ଏୟାର ଷ୍ଟ୍ରାଇକ୍‌ ପୂର୍ବରୁ ଜୈଶର ବାଲାକୋଟ କ୍ୟାମ୍ପରେ ସକ୍ରିୟ ଥିଲା ୩୦୦ ମୋବାଇଲ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ଏଜେନ୍ସୀ : ନୂଆଦିଲ୍ଲୀ

ଗତ ଫେବୃଆରୀ ୨୬ରେ ପାକିସ୍ତାନର ବାଲାକୋଟ ଆତଙ୍କୀ କ୍ୟାମ୍ପ ଉପରେ ବାୟୁସେନାର ଏୟାରଷ୍ଟ୍ରାଇକ୍‌ର କିଛି ଘଣ୍ଟା ପୂର୍ବରୁ ସେଠାରେ ଅନୂ୍ୟନ ୩୦୦ଟି ମୋବାଇଲ୍‌ ଫୋନ୍‌ ସକ୍ରିୟ ଥିଲା ବୋଲି ଜଣାପଡିଛି । ନ୍ୟାସନାଲ ଟେକନିକାଲ ରିସର୍ଚ୍ଚ ଅର୍ଗାନାଇଜେସନ (ଏନଟିଆରଓ) ଉକ୍ତ କ୍ୟାମ୍ପରେ ୩୦୦ଟି ଫୋନ୍‌ ସକ୍ରିୟ ଥିବା ସୂଚନା ବାୟୁସେନାକୁ ଦେଇଥିଲା । ଏହାପରେ ସୁରକ୍ଷା ଏଜେନ୍ସୀମାନେ ମଧ୍ୟ ଏଥିରେ ସମହତ ହୋଇଥିଲେ । ଏହାପରେ ବାୟୁସେନା ସେଠାରେ ଏୟାର ଷ୍ଟ୍ରାଇକ୍‌ କରି ଉକ୍ତ କ୍ୟାମ୍ପକୁ ଭରାପୁରି ଧ୍ୱଂସ କରିଦେଇଥିଲା ।
ପାକିସ୍ତାନର ଖାଇବର ପୁଖତନ୍‌ଖ୍ୱା ପ୍ରଦେଶରେ ଥିବା ଜୈଶ-ଇ-ମହମ୍ମଦ ଆତଙ୍କୀ ଶିବିରରେ ଆକ୍ରମଣ ପାଇଁ ବାୟୁସେନାକୁ ସରକାର ଅନୁମତି ଦେବା ପରେ ଏନଟିଆରଓ କୁ ତାହା ଉପରେ ନଜର ରଖିବାର ଦାୟିତ୍ୱ ଦିଆଯାଇଥିଲା । ଆଉ ଷ୍ଟ୍ରାଇକ୍‌ ପୂର୍ବରୁ ଏହା ଯେଇଁ ସୂଚନା ଦେଇଥିଲା, ସେଥିରୁ ସ୍ପଷ୍ଟ ପ୍ରମାଣିତ ହେଉଛି ଯେ, ବାୟୁସେନା ଉଡାଇ ଦେଇଥିବା ଜୈଶ ଶିବିରରେ ୩୦୦ରୁ ଊଦ୍ଧ୍ୱର୍ ଆତଙ୍କୀ ଥିଲେ ।
ପାକ୍‌ ସେନା ୩୫
ଶବକୁ ନେଇଯାଇଥିଲା
ଭାରତୀୟ ବାୟୁସେନା ଜୈଶ ଆତଙ୍କୀ ଶିବିର ଉପରେ ଆକ୍ରମଣ କରିବାର କିଛି ସମୟ ପରେ ପାକିସ୍ତାନୀ ସେନା ଅନୂ୍ୟନ ୩୫ ଜଣ ମୃତ ଆତଙ୍କୀଙ୍କୁ ଅନ୍ୟତ୍ର ନେଇଯାଇଥିବା ସମୟରେ ଜଣେ ଇଟାଲୀୟ ସାମ୍ବାଦିକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ସେ ଅବଶ୍ୟ ଭାରତର ଏୟାରଷ୍ଟ୍ରାଇକରେ ମୃତକଙ୍କ ସଂଖ୍ୟା ୪୦-୫୦ ଏବଂ ଆହତଙ୍କ ସଂଖ୍ୟା ୩୫-୪୦ ହେବ ବୋଲି କହିଛନ୍ତି । ଫ୍ରାନାସେସକ ମାରିନ, ୱିଅନ ଟିଭିକୁ ଏବାବଦରେ ସୂଚନା ଦେଇ କହିଛନ୍ତି ଯେ, ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନୀ ଆମ୍ବୁଲାନ୍ସଗୁଡିକ ଘଟଣାସ୍ଥଳରେ ପହଞ୍ଚôଥିଲେ । ସେଠାରେ ପାକିସ୍ତାନୀ ସେନା ସବୁ ଆମ୍ବୁଲାନ୍ସ କର୍ମଚାରୀଙ୍କଠାରୁ ମୋବାଇଲ୍‌ ଫୋନ୍‌ ସବୁ ନେଇଯାଇଥିଲା । ଅନୂ୍ୟନ ୩୫ ଟି ଶବକୁ ସେନା ଅନ୍ୟତ୍ର ସ୍ଥାନାନ୍ତର କରିଥିଲା । ଏହି ସୂଚନା ସେ ବାଲାକୋଟରେ ରହୁଥିବା ନିଜର ଜେଈ ବିଶ୍ୱସ୍ତ ବ୍ୟକ୍ତିଙ୍କଠାରୁ ପାଇଛନ୍ତି ବୋଲି ମାରିନ୍‌ ଦାବି କରିଛନ୍ତି ।
ଆଝାର ଜୀବିତ
ପାକିସ୍ତାନର ପଞ୍ଜାବ ପ୍ରଦେଶ ମନ୍ତ୍ରୀ ଫୈୟାଜ ଉଲ ହାସନ ଦାବି କରିଛନ୍ତି ଯେ, ମସୁଦ ଆଝାର ଜୀବିତ ଅଛି । ସେ ମରିଥିବାର କୌଣସି ଖବର ଆମ ପାଖରେ ନାହିଁ ବୋଲି ସେ କହିଛନ୍ତି । ପ୍ରକାଶ ଥାଉ କି, ଦିନକ ପୂର୍ବରୁ ମସୁଦ ଆଝାରର ମୃତୁ୍ୟ ହୋଇଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ଖୁବ୍‌ ଚର୍ଚ୍ଚା ହୋଇଥିଲା । ପରେ ଅବଶ୍ୟ ଏହାକୁ ପାକିସ୍ତାନର ଏକ ଟ୍ରିକ୍‌ ବୋଲି କୁହାଯାଇଥିଲା । ଅପରପକ୍ଷରେ ଜାତିସଂଘ ସୁରକ୍ଷା ପରିଷଦରେ ମସୁଦ ଆଝାରକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବା ସକାଶେ ଆଗତ ପ୍ରସ୍ତାବକୁ ବିରୋଧ କରିବାରୁ ନିବୃତ୍ତ ରହିବାକୁ ପାକିସ୍ତାନ ନିଷ୍ପତ୍ତି ନେଇ ରିପୋର୍ଟରୁ ପ୍ରକାଶ । ମସୁଦ ଉପରେ ପ୍ରତିବନ୍ଧକ ଲଗାଇବାକୁ ୟୁଏନଏସସିରେ ଆମେରିକା, ଫ୍ରାନ୍ସ ଏବଂ ବ୍ରିଟେନ ପ୍ରସ୍ତାବ ଆଗତ କରିଛି । ପୂର୍ବରୁ ଏହାକୁ ବିରୋଧ କରିଆସୁଥିବା ଚୀନ ବି ଏଥିନେଇ କୌଣସି ପ୍ରତିକ୍ରିୟା ଦେଇନାହିଁ । ଏବେ ପାକ୍‌ ସରକାର ମଧ୍ୟ ମସୁଦ୍‌ ଅଜହର ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ବିଚାର କରୁଥିବା ଜଣାପଡିଛି । ହେଲେ ତା ବିରୋଧରେ କେଉଁପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ, ସେନେଇ କିଛି ସ୍ଥିର କରିନି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*