ଓଡ଼ିଶାର ବିକାଶ ପାଇଁ ମୋଦୀ ପ୍ରତିବଦ୍ଧ, ବାଧକ ରାଜ୍ୟ ସରକାର : ଧର୍ମେନ୍ଦ୍ର

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

୨ ହଜାର ୬୭ କୋଟି ଟଙ୍କା ବ୍ୟୟବରାଦରେ ୧୧୯.୫ କିମି ଦୀର୍ଘ ଓଡିଶାର ତିନି ଗୋଟି ଜାତୀୟ ରାଜପଥ ପ୍ରକଳ୍ପର ଭୂମି ପୂଜନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାଜଧାନୀର ଖନ୍ଦଗିରି ଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକାର ତତ୍ପର ଥିବା ବେଳେ ରାଜ୍ୟ ସରକାର ବାଧକ ସାଜୁଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଯୋଗ କରିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ନରେନ୍ଦ୍ର ମୋଦିଙ୍କ ସରକାର ଓଡିଶାର ବିକାଶର କାମକୁ ତ୍ୱରାନ୍ୱିତ କରିବା, ଓଡିଶାର ଅର୍ଥନୀତିର ଅଭିବୃଦ୍ଧି, ରାଜ୍ୟରେ ରାଜସ୍ୱ ଓ ରୋଜଗାର ବଢାଇବା ପାଇଁ ୫୫ ହଜାର କୋଟି ଟଙ୍କା ବ୍ୟୟରେ ୪୫୦୦ ରୁ ୫୦୦୦ କିମି ପର୍ଯ୍ୟନ୍ତ ନୂଆ ଜାତୀୟ ରାଜପଥ କୋଷ୍ଟାଲ ହାଇୱେ ଏବଂ ଅନେକ ଆଭ୍ୟନ୍ତରୀଣ ରାସ୍ତାକୁ ଜାତୀୟ ରାଜପଥରେ ପରିଣତ କରିବାର ଯୋଜନା କରୁଛନ୍ତି । ମାତ୍ର ରାଜ୍ୟ ସରକାର ଏଥିରେ ଅସହଯୋଗ କରୁଛନ୍ତି । ସେ ଆହୁରି କହିଛନ୍ତି ଯେ, ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀ ପ୍ରଧାନମନ୍ତ୍ରୀ ଦାୟିତ୍ୱରେ ଥିବା ସମୟରେ ସୂବର୍ଣ୍ଣ ଚତୁର୍ଭୁଜ ଯୋଜନା ଅନ୍ତର୍ଗତରେ ଏ ଅଂଚଳ ରାସ୍ତାର ନବକଳେବର ହୋଇଥିଲା । ଏହା ପରେ ଦେଶର ପ୍ରଧାନମମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦି ଦାୟିତ୍ୱ ନେବା ପରେ ଅଟଳଙ୍କ ୪ ଲେନ୍ର ରାସ୍ତାକୁ ୬ ଲେନ୍ରେ ପରିଣତ କରିବାକୁ ଯାଉଛନ୍ତି ବୋଲି ସେ କହିଛନ୍ତି । ସେହିପରି ଓଡିଶାର ବିକାଶ ପ୍ରକଳ୍ପରେ ସରକାରଙ୍କ ଅଧିକାରୀଙ୍କୁ ରାଜନୀତି ନକରିବାକୁ ଶ୍ରୀ ପ୍ରଧାନ ଅନୁରୋଧ କରିଛନ୍ତି ।
କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ ଆଜି ଓଡିଶାରେ ଏନ୍ଏଚ୍ ୫ର ଅନେକ ପ୍ରକଳ୍ପର ଭୂମିପୂଜା ଓ କାମ ଆରମ୍ଭ ହଇଛି । ଭୁବନେଶ୍ୱର, ଶିଖରପୁର, ବଡଚଣା ଓ ସୋର ୪ଟି ଜାଗାରେ ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଓ ଶୁଭାରମ୍ଭ ହୋଇଯାଇଛି । ଏହାଦ୍ୱାରା ଓଡିଶାର ଅର୍ଥନୀତିରେ ବିକାଶ ହୋଇପାରିବ । ଶ୍ରୀ ପ୍ରଧାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯାହା କହନ୍ତି, ତାହା କରନ୍ତି । ଏ ସରକାର ଦେଶର ସୁରକ୍ଷା ହେଉ କିମ୍ବା ଢାଂଚା ବନେଇବା କିମ୍ବା ଅର୍ଥନୀତିର ବିକାଶ ଏ ସରକାର ଯାହା କହେ ତାହାକୁ ସମ୍ଭବ କରିଦେଖାଏ ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ଏନଏଚ-୫ ସମସ୍ତଙ୍କ ଜୀବନରେଖା ସଦୃଶ । ଓଡିଶାରେ ବାଲେଶ୍ୱର ଜିଲ୍ଲାରୁ ଗଞ୍ଜାମ ଜିଲ୍ଲା ପର୍ଯ୍ୟନ୍ତ ଉପକୂଳ ଅଂଚଳର ମୂଳ ସଂଯୋଗର ରାସ୍ତା ଦଶନ୍ଧି ଦଶନ୍ଧି ଧରି ରହିଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ ପାଖାପାଖି ୨୦୦୦ ରୁ ଅଧିକ ଟଙ୍କା ବ୍ୟୟ କରି ଏହି ପ୍ରକଳ୍ପର କାର୍ଯ୍ୟକ୍ରମ ଆରମ୍ଭ ହେବ । ଭଦ୍ରକ-ବାଲେଶ୍ୱର, ଟାଙ୍ଗୀ-ଭୁବନେଶ୍ୱର ରାସ୍ତା ଗୋଟିଏ ଭୁବନେଶ୍ୱର ପାଖରେ ଏବଂ ଆଉ ଗୋଟିଏ ଦୁଇଟି ଭଦ୍ରକ ଓ ବାଲେଶ୍ୱର ୬ ଟି ରାସ୍ତା ସହ ଯୋଡିହେବ । ଓଡିଶା ଓ ଜାତୀୟ ଅର୍ଥନୀତିକୁ ଏହି ରାସ୍ତା ସୁଦୃଢ କରିବାରେ ଯୋଗଦାନ କରିବା ସହ ସହର ଗମନାଗମନର ସୁବିଧା ବଢିବ, ସ୍ଥାନୀୟ ଅଂଚଳର ଲୋକଙ୍କୁ କାମ କରିବାର ସୁଯୋଗ ମିଳିପାରିବ । ଏହାବ୍ୟତିତ ସ୍ଥାନୀୟ ଅଂଚଳର ଯଥା ବାଲିକୁଦା, ଶିଖରପୁର ଏବଂ ବଡଚଣା ଲୋକଙ୍କର ଥିବା ତିନୋଟି ଏନଏଚ୍ ତଳେ ଯେଉଁ ଅନ୍ଦରପାସ୍ ହେବାର ଦାବୀ ଥିଲା ତାହା ପୂରଣ ହୋଇଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାର ଉନ୍ନତି ପାଇଁ ସହଯୋଗ ଓ ଦାୟିତ୍ୱ ନିର୍ବାହ କରିବାକୁ କିଛି ଦିନ ପୂର୍ବରୁ ଓଡିଶା ସରକାରଙ୍କୁ ଅନୁରୋଧ କରାଯାଇଥିଲା । ଅନୁରୋଧ କରିବା ପରେ କିନ୍ତୁ ସେମାନେ ଓଲଟା ଗାଳିମନ୍ଦ କରୁଛନ୍ତି । ଭୁବନେଶ୍ୱରରେ ଏନ୍ଏଚ୍ ହେବା କାରଣରୁ ପାଣି ଜମୁଛି ବୋଲି ରାଜ୍ୟ ସରକାର କହୁଥିବା ବେଳେ ଭୁବନେଶ୍ୱରରେ ବର୍ଷା ହେଲେ ସଚିବାଳୟ ଓ ବିଧାନସଭା ଅଂଚଳରେ ଜଳମଗ୍ନ ହେଉଛି । ଏହା କଣ ଏନ୍ଏଚ୍ର ପାଖାପାଖି ଅଂଚଳ ବୋଲି ସେ ପ୍ରଶ୍ନ କରିଛନ୍ତି । ଏନଏଚ୍ ନହେବା କାରଣରୁ ଇସ୍କନ ମନ୍ଦିର ସମ୍ମୁଖରେ ପାଣି ଜମୁଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ଭଦ୍ରକ-ବାଲେଶ୍ୱର ରାସ୍ତା ମଧ୍ୟରେ ୬୨ କିମି ରାସ୍ତା ପରେ ୨/୫ଟି ବଡ ବ୍ରିଜ୍, ୨ଟି ସାନ ବ୍ରିଜ,୍ ୬ଟି ଭେଇକିଲ୍ ଅନ୍ଦରପାସ୍, ଦୁଇଟି ଟ୍ରେନ୍ ଓଭରବ୍ରିଜ୍, ୭୨ କିମି ସର୍ଭିସ ଲେନ୍ ହେବ । ସେହିଭଳି ଟାଙ୍ଗୀ ଭୁବନେଶ୍ୱର ମଧ୍ୟରେ ୪ଟି ଫ୍ଲାଏ ଓଭର ବ୍ରିଜ୍, ୮ଟି ସର୍ଭିସ ରୋଡ୍, ୮ଟା ମାଇନର ବ୍ରିଜ୍, ୧୦ ଟି ଭେଇକିଲ୍ ଅନ୍ଦରପାସ ଏବଂ ସର୍ଭିସ ରୋଡ୍ ୪୭ କିମି ବନିବ, ୧୫ଟି ବସ ପାର୍କିଙ୍ଗର ମଧ୍ୟ ସୁବିଧା କରାଯିବ ବୋଲି ସେ କହିଛନ୍ତି ।
ଶ୍ରୀ ପ୍ରଧାନ କହିଛନ୍ତି ଯେ ରାଜ୍ୟ ସରକାରଙ୍କ ଭୁଲ ଟାଉନ ପ୍ଲାନିଂ ଯୋଗୁଁ, ଅସାଧୁ ଉପାୟରେ ଡ୍ରେନେଜ୍ ବିଲଡିର୍ଙ୍କୁ ଦେଇଦେବାରୁ ରାଜଧାନୀରେ ନାଗରିକଙ୍କ ସୁବିଧାରେ ଅବ୍ୟବସ୍ଥା ଦେଖାଯାଇଛି । ସରକାର ଏ କଥାକୁ ଲୁଚେଇବା ପାଇଁ ଏନ୍ଏଚ୍କୁ ଦୋଷ ଦେବା ସହ ଗାଳି ଦେଉଛନ୍ତି । ରାଜ୍ୟ ସରକାରଙ୍କୁ ଅନୁରୋଧ କରି ଶ୍ରୀ ପ୍ରଧାନ କହିଛନ୍ତି ଯେ ଓଡିଶାରେ ବେଶୀ ଜାତୀୟ ରାଜପଥ ନିର୍ମାଣ ହେବା ସମସ୍ତଙ୍କ ଅପେକ୍ଷା । ଫଳରେ ରାଜ୍ୟ ରାଜକୋଷରେ ବ୍ୟୟବରାଦର ଭାର ବଢିବ ନାହିାଁ ଦିଲ୍ଲୀ ସରକାରରୁ ପଇସା ଆସି ଲୋକଙ୍କ ବିକାଶମୂଳକ କାର୍ଯ୍ୟରେ ଲଗାଇବାର ଆବଶ୍ୟକ ରହିଛି ।
ଏଠାକାର ସରକାରଙ୍କ ଗୋଟିଏ ବିଚିତ୍ର ଗୁଣ ଅଛି ଯେ ସେ, ଭାରତ ସରକାରଙ୍କ ଆୟୁଷ୍ମାନ ଭାରତ ଯୋଜନା, ପିଏମ୍ କିଷାନ ଯୋଜନା, ଶୌଚାଳୟ, ରେଳ ଲାଇନ, ରାସ୍ତା କାମରେ ଅସହଯୋଗ କରୁଛନ୍ତି । ଓଡିଶାରେ ପଇସା ନଆସୁ ପଛେ ନରେନ୍ଦ୍ର ମୋଦିଙ୍କ ଉପରେ ଓଡିଆ ଲୋକଙ୍କ ଭରସା ନବଢୁ ଏ ମନ ଭିତରେ ରାଜ୍ୟ ସରକାରଙ୍କ କୁଣ୍ଠା ଅଛି । ନାଗରିକ ମାନେ ହଇରାଣ ଓ ଅତ୍ୟାଚାରିତ ହୁଅନ୍ତୁ କିନ୍ତୁ ଆମ ରାଜନୀତି ଚାଲୁ ବୋଲି ରାଜ୍ୟ ଶାସନରେ ରହିଥିବା ଦଳ ଚାହୁଁଛି ବୋଲି ଶ୍ରୀ ପ୍ରଧାନ କହିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*