ଓଡ଼ିଶା ଠିକାଦାର ମହାସଂଘକୁ ଉଦଳା ଠିକାଦାର ସଂଘର ସମର୍ଥନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଉଦଳା

୧୦ ଦଫା ଦାବି ନେଇ ନିଖିଳ ଓଡ଼ିଶା ଠିକାଦାର ମହାସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନେ୍ଦାଳନ ନେଇ ହୋଇଥିବା ନିଷ୍ପତ୍ତିକୁ ସମର୍ଥନ ଜଣାଇଛି ଉଦଳା ଠିକାଦାର ସଂଘ । ଯାହାକୁ ନେଇ ସ୍ଥାନୀୟ ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ ଏକ ବୈଠକର ଆୟୋଜନ କରାଯାଇଥିଲା । ଉଦଳା ଠିକାଦାର ସଂଘର ସଭାପତି ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ସମ୍ପାଦକ ନନ୍ଦକିଶୋର ବିନ୍ଧାଣୀ, ଅଶୋକ କୁମାର ଦାସଙ୍କ ସମେତ ସମସ୍ତ ଠିକାଦାର ଯୋଗ ଦେଇଥିଲେ । ୨୦୧୪ର ସ୍ଥୀରିକୃତ ସିଡୁ୍ୟଲ୍ ରେଟର ୨୦୧୯ ମୂଲ୍ୟ ଭିତ୍ତିରେ ପୁନଃ ଆକଳନ, ଭାରତ ସରକାରଙ୍କ ଷ୍ଟାନ୍ଦାର୍ଡ ଡାଟା ବୁକର ତୁରନ୍ତ ପ୍ରଚଳନ, ଭାରତ ସରକାରଙ୍କ ଟେନ୍ଦର ନିୟମାବଳୀର ତୁରନ୍ତ ପ୍ରଚଳନ ଭଳି ଦଶଟି ଦାବି ମହାସଂଘ ପକ୍ଷରୁ ଉପସ୍ଥାପନ କରାଯାଇଛି । ଏହାକୁ ସମର୍ଥନ ଜଣାଇଛି ଉଦଳା ଠିକାଦାର ସଂଘ, ଯାହାଫଳରେ କପ୍ତିପଦା ଉପଖନ୍ଦରେ ସମସ୍ତ ଠିକାଦାରୀ କାର୍ଯ୍ୟ ସମ୍ପୂର୍ଣ୍ଣ ବନ୍ଦ ରହିବ ବୋଲି ଠିକାଦାରମାନେ ଚେତାବନୀ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*