ଏସେଲ ଓ ରୁଙ୍ଗଟ ଖଣିରେ ଧାରଣ: ଆମକୁ କାମ ଦିଅ, ନହେଲେ ବିଷ ଦେଇ ମାରିଦିଅ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଯୋଡା

ଜୁରୁଡିସ୍ଥିତ ଏସେଲ ଖଣି ଏବଂ ଜଜାଙ୍ଗସ୍ଥିତ ରୁଙ୍ଗଟା ଖଣିରେ କର୍ମ ନିଯୁକ୍ତି ଦାବିରେ ବୁଧବାର ଯୋଡା ଖଣି ମନ୍ଦଳ ଅଧୀନ ଜଜାଙ୍ଗ, ଜଲହରି, ଜୁରୁଡି ପଞ୍ଚାୟତର ୩ ହଜାରରୁ ଊର୍ଦ୍ଧ୍ୱ ବାସିନ୍ଦା ଖଣି ଫାଟକ ସମ୍ମୁଖରେ ଧାରଣାରେ ଦେଇଥିବା ଦେଖିବାକୁ ମିଳିଛି । ସେମାନଙ୍କ ଦାବି ମୁତାବକ ଆମକୁ ଖଣିରେ କାମ ଦିଅ ନଚେତ୍ ବିଷ ଦେଇ ମାରିଦିଅ । କ୍ଷୋଭର ସହ ସେମାନେ କହିଛନ୍ତି ଯେ, ଅବ୍ୟବସ୍ଥିତ ଢଙ୍ଗରେ ଖଣି କାର୍ଯ୍ୟ ଯୋଗୁଁ ଆମର ଖଣି ଗଲା, ଜଙ୍ଗଲ ଗଲା, ଚିରୋସ୍ରୋତା ଝରଣାଗୁଡିକ ବନ୍ଦ ହେଲା, ପ୍ରଦୂଷଣ ଯନ୍ତାରେ ଆମେ ଛଟପଟ, ରାସ୍ତା ଘାଟର ଦୁରବସ୍ଥା କହିଲେ ନସରେ, ମୌଳିକ ସୁବିଧା ନାହିଁ କହିଲେ ଚଳେ, ଖଣି କମ୍ପାନୀମାନଙ୍କର ପାରିପାଶ୍ୱର୍ିକ ଉନ୍ନୟନ ନାମକୁ ମାତ୍ର, ବିଶ୍ୱ ଜଗତୀ କରଣର ଦ୍ୱାହି ଦେଇ ଶତପ୍ରତିଶତ ଯାନ୍ତ୍ରୀକ ଖଣିର ପ୍ରଚଳନ କରାଗଲା, ଶ୍ରମିକ ଛଟେଇ ହୋଇ କାମ ଧନ୍ଦା ହରାଇଲେ, ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଜୀବିକା ନିର୍ବାହ କରୁଥିବା ଆଦିବାସୀମାନଙ୍କର ଜୀବିକା ଗଲା, ଯାହା କିଛି ଚାଷ ଜମି ଥିଲା ମାତ୍ରାଧିକ ପ୍ରଦୂଷଣ ଏବଂ ଜଳାଭାବରୁ ବନ୍ଧ ପାଲଟିଲା ଏପରିସ୍ଥଳେ ବଞ୍ଚି ରହିବା ଆମ ପକ୍ଷେ କଷ୍ଟସାଧ୍ୟ ହୋଇପଡିଛି । ଓଳିଏ ଖାଇଲେ ଓଳିଏ ଓପାସ ରହିବାକୁ ପଡୁଛି । ଖଣି ଯେମିତି ଆମ ପାଇଁ ଆଶୀର୍ବାଦ ବଦଳରେ ଅଭିଶାପ ପାଲିଟି ଯାଇଛି । ଏପରିସ୍ଥଳେ ଖଣିରେ ହେଉଥିବା ପରିବହନ କାର୍ଯ୍ୟ କୌଣସି ଏକଚାଟିଆ ଠିକାଦାର ମାଧ୍ୟମରେ ନକରି ଗ୍ରାମବାସୀମାନଙ୍କ ମାଧ୍ୟମରେ କରାଯିବାକୁ ତିନୋଟି ପଞ୍ଚୟତର ବାସିନ୍ଦାଙ୍କୁ ନେଇ ଗଠିତ୍ ମାରାଂ ବୁରୁ ଡେଭେଲପ୍ମେଣ୍ଟ କମିଟି ପକ୍ଷରୁ ଦୀର୍ଘ ୨ ବର୍ଷ ହେବ ଦାବି କରାଯାଇଆସୁଛି । ଏହି ପରିବହନ ଲାଭାଂଶରେ ଖଣି ପ୍ରଭାବିତ ତିନୋଟି ପଞ୍ଚାୟତର ଗ୍ରାମବାସୀମାନେ ଗୁଜୁରାଣ ମେଣ୍ଟାଇ ପାରିଥାନ୍ତେ । କମ୍ପାନୀ ବାରମ୍ବାର ସେମାନଙ୍କ ସହ ପ୍ରତାରଣ କରିଆସିଥିବା ବେଳେ ଯଦି କମ୍ପାନୀ ତାର ପ୍ରତିଶ୍ରୁତି ରକ୍ଷା କରିନପାରେ ଆମ୍ଭେମାନେ ଧାରଣାରୁ କେବେ ହେଲେ ଓଠିବୁ ନାହିଁ । ବରଂ କମ୍ପାନୀ କିମ୍ବା ପ୍ରଶାସନ ଆମକୁ ବିଷ ଦେଇ ମାରିଦେଉ ବୋଲି କମିଟିର ସଭାପତି ଅମର ମାଝି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି । ଏ ସଂକ୍ରାନ୍ତରେ ସେମାନେ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଜିଲ୍ଲା ପୁଲିସ ଅଧିକ୍ଷକ, ବଡବିଲ ତହସିଲଦାର, ଏସ୍ଡିପିଓ, ବାମେବାରୀ ଥାନାକୁ ଅବଗତ କରାଇବା ସହିତ ଏସେଲ ମାଇନିଙ୍ଗ ଏବଂ ରୁଙ୍ଗଟା କମ୍ପାନୀର ସାଧାରଣ ପରିଚାଳକଙ୍କୁ ଏକ ଚରମ ପତ୍ର ଲେଖିଥିବା ଜଣାପଡିଛି । ତେବେ ଉକ୍ତ ଖଣିରେ ପୂର୍ବରୁ ଏକ ଚାଟିଆ ପରିବହନ କରୁଥିବା ଏକ ଠିକା ସଂସ୍ଥା ଶତାଧିକ ମହିଳା ପୁରୁଷଙ୍କୁ ଏକାଠି କରି ଆନେ୍ଦାଳନକାରୀଙ୍କୁ ବିରୋଧ କରିବାକୁ ପ୍ରୟାସ କରୁଥିବା ଦେଖିବାକୁ ମିଳିଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ପୁଲିସକୁ ଲାଠି ଚାଳନା କରିବାର ସମ୍ଭାବନା ଦେଖାଦେଇଥିଲା । ଖବର ଲେଖାଯିବା ପର୍ଯ୍ୟନ୍ତ ଆନେ୍ଦାଳନ ଜାରି ରହିଥିବାବେଳେ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନଥିବା ଜଣାପଡିଛି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*