ଓଡ଼ିଶା ଲେଖିକା ସଂସଦର ସ୍ୱତନ୍ତ୍ର ଅଧିବେଶନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ: ବାଲେଶ୍ୱର

ଓଡ଼ିଶା ଲେଖିକା ସଂସଦ ବାଲେଶ୍ୱର ଶାଖାର ବିଶେଷ ଅଧିବେଶନ ସ୍ଥାନୀୟ ସଂସ୍କୃତି ଭବନରେ ଅନୁଷ୍ଠିତ ହୋଇଯାଇଛି । ପୂର୍ବତନ ସାଂସଦ ଇଞ୍ଜିନିୟର ରବୀନ୍ଦ୍ର କୁମାର ଜେନା ଏହାକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିବା ସହିତ ସମାଜିକ ସ୍ତରରେ ସଂସ୍କାର ଆଣିବାରେ ଲେଖିକାମାନଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ବିଶିଷ୍ଟ ସାହିତି୍ୟକା ଡକ୍ଟର ବୀଣାପାଣି ମହାନ୍ତି ଏଥିରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଲେଖିକା ସଂସଦର କର୍ମକର୍ତ୍ତାଙ୍କୁ ସାଧୁବାଦ ଜଣାଇବା ସହିତ ନୂତନ ପିଢ଼ିର ଲେଖିକାଙ୍କୁ ଉତ୍ସାହିତ କରିବାରେ ଏହି ସଂଗଠନର ସହଯୋଗିତା ସର୍ବଦା ରହିବ ବୋଲି ସେ ଆଶା ପ୍ରକାଶ କରିଥିଲେ । ଡ. ମନ୍ମଥ ପ୍ରଧାନ, ଡ. ତମସା ରାଣୀ ମହାପାତ୍ର ଓ ଡ.ଶକୁନ୍ତଳା ବଳିୟାରସିଂହ ଏଥିରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଭାଷା ସାହିତ୍ୟର ବିକାଶ ଏବଂ ସମୃଦ୍ଧିରେ ଲେଖିକାମାନଙ୍କ ଅବଦାନ ସମ୍ପର୍କରେ ଆଲୋଚନା କରିଥିଲେ । ସଂଗଠନର ଆବାହିକା ସୁବାସିନୀ ଧଳ ଓ କାର୍ଯ୍ୟକର୍ତ୍ତା ଦୀପ୍ତି ଦାସ ଏଥିରେ ଯୋଗଦେଇ ସ୍ୱତନ୍ତ୍ର ଅଧିବେଶନର ଆଭିମୁଖ୍ୟ ଓ ସଂଗଠନର ଆଗାମୀ କାର୍ଯ୍ୟଧାରା ସମ୍ପର୍କରେ ସୂଚନା ଦେଇଥିଲେ । ସଂସଦର ମୁଖପତ୍ର ‘ବୈଜୟନ୍ତୀ’ ଉନ୍ମୋଚିତ ହୋଇଥିଲା । ଦ୍ୱିତୀୟ ଅଧିବେଶନରେ ଆୟୋଜିତ କବିତା ପାଠ ଉତ୍ସବରେ ବହୁ କବି ଓ କବୟିତ୍ରୀ ଯୋଗଦେଇ ସ୍ୱରଚିତ କବିତା ପାଠ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*