ଓଡିଶା ଠିକାଦାର ସଂଘର ଆମରଣ ଅନଶନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ଓଡିଶାର ଠିକାଦାରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ମନୋଭାବର ପ୍ରତିବାଦ କରି ରାଜ୍ୟବ୍ୟାପୀ ରାଜରାସ୍ତାକୁ ଓହ୍ଲାଇଥିବା ଓଡିଶା ଠିକାଦାର ସଂଘ ପକ୍ଷରୁ ଆଜି ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯିବା ସହ ଆମରଣ ଅନଶନ ଆରମ୍ଭ କରାଯାଇଛି । ରାଜ୍ୟୀ ସମସ୍ତ ଜିଳ୍ଲାରୁ ପ୍ରାୟ ୫ହଜାରରୁ ଊର୍ଦ୍ଧ ଠିକାଦାର ଏହି ପ୍ରତିବାଦ ବିକ୍ଷୋଭରେ ସାମିଲ ହୋଇ ରାଜ୍ୟସରକାର ସକରାତ୍ମକ ମାନସିକତା ପୋଷଣ କରି ଓଡିଶା ଠିକାଦାର ମାରଣ ନୀତିରେ ପରିବର୍ତ୍ତନ କରନ୍ତୁ ବୋଲି ଦାବି କରିଛନ୍ତି । ସଂଘର ସଭାପତି ପ୍ରଭାତ ଦାଶଙ୍କ ନେତୃତ୍ୱରେ ଠିକାଦାର ମାନେ ଏକ ଶୋଭାଯାତ୍ରାରେ ଆସି ଲୋୟର ପିଏମଜି ସ୍ଥିତ ଧାରଣା ସ୍ଥଳରେ ସମବେତ ହେବା ପରେ ଆମରଣ ଅନଶନ ଆରମ୍ଭ ହୋଇଥିଲା ।
ସଂଘ ପକ୍ଷରୁ କୁହାଯାଇଛି ଯେ, ଓଡ଼ିଶା ସରକାରଙ୍କର ଓଡ଼ିଶାର ଠିକାଦାରମାନଙ୍କ ପ୍ରତି ଏକ ଅତି ନକାରାତ୍ମକ ମନୋଭାବର ପରିଣାମ ସ୍ୱରୂପ ଆଜି ଓଡ଼ିଶାର ଠିକାଦାରମାନଙ୍କର ବ୍ୟବସାୟ ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ । ଓଡିଶାର ଠିକାଦାର ଆର୍ଥିକ ଦୃଷ୍ଟିରୁ ଗୁରୁତର କ୍ଷତିଗ୍ରସ୍ତ ହୋଇ ଭୀଷଣ ମାନସିକ ଚାପ ଭିତରେ ରହୁଛନ୍ତି । ପ୍ରାୟତଃ ସମସ୍ତେ ଆର୍ଥିକ ଭାବେ ଦେବାଳିଆ ଅବସ୍ଥାକୁ ଆସିଯାଇଅଛନ୍ତି । ଓଡ଼ିଶାର ଠିକାଦାରମାନେ ପ୍ରତିଦିନ ପ୍ରାୟ ୧କୋଟି ଲୋକଙ୍କ ମୁହଁକୁ ଦାନା ଦିଅନ୍ତି । ଓଡିଶାର ଠିକାଦାରମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ବୈମାତୃକ ଆଚରଣ ସିଧାସଳଖ ଭାବେ ଏକ କୋଟି ଓଡ଼ିଆଙ୍କ ପେଟକୁ ଲାତ ମାରିବା ପରିସ୍ଥିତି ସୃଷ୍ଟି କରିଛି ବୋଲି ଅଭିଯୋଗ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*