ଓଡିଆ ସିନେମାରେ ମା’

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

ଓଡିଆ ସିନେମାରେ ମା’ଙ୍କର ବିଭିନ୍ନ ରୂପ ପ୍ରଦର୍ଶିତ କରାଯାଇଛି । କେତେବେଳେ ମା’ଙ୍କୁ ଜନ୍ମଦାତ୍ରୀ ତ କେତେବେଳେ ଦେବୀ ରୂପରେ ଦେଖିବାକୁ ମିଳିଛି । ଓଡିଆ ଚଳଚ୍ଚିତ୍ରର ଅୟମାରମ୍ଭ କାଳରୁ ପୂଜାରେ ମା’ ଦୁର୍ଗା କେତେବେଳେ ମା’ ଶାରଳା ତ କେତେବେଳେ ମା’ ତାରିଣୀ ଏଭଳି ବିଭିନ୍ନ ରୂପରେ ଦର୍ଶକ ଦେଖିବାକୁ ପାଇଛନ୍ତି ।
୨୦୦୦ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡିଆ ଚଳଚ୍ଚିତ୍ର ହେଲା ସିଂହବାହିନୀ । ସିଂହବାହିନୀ ହେଉଛନ୍ତି ମା’ ଦୁର୍ଗା । ୨୦୦୦ ମସିହାରେ ପୂଜା ବଜାରରେ ରିଲିଜ୍ ହୋଇଥିଲା ମା’ ସିଂହବାହିନୀ । ପ୍ରଖ୍ୟାତ ପ୍ରଯୋଜକ ସୁବାସ ରାଉତଙ୍କ ପ୍ରଯୋଜିତ ସିଂହବାହିନୀର ନିଦେ୍ର୍ଦଶନା ଦେଇଥିଲେ ପ୍ରଖ୍ୟାତ ନିଦେ୍ର୍ଦଶକ ରାଜୁ ମିଶ୍ର । ଏଥିରେ ବଙ୍ଗୀୟ ନାୟିକା ଅନୁଶ୍ରୀଙ୍କୁ ମା’ ଦୁର୍ଗାଙ୍କ ରୂପରେ ଦେଖିବାକୁ ପାଇଥିଲେ ଦର୍ଶକ । ଏହି ଚଳଚ୍ଚିତ୍ରର କାହାଣୀ ମଧ୍ୟ ବେଶ ରୋମାଞ୍ଚକର ଥିଲା ।
ଓଲିଉଡ୍ର ଶୋ’ମ୍ୟାନ ପ୍ରଶାନ୍ତ ନନ୍ଦଙ୍କ ନିଦେ୍ର୍ଦଶିତ ଏକ ଲୋକପ୍ରିୟ ଚଳଚ୍ଚିତ୍ର ହେଲା ‘ଯା ଦେବୀ ସର୍ବଭୂତେଷୁ’ । ଏହି ସିନେମା ପ୍ରତିଶୋଧ ଉପରେ ଆଧାରିତ ଥିଲା । ଏହି ସିନେମାରେ ନାୟିକା ମାହେଶ୍ୱତା ଦେବୀ ଦୁର୍ଗାଙ୍କ ଭଳି ଖଳନାୟକକୁ ଶାସ୍ତି ବିଧାନ କରୁଥିବାର ଦେଖିବାକୁ ମିଳିଥିଲା । ନରେଶ ମଲହୋତ୍ରା ‘ଯା ଦେବୀ ସର୍ବେଭୁତେଷୁ’ର ପ୍ରଯୋଜନା କରିଥିଲେ । ଏଥିରେ ଖ୍ୟାତନାମା ବଲିଉଡ୍ ଅଭିନେତା ଚରଣ ରାଜ ଖଳନାୟକ ଭୂମିକାରେ ଅଭିନୟ କରିଥିଲେ ।
ଓଡିଆ ଚଳଚ୍ଚିତ୍ର ‘ଦେ ମା ଶକ୍ତି ଦେ’ରେ ମଧ୍ୟ ମା’ଙ୍କର ଶକ୍ତି ପ୍ରଦର୍ଶିତ ହୋଇଥିଲା । ଜଣାଶୁଣା ନିଦେ୍ର୍ଦଶକ ସଞ୍ଜୟ ନାୟକଙ୍କ ନିଦେ୍ର୍ଦଶିତ ଏହି ସିନେମାରେ ଲୋକପ୍ରିୟ ନାୟିକା ଅର୍ଚ୍ଚିତା ମା’ଙ୍କ ଠାରୁ ଆଶୀର୍ବାଦ ଲାଭ କରିବା ପରେ କିପରି ଖଳନାୟକଙ୍କୁ ଉଚିତ୍ ଶାସ୍ତି ଦେଉଛନ୍ତି ତାହା ପ୍ରଦର୍ଶିତ ହୋଇଥିଲା । ଏହି ସିନେମାରେ ଅର୍ଚ୍ଚିତାଙ୍କ ବ୍ୟତୀତ ସିଦ୍ଧାନ୍ତ ଓ ଉଷସୀ ମିଶ୍ର ଓ ଚନ୍ଦନ କର ପ୍ରମୁଖଙ୍କୁ ଦେଖିବାକୁ ପାଇଥିଲେ ଦର୍ଶକ । ଏହି ଫିଲ୍ମରେ ‘ଦେ ମା’ ଶକ୍ତି ଦେ’ ବିପଦରୁ ମୁକ୍ତି ଦେ’ରେ ଥିବା ଟାଇଟଲ ଗୀତଟି ମଧ୍ୟ ବେଶ ଲୋକପ୍ରିୟ ହୋଇଥିଲା ।
