ଐତିହାସିକ ବାଲିଯାତ୍ରା ଆରମ୍ଭ ରାଜ୍ୟର ସଂସ୍କୃତିକୁ ଉଜ୍ଜିବୀତ କରିବା ସମସ୍ତଙ୍କ କର୍ତ୍ତବ୍ୟ : ବାଚସ୍ପତି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : କଟକ

କଟକର ଐତିହାସିକ ବାଲିଯାତ୍ରା ମଙ୍ଗଳବାର ସନ୍ଧ୍ୟାରେ ଉଦ୍ଘାଟିତ ହୋଇଯାଇଛି । ରାଜ୍ୟ ବିଧାନସଭାର ବାଚସ୍ପତି ଡକ୍ଟର ସୂର୍ଯ୍ୟନାରାୟଣ ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ଥାନୀୟ ମହାନଦୀ ପଠାରେ ବାଲିଯାତ୍ରା ଉତ୍ସବକୁ ଉଦଘାଟିତ କରିଛନ୍ତି । ରାଜ୍ୟର ଭାଷା, ସାହିତ୍ୟ, ସଂସ୍କୃତିକୁ ଉଜ୍ଜିବୀତ କରିବାକୁ ହେଲେ ସମସ୍ତଙ୍କର ସହଯୋଗ ଏକାନ୍ତ ଆବଶ୍ୟକ ବୋଲି ଏହି ଅବସରରେ ବାଚସ୍ପତି ଡ. ପାତ୍ର ମତବ୍ୟକ୍ତ କରିଥିଲେ । କଟକ ସହର ଭାଇଚାରା, ସଂପ୍ରିତୀ ଏବଂ ସଂସ୍କୃତିର ପ୍ରାଣକେନ୍ଦ୍ର । କଟକ ସହରର ସ୍ୱତନ୍ତ୍ର ବାଣିଜି୍ୟକ ପ୍ରସିଦ୍ଧି ରହିଛି ବୋଲି ବାଚସ୍ପତି ଡ. ପାତ୍ର କହିଥିଲେ । କଟକ ହଜାର ବର୍ଷର ସହର ନୁହେଁ, ଅଢେଇ ହଜାର ବର୍ଷର ସହର କୁହାଗଲେ ଅତୁ୍ୟକ୍ତି ହେବ ନାହିଁ ବୋଲି ସେ କହିଥିଲେ । କଟକର ଐତିହାସିକ ବାଲିଯାତ୍ରା ସହ ବାଲି ଦ୍ୱୀପର ସଂଯୋଗ ସଂପର୍କରେ ବାଚସ୍ପତି ଡ. ପାତ୍ର ଆଲୋକପାତ କରିଥିଲେ ।
ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଇନେ୍ଦାନେସିଆର ରାଷ୍ଟ୍ରଦୂତ ସିଦ୍ଧାର୍ଥୋ ରେଜା ସୂର୍ଯେ୍ୟାଦିପୁର ବିଶିଷ୍ଟ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଓଡିଶା ସହିତ ଇନେ୍ଦାନେସିଆର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହୋଇଛି । ଏହା ସବୁଦିନ ପାଇଁ ବଜାୟ ରହିବ । ବାଲିଯାତ୍ରାକୁ ବୁଲି ସେ ନିଜର ଅଭିଜ୍ଞତାକୁ ମଧ୍ୟ ପ୍ରକାଶ କରିଥିଲେ । ଏହି ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ପଂଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା, ପର୍ଯ୍ୟଟନ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ, ସାଂସଦ ଭର୍ତ୍ତୃହରି ମହତାବ, ଡା. ରାଜଶ୍ରୀ ମଲ୍ଲିକ, କେନ୍ଦ୍ରାଂଚଳ ରାଜସ୍ୱ ଆୟୁକ୍ତ ଅନୀଲ କୁମାର ସାମଲ, ବିଧାୟକ ମହମ୍ମଦ ମୋକିମ୍, ଚନ୍ଦ୍ରସାରଥି ବେହେରା, ଦେବୀରଂଜନ ତ୍ରିପାଠୀ, ସୌଭିକ୍ ବିଶ୍ୱାଳ, ଡାକ୍ତର ପ୍ରମୋଦ କୁମାର ମଲ୍ଲିକ, କଟକ ଜିଲ୍ଲା ପରିଷଦ ସଭାପତି ଜ୍ୟୋତିରେଖା ନାୟକ ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ଏହି ବାଲିଯାତ୍ରା ଉଦଘାଟନ ଉତ୍ସବରେ ଯୋଗଦେଇଥିଲେ ।
