ଏୟାରଟେଲ ହେବାକୁ ଯାଉଛି ବିଦେଶୀ କମ୍ପାନୀ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ଘରୋଇ ଟେଲିକମ କମ୍ପାନୀ ଭାରତୀ ଏୟାରଟେଲ ଆସନ୍ତା ମାସରେ ବିଦେଶୀ କମ୍ପାନୀ ହୋଇପାରେ । ଏହି ଚର୍ଚ୍ଚା ଆଗକୁ ଆସିବାର କାରଣ ହେଉଛି ଭାରତୀ ଏୟାରଟେଲର ପ୍ରମୋଟର ଭାରତୀ ଟେଲିକମ୍‌ କିଛି ବିଦେଶୀ କମ୍ପାନୀଙ୍କ ପକ୍ଷରୁ ନିବେଶ ନେଇ ସରକାରଙ୍କ ଅନୁମତି ମାଗିଛି ।
ସୂଚନା ଅନୁସାରେ ଭାରତୀ ଟେଲିକମ ସିଙ୍ଗାପୁରର କମ୍ପାନୀ ସିଙ୍ଗଟେଲ ଏବଂ ଅନ୍ୟ ବିଦେଶୀ କମ୍ପାନୀଙ୍କ ପକ୍ଷରୁ ୪୯ଶହ କୋଟି ନିବେଶ ନିମନ୍ତେ ସରକାରଙ୍କ ଠାରୁ ଅନୁମତି ଲୋଡିଛି । ଏହି ନିବେଶ ସହ ଦେଶର ସବୁଠୁ ପୁରୁଣା ଟେଲିକମ ଅପରେଟର କମ୍ପାନୀ ଏକ ବିଦେଶୀ କମ୍ପାନୀ ହେବ । ଏହି ନିବେଶ ଶହ ଭାରତୀ ଏୟାରଟେଲରେ ବିଦେଶୀ କମ୍ପାନୀଙ୍କ ଭାଗିଦାରୀ ୫୦%ରୁ ଅଧିକ ହୋଇଯିବ । ବର୍ତ୍ତମାନ ସମୟରେ ସୁନୀଲ ଭାରତୀ ମିତଲ ଏବଂ ତାଙ୍କ ପରିବାର ନିକଟରେ ଭାରତୀ ଟେଲିକମର ୫୨%ର ଅଂଶଧନ ରହିଛି । ଅନ୍ୟପଟେ ଭାରତୀ ଏୟାରଟେଲରେ ଭାରତୀ ଟେଲକମର ଭାଗିଦାରୀ ପାଖାପାଖି ୪୧% ଅଛି । କମ୍ପାନୀରେ ବିଦେଶୀ ନିବେଶକଙ୍କ ଭାଗିଦାରୀ ୨୧.୪୬% ଏବଂ ପବ୍ଲିକ୍‌ ସେୟାର ହୋଲଡିଂ ୩୭% ଅଛି । କୁହାଯାଉଛି ଯେ, ଭାରତୀ ଏୟାରଟେଲର ଏହି ପ୍ରସ୍ତାବକୁ ଚଳିତ ମାସରେ ମଂଜୁରୀ ମିଳିପାରେ । ପୂର୍ବରୁ ଟେଲିକମ ବିଭାଗ ଭାରତୀ ଏୟାରଟେଲର ଏଫଡିଆଇ ଆବେଦନକୁ ଖାରଜ କରିଥିଲା । ବିଭାଗ ପକ୍ଷରୁ କୁହାଯାଇଥିଲା ଯେ, କମ୍ପାନୀ ନିଜ ଆବେଦନରେ ବିଦେଶୀ ନିବେଶକଙ୍କୁ ନେଇ ସ୍ପଷ୍ଟ ସୂଚନା ଦେଇନଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*