ଓଡ଼ିଶା ଫାଇନାନ୍ସିଆଲ୍ ଇନକ୍ଲୁଜନ୍ କନକ୍ଲେଭର ଦ୍ୱିତୀୟ ସଂସ୍କରଣ ଉଦଘାଟିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର
ଅବହେଳିତ ବର୍ଗର ଲୋକମାନଙ୍କ ପାଖରେ ସୁଲଭ ଆର୍ଥିକ ସେବା ପହଂ·ଇବା ପାଇଁ ସମସ୍ତ ଅଂଶୀଦାର ଏକଜୁଟ ହେବା ଦରକାର ବୋଲି କହିଛନ୍ତି ଶିଶୁ କଲ୍ୟାଣ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ସାମଲଙ୍କ । ଏସଏଏଫଆଇଆଇ (ଓଡ଼ିଶା ଷ୍ଟେଟ ଆସୋସିଏସନ ଅଫ ଫାଇନାନସିଆଲ ଇନ୍କ୍ଲୁଜନ ଇନଷ୍ଟିଚୁ୍ୟସନ୍ସ) ପକ୍ଷରୁ ଆୟୋଜିତ ଦ୍ୱିତୀୟ ଓଡ଼ିଶା ଫାଇନାନ୍ସିଆଲ ଇନ୍କ୍ଲୁଜନ କନକ୍ଲେଭକୁ ଉଦଘାଟିତ କରି ସେ ଏହା କହିଛନ୍ତି ।
ଶ୍ରୀସାମଲ କହିଛନ୍ତି ଯେ, ଅବହେଳିତ ବର୍ଗର ଲୋକମାନଙ୍କୁ ସହଯୋଗ ଦେବା ଦରକାର । ନିଜ ପରିବାରକୁ ସହାୟତା ପ୍ରଦାନ କରିବା ପାଇଁ ଗ୍ରାମାଚଂଳ ମହିଳାମାନଙ୍କ ଉତଥାନ ନିମନ୍ତେ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି । ଏହି ଅବସରରେ ସେ ଦୁର୍ଗମ ଅଂଚଳରେ ଆର୍ଥିକ ସେବା ପ୍ରଦାନ କରିବାରେ ଗୁରୁତ୍ୱପୂର୍ଣ୍ଣ ଯୋଗଦାନ ପ୍ରଦାନ କରୁଥିବା ଓଏସଏଏଫଆଇଆଇର ସଦସ୍ୟମାନଙ୍କ ସହଯୋଗକୁ ପ୍ରଶଂସା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଏମ, ସିଡ୍ବି ଋଷି ଦ୍ୱିବେଦୀ, ସଭାପତି, ଓଏସଏଏଫଆଇଆଇ ଦିବ୍ୟଜ୍ୟୋତି ପଟ୍ଟନାୟକ, ନାବାର୍ଡର ସିଜିଏମ ମହେନ୍ଦ୍ର ସୋରେନ, ଆଇଏଏସ-ନିର୍ଦେଶକ – ଇନଷ୍ଟିଚୁ୍ୟସନାଲ ଫାଇନାନସର ପି କେ ବିଶ୍ୱାଳ, ପି ସତୀଶ, ଏସବିଆଇର ଜିଏମ ଶ୍ରୀଯୁକ୍ତ ଗୌତମ ଭଟ୍ଟାଚାର୍ଯ୍ୟ ଯୋଗ ଦେଇଥିଲେ । ଏହି କନକ୍ଲେଭରେ ରାଜ୍ୟର ୩୦ଟି ଜିଲ୍ଲାର ପାଖାପାଖି ୪୦୦ ପ୍ରତିନିଧି ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀ, ବ୍ୟାଙ୍କ, ଆର୍ଥିକ ଅନୁଷ୍ଠାନ, ଏସଏଚପିଆଇ ଭଳି ସଂସ୍ଥାରୁ ଅଂଶଗ୍ରହଣ କରିଥିଲେ ।
ଏହି କାର୍ଯ୍ୟକ୍ରମର ପ୍ରମୁଖ ଉଦେ୍ଦଶ୍ୟ୍ୟହେଉଛି ରାଜ୍ୟରେ ଆର୍ଥିକ ଅନ୍ତଭୁର୍କ୍ତୀକରଣର ସଂପ୍ରସାରଣ ପାଇଁ ସାମଗ୍ରିକ ଭାବେ ସମସ୍ତ ଅଂଶୀଦାରଙ୍କ ମଧ୍ୟରେ ସଂଯୋଜନା ଏବଂ ଶକ୍ତିକୁ ପ୍ରଭାବଶାଳୀ ଢଂଗରେ ପ୍ରସାର କରିବା । ରାଜ୍ୟରେ ଆର୍ଥିକ ଅନ୍ତର୍ଭୁକ୍ତୀକରଣରେ ସମସ୍ୟା ସୃଷ୍ଟି କରୁଥିବା ସମସ୍ୟା ଓ ଆହ୍ୱାନଗୁଡ଼ିକ ଉପରେ କନକ୍ଲେଭରେ ବିସ୍ତୃତ ଆଲୋଚନା ହୋଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*