ପ୍ରାରମ୍ଭରେ ଜିଲ୍ଲା ସଂସ୍କୃତି ପରିଷଦର ଉପାଧ୍ୟକ୍ଷ ଅତିରିକ୍ତ ଜିଲ୍ଲାପାଳ ବିଜୟ କୁମାର ଖନ୍ଦାୟତରାୟ ଅତିଥିମାନଙ୍କୁ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ତେବେ ସାଂସଦ ଅନୁଭବ ମହାନ୍ତି, ନରେନ୍ଦ୍ର କୁମାର ସ୍ୱାଇଁ ଓ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଦେବୀ ପ୍ରସାଦ ମିଶ୍ରଙ୍କୁ ଉତ୍ସବରେ ଦେଖିବାକୁ ମିଳିନଥିଲା । ଅତିଥିମାନେ ବାଲିଯାତ୍ରା ପୁସ୍ତିକାକୁ ଉନ୍ମୋଚନ କରିଥିଲେ । ଏହି ଅବସରରେ ସଦର ତହସିଲଦାର ସଂଜୟ ପ୍ରତିହାରୀ ଯୋଗଦେଇ ଗତବର୍ଷ ୪୪ ଏକର ପରିମିତ ଜାଗାରେ ବାଲିଯାତ୍ରା ଅନୁଷ୍ଠିତ ହୋଇଥିବା ବେଳେ ଚଳିତ ବର୍ଷ ପ୍ରାୟ ୫୫ ଏକରକୁ ବୃଦ୍ଧି କରାଯାଇଛି । ଏଥର ପ୍ରଥମ ଥର ପାଇଁ ବାଲିଯାତ୍ରା ପଡିଆରେ ୩ଟି ଜଳାଶୟ ନିର୍ମାଣ କରାଯାଇ ବୋଟିଂ ସୁବିଧା ଯୋଗାଇ ଦିଆଯାଇଛି । ସେହିପରି ବାଲିଯାତ୍ରାକୁ ପ୍ରଦୂଷଣମୁକ୍ତ କରିବା ପାଇଁ ‘ମୋ ସାଇକେଲ’ ଏବଂ ‘ମୋ ରିକ୍ସା’ ର ବ୍ୟବସ୍ଥା କରାଯାଇଛି । ଚଳିତ ବର୍ଷ ସମୁଦାୟ ୧୫୦୦ରୁ ଊଦ୍ଧ୍ୱର୍ ଷ୍ଟଲ ଖୋଲାଯାଇଛି । ସେଥିମଧ୍ୟରୁ ୨୦ଟି ସରକାରୀ ଷ୍ଟଲ ରହିଛି । ଓରମାସର ୪୧୦ଟି ଷ୍ଟଲ ରହିଥିବା ବେଳେ ଭିନ୍ନକ୍ଷମମାନଙ୍କ ଦ୍ୱାରା ୧୦୦ଟି ଷ୍ଟଲ ଖୋଲାଯାଇଛି ବୋଲି ତହସିଲଦାର ସୂଚନା ଦେଇଥିଲେ । ଚଳିତ ବର୍ଷ ବାଲିଯାତ୍ରାରେ ଷ୍ଟଲ ବୁକିଂ ବାବଦରେ ୧ କୋଟି ୭୬ ଲକ୍ଷ ୨୪ ହଜାର ଟଙ୍କାର ରାଜସ୍ୱ ଆଦାୟ କରାଯାଇଥିଲା । ଚଳିତବର୍ଷ ଉଠାଦୋକାନୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଭେନ୍ଦିଂ ଜୋନ୍ର ବ୍ୟବସ୍ଥା କରାଯାଇଛି । ଏଥର ୪୩ଟି ଦୋଳି ପଡିଛି । ବାଲିଯାତ୍ରା ସମୟରେ କୈାଣସି ଅଘଟଣର ଆଶଙ୍କା କରି ବ୍ୟବସାୟୀ ଓ ଜନସାଧାରଣଙ୍କ ସୁରକ୍ଷା ନିମନ୍ତେ ପ୍ରଶାସନ ପକ୍ଷରୁ ବାଲିଯାତ୍ରାକୁ ବୀମାଭୁକ୍ତ କରାଯାଇଥିବା ତହସିଲଦାର ଶ୍ରୀ ପ୍ରତିହାରୀ ସୂଚନା ଦେଇଥିଲେ । ଚଳିତ ବର୍ଷ ପଲିଥିନ ବର୍ଜନକୁ କଡାକଡି କରିବାକୁ ସେ ବ୍ୟବସାୟୀମାନଙ୍କୁ ଅନୁରୋଧ କରିଥିଲେ । ପ୍ରଥମେ ସମସ୍ତ ଅତିଥିମାନେ ନୌକାରେ ଆସିଥିବା ବେଳେ ମଂଚ ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ଶୋଭାଯାତ୍ରାରେ ନିଆଯାଇଥିଲା । ଶେଷରେ ଉପ ଜିଲ୍ଲାପାଳ ଶୁଭ୍ରାଂଶୁ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । ବାଲିଯାତ୍ରା କମଟିର ଅନୁରୋଧ କ୍ରମେ ମୁଖ୍ୟ ଅତିଥି ଶ୍ରୀ ପାତ୍ର ଚଳିତ ବର୍ଷ ବାଲିଯାତ୍ରାର ଅବଧି ଦୁଇ ଦିନ ବୃଦ୍ଧି ନିମନ୍ତେ ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ । ଫଳରେ ବାଲିଯାତ୍ରା ୧୯ ତାରିଖ ପରିବର୍ତ୍ତେ ୨୧ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ ବୋଲି ଜିଲ୍ଲା ପ୍ରଶାସନର ଘୋଷଣାକୁ ଅପେକ୍ଷା କରିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*