ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ସଚେତନତା ଶିବିର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭଦ୍ରକ

ଭଦ୍ରକର ଗୋପାଳଜୀଉ କଲ୍ୟାଣ ମନ୍ଦପ ଠାରେ ଓଡ଼ିଶା ମୋଟର ଚାଳକ ସଂଘ ପକ୍ଷରୁ ରାଜ୍ୟ ସଭାପତି ଅକ୍ଷୟ ନାୟକଙ୍କ ଅଧ୍ୟକ୍ଷତାରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସଭାକାର୍ଯ୍ୟ ଆରମ୍ଭରେ ଗାଡି ଚାଳକ ଦିଲ୍ଲୀପ ଦାସଙ୍କ ଅକାଳ ମୃତୁ୍ୟ ନିମନ୍ତେ ୨ ମିନିଟ୍ ନୀରବ ପ୍ରାର୍ଥନା କରାଯାଇଥିଲା । ଏହି ସଭାରେ ଭଦ୍ରକ ଜିଲା ଆଞ୍ଚଳିକ ପରିବହନ ଅଧିକାରୀ ବିରଞ୍ଚି ନାରାୟଣ ଦାସ ଅଧିକାରୀ ଉଦ୍ଘାଟକ ଭାବେ ଯୋଗଦେଇଥିବାବେଳେ ରାଜ୍ୟ ମୁଖ୍ୟ ଉପଦେଷ୍ଟା ରବି ନାରାୟଣ ଖିଲାର ମୁଖ୍ୟବକ୍ତା, ଉପ ସଭାପତି ଦେବେନ୍ଦ୍ର ବେହେରା, ସଂପାଦକ ବିଗଲ ମେହେଟା, ସଂଗଠନ ସଂପାଦକ ଚୈତନ୍ୟ ସାହାଣୀ, ଜିଲ୍ଲା ସଭାପତି କୁଳମଣି ନାଥ, ସଂପାଦକ ନାରଣ ଦାସ, ଅତିଥିଭାବେ ସୁରେଶ ସାହୁ,ଅଜୟ ପରିଡା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ । ଅନୁଷ୍ଠିତ ସଚେତନତା ଶିବିରର ଆଭିମୁଖ୍ୟ ସଂପର୍କରେ ବର୍ଣ୍ଣନା କରିଥିଲେ । ଏହି ଅବସରରେ ମୃତ ଗାଡିଚାଳକ ଦିଲ୍ଲୀପ ଦାସଙ୍କ ବିଧବା ପତ୍ନୀ ମନୋରମାଙ୍କୁ ସଂଘ ପକ୍ଷରୁ ୨୦ ହଜାର ଟଙ୍କା ଦିଆଯିବା ସହ ୮୦ ହଜାର ଟଙ୍କାର ବୀମା ତାଙ୍କୁ ପ୍ରଦାନ କରାଯାଇଥିଲା ।
ଉଦ୍ୟାପନୀ ଉତ୍ସବରେ ସହରାଞ୍ଚଳ ଥାନାଧିକାରିଣୀ ସରୋଜିନୀ ସିଂ, ମୁଖ୍ୟ ଅତିଥିଭାବେ ଯୋଗ ଦେଇଥିବା ବେଳେ ଶିକ୍ଷୟିତ୍ରୀ ମନୋରମା ରାୟ ସମ୍ମାନୀତ ଅତିଥିଭାବେ ଯୋଗଦେଇ କହିଲେ ଚାଳକମାନେ ଗାଡି ଚଳାଇବା ବେଳେ ମଦ୍ୟପାନ କରିବା ଉଚିତ ନୁହେିଁ । ଏଥିସହିତ ମୋଟର ଯାନ ନିୟମକୁ ମାନି ଗାଡି ଚଳାଇବା ପାଇଁ ଉପସ୍ଥିତ ଚାଳକମାନଙ୍କୁ ପରାମର୍ଶ ଦେଇଥିଲେ । ଶେଷରେ ରାଜ୍ୟ ସଭାପତି ଶ୍ରୀ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଆଗାମି ଦିନରେ ଚାଳକମାନେ ସେମାନଙ୍କର ଦାବି ପୂରଣ ନେଇ ସରକାରଙ୍କ ଦୃଷ୍ଟିଆକର୍ଷଣ କରିବେ । ଦାବି ପୂରଣ ନ ହେଲେ ବାଧ୍ୟହୋଇ ରାଜପଥକୁ ଓହ୍ଲାଇବେ ବୋଲି ଚାଳକମାନେ ମତବ୍ୟକ୍ତ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*