ଏହି ମନ୍ଦିରରେ ଅଛି ସମୁଦ୍ର ମନ୍ଥନରୁ ମିଳିଥିବା ‘ଅମୃତ କଳସ’!

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଜାକର୍ତ୍ତା

ହିନ୍ଦୁ ପୁରାଣରେ ସମୁଦ୍ର ମନ୍ଥନକୁ ନେଇ ଅନେକ ବିଷୟ ଉଲ୍ଲେଖ ରହିଛି । ଏହା ମଧ୍ୟରୁ ଅମୃତ କଳସ ଅନ୍ୟତମ । ଅନେକ ଏହାକୁ କାଳ୍ପନିକ ଘଟଣା ବୋଲି ମାନିନେଇଛନ୍ତି । ହେଲେ କିଛି ବିଦ୍ୱାନଙ୍କ ମତରେ ଇନେ୍ଦାନେସିଆରେ ଆଜି ବି ଏହି କଳସ ରହିଛି । ଆଉ ଚକିତ କଲା ଭଳି ବିଷୟ ହେଉଛି ଏହି କଳସ ଭିତରେ ଅମୃତ ଭଳି ଏକ ତରଳ ଦ୍ରବ୍ୟ ରହିଛି ।
ଇନେ୍ଦାନେସିଆର ମଧ୍ୟ ଏବଂ ପୂର୍ବ ଜାଭା ପ୍ରାନ୍ତର ସୀମାରେ ମାଉଁ ଲାବୁ ନାମକ ଏକ ସ୍ଥାନ ରହିଛି । ଏଠାରେ କନ୍ଦି ସୁକୁହ ନାମକ ଏକ ମନ୍ଦିର ଅଛି । ଏହି ମନ୍ଦିରଟି ପାଖାପାଖି ୨୯୯୦ ଫୁଟ ଉଚ୍ଚରେ । ବିଶେଜେ୍ଞଙ୍କ ମତରେ ମନ୍ଦିର ଭିତରେ ଏକ କଳସ ରହିଛି । ଯାହା ହେଉଛି ସେହି ପୁରାଣ ବର୍ଣ୍ଣିତ ଅମୃତ କଳସ । ୨୦୧୬ ମସିହାରେ ଇନେ୍ଦାନେସିଆର ପତ୍ନତତ୍ତ୍ୱ ବିଭାଗ ମନ୍ଦିର ମରାମତି ସମୟରେ ଏହା ଥିବା ଜାଣିପାରିଥିଲା । ତମ୍ବାର ଏହି କଳସ ଉପରେ ଏକ ଶିବଲିଙ୍ଗ ସ୍ଥାପିତ ଥିଲା ବେଳେ କଳସ ଭିତରେ କିଛି ଦ୍ରବ୍ୟ ଭରି ରହିଛି । ଏତେ ଶହ ବର୍ଷ ପରେ ମଧ୍ୟ ଏହି ଦ୍ରବ୍ୟଟି ଶୁଖିନଥିବା ସମସ୍ତଙ୍କୁ ଚକିତ କରିଛି । ବଡ଼ କଥା ହେଉଛି ଯେଉଁ କାନ୍ଥର ମୂଳଦୁଆରୁ ଏହି କଳସ ମିଳିଥିଲା ସେହି କାନ୍ଥର ବିଷୟ ମହାଭାରତର ଆଦି ପର୍ବରେ ବର୍ଣ୍ଣନା କରାଯାଇଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*