ଓଡିଶା ସ୍କାଉଟ ଗାଇଡ୍ ଦ୍ୱାରା ଶାନ୍ତିର ବାର୍ତ୍ତାବହ କର୍ମଶାଳା ଉଦ୍ଘାଟିତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡିଶା ରାଜ୍ୟ ଭାରତ ସ୍କାଉଟସ୍ ଏବଂ ଗାଇଡସ୍ ଆନୁକୂଲ୍ୟରେ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ “ଶାନ୍ତିର ବାର୍ତ୍ତାବହ” ସଂଯୋଜକ ମାନଙ୍କର ଏକ କର୍ମଶାଳା ରାଜ୍ୟ ମୁଖ୍ୟାଳୟ ପରିସରରେ ଆୟୋଜିତ ହୋଇଅଛି । ଏହି କର୍ମଶାଳା ଆସନ୍ତା ୨୭ ତାରିଖ ଯାଏ ଚାଲିବ । ରାଜ୍ୟର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରୁ ୬୪ ଜଣ ଯୁବ ସ୍କାଉଟ ମାଷ୍ଟର, ଗାଇଡ୍ କ୍ୟାପଟେନ, ରୋଭର ଲିଡର ଏବଂ ରେଞ୍ଜର ଲିଡର ଉକ୍ତ କର୍ମଶାଳାରେ ଯୋଗଦେଇ ତାଲିମ ନେଉଛନ୍ତି । ସୋମବାର ରାଜ୍ୟ ମୁଖ୍ୟକମିଶନର ଡଃ. କାଳିପ୍ରସାଦ ମିଶ୍ର ଆନୁଷ୍ଠାନିକ ଭାବେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଉକ୍ତ କର୍ମଶାଳାକୁ ଉଦ୍ଘାଟନ କରିଥିଲେ । ଜାତୀୟ କାର୍ଯ୍ୟାଳୟରୁ ଉପନିଦେ୍ର୍ଦଶକ (ବାଳକ କାର୍ଯ୍ୟକ୍ରମ)ର ଅମର ବି. ଛେତ୍ରୀ, କର୍ଣ୍ଣାଟକର ଜାତୀୟ ସଂଯୋଜକ ମଧୁସୁଦନ ଆଭାଲା, ରାଜ୍ୟ ସଂଯୋଜକ ଡଃ ଅରୁଣ କୁମାର ନାୟକ, ଏମ୍. ଲକ୍ଷ୍ମୀ କିରଣ, ଅନୁରାଗ ସିଂହ ଓ ରାଜ୍ୟ ଶାଖାର ଅବିନାଶ ଗଡନାୟକ ଉକ୍ତ କର୍ମଶାଳାକୁ ପରିଚାଳନା କରିବା ପାଇଁ ଯୋଗଦାନ କରିଅଛନ୍ତି । ଉଦ୍ଘାଟନୀ ସମାରୋହରେ ଉପସ୍ଥିତ ରାଜ୍ୟ ସଂପାଦକ ରାମମୂର୍ତ୍ତି ଦୋରା ଓ ରାଜ୍ୟ କୋଷାଧ୍ୟକ୍ଷ ଶରତ କୁମାର ପାଇକରାୟଙ୍କ ଉପସ୍ଥିତିରେ ଉପନିଦେ୍ର୍ଦଶକ ଶ୍ରୀ ଛେତ୍ରୀ ରାଜ୍ୟ ସଂସ୍ଥା ଦ୍ୱାରା ଆୟୋଜିତ ଉକ୍ତ କର୍ମଶାଳାର ଆୟୋଜନ କରିବାରେ ଓଡିଶା ପ୍ରଥମ ରାଜ୍ୟ ବୋଲି ପ୍ରକାଶ କରିବା ସହିତ ମୁଖ୍ୟ କମିଶନର ଡଃ. ମିଶ୍ରଙ୍କୁ ଏଥିପାଇଁ କୃତଜ୍ଞତା ଜଣାଇଥିଲେ । ଡଃ. ମିଶ୍ର ଶିବିରାର୍ଥୀମାନଙ୍କୁ ତାଙ୍କ ଉଦ୍ଘାଟନୀ ଭାଷଣରେ ଉକ୍ତ କର୍ମଶାଳାର ଉପଯୁକ୍ତ ବିନିଯୋଗ ପୂର୍ବକ ଅନ୍ତର୍ଜାତୀୟ ସ୍ତରୀୟ ପ୍ରତ୍ୟେକ କାର୍ଯ୍ୟକ୍ରମକୁ ଆହୁରି ବ୍ୟାପକ ପ୍ରଚାର ଓ ପ୍ରସାର କରିବା ପାଇଁ ପ୍ରତ୍ୟେକ ଯୁବପିଢ଼ୀମାନଙ୍କୁ ପ୍ରେରଣା ଦେବାକୁ ପରାମର୍ଶ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*