ଏସ୍ଟିଏଫ୍ର ଚଢ଼ାଉ ୯୫ କେଜି ଗଞ୍ଜେଇ ଜବତ, ଜଣେ ଗିରଫ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ନିର୍ଭୟ ମିଡିଆ : ଭୁବନେଶ୍ୱର

କମିଶନରେଟ୍ ପୁଲିସ ୩ ହାଇପ୍ରୋଫାଇଲ କାର୍ରୁ ୧ କ୍ୱିଟାଂଲ ୩୫ କେଜି ଗଞ୍ଜେଇ ଜବତ କରିବା ସହ ୬ ପେଶାଦାର ନିଶା ବେପାରୀଙ୍କୁ ଗିରଫ କରିଥିଲା । ନିଶା ବେପାରୀମାନେ ନିଶା ବ୍ୟବସାୟୀମାନେ ଏହିଭଳି ଢ଼ଙ୍ଗରେ କମିଶନରେଟ୍ ପୁଲିସକୁ ଚକମା ଦେଇ କରୁଛନ୍ତି ନିଶା କାରବାର । ଖାଲି ସେତିକି ନୁହେଁ ରାଜଧାନୀର ଛାତି ଉପରେ କମିଶନରେଟ୍ ପୁଲିସ ଚ୍ୟାଲେଞ୍ଜ ଦେଇ ଏଭଳି କାରବାର କରୁଛନ୍ତି । କାଁ ଭାଁ ନିଶା ବେପାରୀଙ୍କ ଗିରଫ ହେଉଥିବାବେଳେ ଅନେକ ହାଡକୋର ଅପରାଧୀ ଖସି ପଳାଉଛନ୍ତି । କ୍ରାଇମ୍ବ୍ରାଞ୍ଚର ସ୍ପେଶାଲ ଟାକ୍ସ ଫୋର୍ସ (ଏସ୍ଟିଏଫ୍) ମଙ୍ଗଳବାର ଦିନ ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅଚଂଳରେ ଚଢ଼ାଉ କରି ଜଣେ ଗଞ୍ଜେଇ ବ୍ୟବସାୟୀକୁ ଗିରଫ କରିଛି । ତା’ ନିକଟରୁ ଏସ୍ଟିଏଫ୍ ୯୫ କେଜି ଓଜନର ଗଞ୍ଜେଇ ଜବତ କରିବାରେ ସକ୍ଷମ ହୋଇଛି । ଏସଂକ୍ରାନ୍ତରେ ବେଗୁନିଆ ଥାନା ପୁଲିସ ଏକ ମାମଲା ରୁଜୁ କରିବା ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତ ହେଲା ବେଗୁନିଆ ଥାନା ଅଧିନ ବାରବାଟି ଗାଁର ଦୀନବନ୍ଧୁ ମହାପାତ୍ର । ସୂଚନାଯୋଗ୍ୟ, ଦୀନବନ୍ଧୁ ଗତ କିଛି ବର୍ଷ ହେବ ଗଞ୍ଜେଇ ବେପାର କରି ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରୁଥିଲା । ଏସଂକ୍ରାନ୍ତରେ ଅଭିଯୋଗ ହେଉଥିଲେ ମଧ୍ୟ ତାକୁ ଧରିବାରେ ସ୍ଥାନୀୟ ପୁଲିସ ଫେଲ୍ ମାରିଥିଲା । ତା’ ସମ୍ପର୍କରେ ଏସ୍ଟିଏଫ୍ ଏକ ନିର୍ଭରଯୋଗ୍ୟ ସୂତ୍ରରୁ ଖବରପାଇବା ପରେ ଆଜି ଏକ ଟିମ୍ ତା’ ଘରେ ଅଚାନକ ଚଢ଼ାଉ କରିଥିଲା । ଦୀନବନ୍ଧୁକୁ କାବୁ କରିବା ପରେ ତା’ ଘର ଯାଞ୍ଚ କରି ଉପରୋକ୍ତ ପରିମାଣର ଗଞ୍ଜେଇ ପାଇଥିଲା । ଏହାପରେ ଏସ୍ଟିଏଫ୍ ଅଭିଯୁକ୍ତ ସହ ଜବତ ଗଞ୍ଜେଇକୁ ବେଗୁନିଆ ପୁଲିସ ଜିମା ଦେଇଥିଲା ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*