୍ରୟାବ୍ୟକ୍ତ କରନ୍ତି, ତେବେ ଶାସନ ତନ୍ତ୍ରରେ ଅରାଜକତା ହେବାକୁ ବେଶୀ ସମୟ ଲାଗିବ ନାହିଁ ।
ଓଡ଼ିଶା ସରକାର ଏବଂ ମୋ ସରକାର ଭିତରେ ଲଢ଼େଇ ଅବଶ୍ୟମ୍ଭାବୀ । କେବଳ ଦେଖିବାକୁ ବାକି ଅଛି ଯେ, ଏଭଳି ଲଢ଼େଇରେ ଜିତାପଟ ହେଉଛି କାହାର? ସତରେ ଓଡ଼ିଶାର ଲୋକେ ଉପକୃତ ହେବେ କି? ତେବେ ଗୋଟିଏ କଥା, ନବୀନ ପଟନାୟକ ସ୍ୱୀକାର କରିସାରିଛନ୍ତି ଯେ, ଓଡ଼ିଶା ସରକାର ବିଫଳ ହୋଇଛି । ଯଦିଓ ବ୍ୟକ୍ତିଗତ ଭାବେ ସେ ତାଙ୍କ ଦଳ ସଫଳ ହୋଇଛନ୍ତି । ଏବେ ମୋ ସରକାରରେ ସେ ଓ ଜନତା ଲାଭବାନ୍‌ ହେବେ କି ନାହିଁ, ସମୟ ହିଁ ଏହାର ସର୍ବୋତ୍ତମ ଉତ୍ତର ଦେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*