ଓସ୍କାର ଗଲା ‘ଗଲି ବୟ୍‌’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଅଭିନେତା ରଣବୀର ସିଂହ ଏବଂ ଆଲିୟା ଭଟ୍ଟ ଅଭିନୀତ ହିନ୍ଦୀ ଚଳଚ୍ଚିତ୍ର ‘ଗଲି ବୟ’କୁ ଭାରତ ପକ୍ଷରୁ ଆନୁଷ୍ଠାନିକଭାବେ ୯୨ତମ ଆକାଡେମୀ ଆୱାର୍ଡ ପାଇଁ ପଠାଯାଇଛି । ଓସ୍କାରର ‘ବେଷ୍ଟ ଇଣ୍ଟରନ୍ୟାସନାଲ ଫିଚର ଫିଲ୍ମ’ ବର୍ଗରେ ଏହି ଫିଲ୍ମର ପ୍ରବେଶ ହୋଇଛି । ଫିଲ୍ମ ଫେଡଡେରେସନ ଅଫ୍‌ ଇନ୍ଦିଆ(ଏଫଏଫଆଇ) ଶନିବାର ଏହି ଘୋଷଣା କରିଛନ୍ତି । ଏଫଏଫଆଇର ସାଧାରଣ ସଚିବ ସୁପର୍ଣ୍ଣ ସେନ୍‌ ସୂଚନା ଦେଇଥିଲେ ଯେ, ଚଳିତ ବର୍ଷ ଓସକାର୍‌ ଦୌଡରେ ଅନୂ୍ୟନ ୨୭ଟି ଫିଲ୍ମ ଥିଲାବେଳେ ତନ୍ମଧ୍ୟରୁ ସର୍ବସମ୍ମତିକ୍ରମେ ଗଲି ବୟ୍‌କୁ ମନୋନୀତ କରାଯାଇଥିଲା । ଉରୀ-ଦ ସର୍ଜିକାଲ ଷ୍ଟ୍ରାଇକ୍‌, କେସରୀ, ବଧାଇ ହୋ, ଆର୍ଟିକିଲ ୧୫ ଏବଂ ଅନ୍ଧାଧୁନ ଭଳି ୨୭ଟି ଫିଲ୍ମ ଓସକାର ଯିବା ଦୌଡରେ ଥିଲେ । ଚଳିତ ବର୍ଷ ଚୟନ କମିଟିରେ ବରିଷ୍ଠ ଅଭିନେତ୍ରୀ ଏବଂ ଫିଲ୍ମ ନିର୍ମାତା ଅପର୍ଣ୍ଣା ସେନ୍‌ ରହିଥିଲେ ।
ଫିଲ୍ମଟିର ନିଦେ୍ର୍ଦଶନା ଜୋୟା ଅଖତାର ଦେଇଥିବାବେଳେ ଏଥିରେ ରଣବୀର ଏବଂ ଆଲିୟାଙ୍କ ବ୍ୟତୀତ ବିଜୟରାଜ, କଲ୍କୀ କୋଚିନ, ସିଦ୍ଧାନ୍ତ ଚତୁର୍ବେଦୀ, ବିଜୟ ବର୍ମା ଏବଂ ଅମୃତା ସୁଭାଷ ପ୍ରମୁଖ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମଟି ୧୪୦ କୋଟି ଟଙ୍କା ଆୟ କରିଥିଲା । ଚଳିତ ବର୍ଷ ବର୍ଲିନ୍‌ ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲରେ ଫିଲ୍ମର ୱାର୍ଲ୍ଡ ପ୍ରିମିୟର କରାଯାଇଥିଲା । ଇନ୍ଦିଆନ୍‌ ଫିଲ୍ମ ଫେଷ୍ଟିଭାଲ ଅଫ ମେଲବର୍ଣ୍ଣଠାରେ ମଧ୍ୟ ଗଲି ବୟ୍‌କୁ ସର୍ବଶ୍ରେଷ୍ଠ ଫିଲ୍ମଭାବେ ସମ୍ମାନ ମିଳିଥିଲା । ଏହାସହ ଏହାକୁ ଦକ୍ଷିଣ କୋରିଆରେ ୨୩ତମ ବୁକିୟନ ଇଣ୍ଟନନ୍ୟାସନାଲ ଫାଣ୍ଟାଷ୍ଟିକ୍‌ ଫିଲ୍ମ ଫେଷ୍ଟିଭାଲ(ବିଆଇଏଫଏଏନ)ରେ ନେଟୱାର୍କ ଫର ଦ ପ୍ରୋମୋସନ୍‌ ଅଫ୍‌ ଏସିଆନ ସିନେମା ଆୱାର୍ଡ ମଧ୍ୟ ମିଳିସାରିଛି । ଗଲି ବୟ୍‌ର ନିର୍ମାତା ଫରହାନ୍‌ ଅଖତାର ମଧ୍ୟ ଟୁଇଟ୍‌ କରି ଗୁଲି ବୟ କୁ ଦେଶ ତରଫରୁ ଓସ୍କାର ପଠାଯିବ ବୋଲି ସୂଚନା ଦିଆଯାଇଛି । ବିଶ୍ୱର ସବୁଠାରୁ ବଡ ମୁମ୍ବାଇର ଧରାବୀ ବସ୍ତିରେ କିପରି ଜଣେ ବ୍ୟକ୍ତି ର୍ୟାପ୍‌ କରି ବିଶ୍ୱରେ ପରିଚିତି ଲାଭ କରିଥିଲା, ତାହା ଫିଲ୍ମରେ ଦର୍ଶାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*