ମା’ ମଙ୍ଗଳାଙ୍କ ମହିମା ମଧ୍ୟ କେତୋଟି ଓଡିଆ ଚଳଚ୍ଚିତ୍ରରେ ଦେଖିବାକୁ ମିଳିଛି । ଏଥିମଧ୍ୟରୁ ଗୋଟିଏ ହେଲା ମା’ ମଙ୍ଗଳା । ବାସୁଦେବ ତ୍ରିପାଠୀଙ୍କ ପ୍ରଯୋଜିତ ଏହି ସିନେମାର ନିଦେ୍ର୍ଦଶନା ଦେଇଥିଲେ ସୂରଜ ମିଶ୍ର । ଏଥିରେ ଜ୍ୟୋତି ମିଶ୍ର, ବୁଲୁ, ନୈନା ଦାଶ, ସୂରଜ ମିଶ୍ର ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଏହି ସିନେମା ପୂର୍ବରୁ ବେଶ କିଛି ବର୍ଷ ତଳେ ମା’ ମଙ୍ଗଳା ଟାଇଟଲରେ ଅନ୍ୟ ଏକ ଓଡିଆ ସିନେମା ରିଲିଜ୍ ହୋଇଥିଲା । ଏହାର କାହାଣୀ ମଧ୍ୟ ମା’ ମଙ୍ଗଳାଙ୍କ ଉପରେ ଆଧାରିତ ଥିଲା ।
ଠିକ୍ ସେହିପରି ଓଡିଶାର ପରମ ଆରାଧ୍ୟା ମା’ ତାରିଣୀଙ୍କୁ ମଧ୍ୟ କେତେକ ଓଡିଆ ଚଳଚ୍ଚିତ୍ରରେ ଉପସ୍ଥାପିତ କରାଯାଇଛି । ଖାଲି ସେତିକି ନୁହେଁ, କେତେକ ଓଡିଆ ଚଳଚ୍ଚିତ୍ରରେ ମଧ୍ୟ ତାରିଣୀଙ୍କ ଭଜନ ରହିଛି । ଯାହା ଆଜି ବି ବେଶ ଲୋକପ୍ରିୟ ।
ଆଉ କେତେକ ଓଡିଆ ସିନେମାରେ ମା’ କାଳୀଙ୍କ ପ୍ରସଙ୍ଗ ବି ରହିଛି । ବିଶେଷକରି ପ୍ରଶାନ୍ତ ନନ୍ଦଙ୍କ ନିଦେ୍ର୍ଦଶିତ ସୁପରହିଟ୍‌ ଓଡିଆ ସିନେମା ‘ହିସାବ ନିକାସ’ରେ ମା’ କାଳୀଙ୍କ ଉପରେ ଏକ ସୁନ୍ଦର ଗୀତ ମଧ୍ୟ ପିକ୍ଚରାଇଜ ହୋଇଥିଲା । ଏହି ଗୀତଟି ଥିଲା ଦୀପାଳି ଦୀପାଳି… । ହିସାବ ନିକାସରେ ପ୍ରଶାନ୍ତ ନନ୍ଦ, ଶ୍ରୀରାମ ପନ୍ଦା, ମହାଶ୍ୱେତା, ଶୁଭ୍ରା ପତି ବୀରେନ ରାଉତରାୟ ପ୍ରମୁଖ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ଠିକ୍ ସେହିପରି କେତେକ ଓଡିଆ ଚଳଚ୍ଚିତ୍ରରେ ଦୁର୍ଗା ପୂଜାର ଦୃଶ୍ୟ ଦେଖିବାକୁ ମିଳିଛି ।

Facebooktwittergoogle_plusredditpinterestlinkedinmailFacebooktwittergoogle_plusredditpinterestlinkedinmail

Be the first to comment

Leave a Reply

Your email address will not be published.


*