ଓଟିଟି ପ୍ଳାଟଫର୍ମରେ ରିଲିଜ୍‌ ହେବ ‘ସଡ଼କ-୨’

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


କରୋନା ମହାମାରୀ ଯୋଗୁ ଫିଲ୍ମ ଇନ୍ଦଷ୍ଟ୍ରି ଫିଲ୍ମଗୁଡ଼ିକୁ ସିନେମା ହଲ୍‌ ପରିବର୍ତ୍ତେ ଡିଜିଟାଲି ରିଲିଜ୍‌ କରୁଛନ୍ତି । ଏଭଳି ସ୍ଥିତିରେ ମହେଶ ଭଟ୍ଟଙ୍କ ଭାଇ ମୁକେଶ ଭଟ୍ଟ ‘ସଡ଼କ-୨’ ମୁକ୍ତିଲାଭକୁ ନେଇ ବଡ଼ ଘୋଷଣା କରିଛନ୍ତି । ଆଲିଆ ଭଟ୍ଟ ଏବଂ ଆଦିତ୍ୟ ରୟକପୁର ଷ୍ଟାରର୍‌ ଫିଲ୍ମ ‘ସଡ଼କ-୨’କୁ ମଧ୍ୟ ଓଟିଟି ପ୍ଳାଟଫର୍ମରେ ରିଲିଜ୍‌ କରିବା ଲାଗି ନିଷ୍ପତ୍ତି ନିଆଯାଇଛି । ଜୁଲାଇ ୧୦ ତାରିଖରେ ଏହି ଫିଲ୍ମଟି ସିନେମା ଘରେ ରିଲିଜ୍‌ ହେବାକୁ ଥିବାବେଳେ କରୋନା ଯୋଗୁ ଏପରି ନିଷ୍ପତ୍ତି ନିଆଯାଇଥିବା ମୁକେଶ କହିଛନ୍ତି । କରୋନା ମାମଲା ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଆଗକୁ ସିନେମା ଘର ଖୋଲିବା ନେଇ ଆଶଙ୍କା ରହିଛି । ସୂଚନାଯୋଗ୍ୟ ଯେ, ‘ସଡ଼କ-୨’ ୧୯୯୧ରେ ରିଲିଜ୍‌ ହୋଇଥିବା ପୂଜା ଭଟ୍ଟ ଏବଂ ସଞ୍ଜୟ ଦତ୍ତଙ୍କ ଫିଲ୍ମର ସିକ୍ୱେଲ ଅଟେ । ମହେଶ ଭଟ୍ଟ ଫିଲ୍ମର ନିଦେ୍ର୍ଦଶନା ଦେଇଥିବାବେଳେ ଭାଇ ମୁକେଶ ଭଟ୍ଟ ଏହି ଫିଲ୍ମର ପ୍ରଯୋଜନା ଦାୟିତ୍ୱ ସମ୍ଭାଳିଛନ୍ତି । ଆଲିଆ ଭଟ୍ଟ, ଆଦିତ୍ୟ ରୟ କପୁରଙ୍କ ସମେତ ଫିଲ୍ମରେ ପୂଜା ଭଟ୍ଟ, ସଞ୍ଜୟ ଦତ୍ତ, ଗୁଲସନ୍‌ ଗ୍ରୋଭର୍‌ ପ୍ରମୁଖ ନଜର ଆସିବେ । ପ୍ରକାଶ ଯେ, ଏଇ ନିକଟରେ ଅମିତାଭ ବଚ୍ଚନ ଏବଂ ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ‘ଗୁଲାବୋ-ସିତାବୋ’ ମଧ୍ୟ ଓଟିଟିରେ ରିଲିଜ ହୋଇଥିଲା । ଏହାବ୍ୟତୀତ ସୁଶାନ୍ତ ସିଂ ରାଜପୁତଙ୍କ ମୁକ୍ତିଲାଭ ଅପେକ୍ଷାରେ ଥିବା ଫିଲ୍ମ ‘ଦିଲ୍‌ ବେଚାରା’ ମଧ୍ୟ ଆସନ୍ତା ମାସରେ ଓଟିଟି ପ୍ଳାଟଫର୍ମରେ ରିଲିଜ ହେବ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*