ଓକିଲ ସଂଘ ସଭାଗୃହରେ ଆଇନ ଦିବସ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡ଼ିଆ ଆସିକା

ତାଲୁକ ଲିଗାଲ ସର୍ଭିସ କମିଟି ତଥା ଆସିକା ଓକିଲ ସଂଘର ମିଳିତ ଆନୁକୂଲ୍ୟରେ ଆଇନ ଦିବସ ଓ ସାମ୍ବିଧାନିକ ଦିବସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମ ଆସିକା ଓକିଲ ସଂଘ ସଭା ଗୃହଠାରେ ଅନୁଷ୍ଠିତ ହୋଇଥିବା ବେଳେ ଆସିକା ଏଡିଜେ ସୁଶ୍ରୀ ରାଜଲକ୍ଷ୍ମୀ ପଟ୍ଟନାୟକ, ମୁନସି ଚିନ୍ମୟୀ ଜେନା, ଜେଏମଏଫସି ସୂର୍ଯ୍ୟକାନ୍ତ ଆଚାର୍ଯ୍ୟ ପ୍ରମୁଖ ଯୋଗ ଦେଇଥିଲେ । ଏ ଅବସରରେ ସଂଘ କାର୍ଯ୍ୟାଳୟ ପରିସରରେ ଥିବା ମଧୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସାମ୍ବିଧାନର ମୁଖ୍ୟବନ୍ଧ ସୁରକ୍ଷା ଓ ସମ୍ମାନ ଏବଂ ମୌଳିକ କର୍ତ୍ତବ୍ୟକୁ ସୂଚାରୁ ରୂପେ ପାଳନ ପାଇଁ ଶପଥ ପାଠ କରାଯାଇଥିଲା । ଆଇନ ଦିବସ ପାଳନର ଅବସରରେ ଆଇନକୁ ସମ୍ମାନ ଦେବା, ସାଧାରଣ ଜନତାଙ୍କ ପାଖରେ ଆଇନ ସେବା ପହଞ୍ଚôବ ଏବଂ ଆଇନ ସେବା ମାଧ୍ୟମରେ ଜନତାଙ୍କ ମୁହଁରେ ଖୁସି ଜମାଇବା ଏହାର ମୁଖ୍ୟ ଉଦେ୍ଦଶ୍ୟ ବୋଲି କୁହାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସୁରେନ୍ଦ୍ର ପନ୍ଦା, ଅଜିତ ପଟ୍ଟନାୟକ, ଜୟସେନ ନାହାକ ପ୍ରମୁଖ ନିଜ ବକ୍ତବ୍ୟ ପ୍ରଦାନ କରି ଅତିଥିମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*