ଓପିଜିସିର ୧୩୨୦ ମେଗାୱାଟ ବିଦ୍ୟୁତ ପ୍ରକଳ୍ପ ଲୋକାର୍ପିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଝାରସୁଗୁଡା
ବନହରପାଲିସ୍ଥିତ ଓପିଜିସିର ୧୩୨୦ ମେଗାୱାଟ ବିଶିଷ୍ଟ ବିଦୁ୍ୟତ ସମ୍ପ୍ରସାରଣ ପ୍ରକଳ୍ପ ଶୁକ୍ରବାର ଲୋକାର୍ପିତ ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ଝାରସୁଗୁଡା ଗସ୍ତ ଅବସରରେ ଓପିଜିସିର ଏହି ପ୍ଳାଣ୍ଟର ୟୁନିଟ-୩ ଓ ୪କୁ ରାଜ୍ୟବାସୀଙ୍କ ଉଦେ୍ଦଶ୍ୟରେ ଉତ୍ସର୍ଗୀକୃତ କରିଥିଲା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ଳାଣ୍ଟ ପାଇଁ ଉର୍ଦ୍ଦିଷ୍ଟ ୮ ମିଲିୟନ ଟନ କ୍ଷମତାର ମନୋହରପୁର କୋଇଲା ଖଣିର ଶୁଭାରମ୍ଭ କରିଥିଲେ ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ କହିଥିଲେ ଯେ, ଏହି ୟୁନିଟ ଦ୍ୱାରା ଶକ୍ତିି କ୍ଷେତ୍ରରେ ଓଡ଼ିଶା ସ୍ୱାବଲମ୍ବୀ ହୋଇପାରିଛି । ଆସନ୍ତା ୨୫ ବର୍ଷ ପାଇଁ ସାରା ରାଜ୍ୟରେ ନିରନ୍ତର ବିଦୁ୍ୟତ ସୁବିଧା ଉପଲବ୍ଧ ହେବ । ରାଜ୍ୟ ସରକାର ସବୁ ଗାଁକୁ ବିଦୁ୍ୟତ ଯୋଗାଇଥିବା ବେଳେ ଭିତ୍ତିଭୂମୀ ବିକାଶ ଦିଗରେ ଉଦ୍ୟମ ଜାରି ରଖିଛନ୍ତି । ଏହି ପ୍ରକଳ୍ପ ପାଇଁ ବସ୍ଥାପିତ ପରିବାରମାନଙ୍କୁ ନୂତନ କଲୋନୀରେ ଅବସ୍ଥାପିତ କରାଯାଇ ସେମାନଙ୍କର ସବୁ ପ୍ରକାର ସୁବିଧା ଦିଗରେ ପଦକ୍ଷେପ ନିଆଯାଇଛି । ଏହାପରେ ମୁଖ୍ୟମନ୍ତ୍ରୀ ରାଉରକେଲା ଗସ୍ତ କରି ଅନେକ ଉନ୍ନୟନ ମୂଳକ କାର୍ଯ୍ୟର ଶୁଭାରମ୍ଭ କରିଥିଲେ । ସୁନ୍ଦରଗଡ ଜିଲ୍ଲା ପାଇଁ ୩୩୬.୬ କୋଟି ଟଙ୍କାର ୨୩ ପ୍ରକଳ୍ପ ଉଦଘାଟନ କରିଥିଲା ବେଳେ ୩୦୯.୭୮ କୋଟି ଟଙ୍କାର ୧୯ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ । ଓପିଜିସି ୟୁନିଟର ଲୋକାର୍ପଣ ଅବସରରେ ସାଂସଦ ପ୍ରଭାସ ସିଂହ, ଶ୍ରମମନ୍ତ୍ରୀ ସୁଶାନ୍ତ ସିଂ, ଶକ୍ତି ସଚିବ ହେମନ୍ତ ଶର୍ମାଙ୍କ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଦୁଇଟି ୟୁନିଟ ପାଇଁ ୧୫ ହଜାର କୋଟି ଟଙ୍କା ଖର୍ଚ୍ଚ ହୋଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*