ଏସିଆନ ଏକ୍ସଲେଣ୍ଟ ଚଳଚ୍ଚିତ୍ର ପୁରସ୍କାର ପାଇଁ ‘କ୍ରାନ୍ତିଧାରା’ ମନୋନୀତ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡିଆ : ଭୁବନେଶ୍ୱର

ସମ୍ମାନଜନକ ଚଳଚ୍ଚିତ୍ର ସମ୍ମାନ ‘ଏସିଆନ୍‌ ଏକ୍ସଲେଣ୍ଟ ଚଳଚ୍ଚିତ୍ର ପୁରସ୍କାର’ ପାଇବା ପାଇଁ ଓଡ଼ିଆ ଚଳଚ୍ଚିତ୍ର ‘କ୍ରାନ୍ତିଧାରା’ ମନୋନୀତ ହୋଇଛି । ଦକ୍ଷିଣ କୋରିଆର ସିଓଲଠାରେ ଅନୁଷ୍ଠିତ ହେବାକୁ ଥିବା ‘ସିଓଲ ଆନ୍ତର୍ଜାତିକ ୟୁଥ୍‌ ଫିଲ୍ମ ଫେଷ୍ଟିଭାଲ ୍‌’ ଅବସରରେ ‘କ୍ରାନ୍ତିଧାରା’କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଏତଦ୍‌ ବ୍ୟତୀତ ଦର୍ଶକ ଓ ଚଳଚ୍ଚିତ୍ର ପ୍ରଯୋଜକ ନିଦେ୍ର୍ଦଶକଙ୍କ ନିମନ୍ତେ ଉଦ୍ଦିଷ୍ଟ ଏହି ଚଳଚ୍ଚିତ୍ର ଉତ୍ସବର ଉଦ୍‌ଘାଟନୀ ଉତ୍ସବରେ ପ୍ରଦୀପ ପ୍ରଜ୍ୱଳନ ନିମନ୍ତେ ନିଦେ୍ର୍ଦଶକ ହିମାଂଶୁ ଖଟୁଆଙ୍କୁ ଯୋଗଦେବା ନିମନ୍ତେ ମଧ୍ୟ ‘ସିଓଲ ଆନ୍ତର୍ଜାତିକ ୟୁଥ୍‌ ଫିଲ୍ମ ଫେଷ୍ଟିଭାଲ’ ପକ୍ଷରୁ ନିମବଣ କରାଯାଇଛି ।
ସୂଚନାଯୋଗ୍ୟ, ବିଶ୍ୱ ଚଳଚ୍ଚିତ୍ର ଜଗତରେ ‘ଏସିଆନ୍‌ ଏକ୍ସଲେଣ୍ଟ ଚଳଚ୍ଚିତ୍ର ପୁରସ୍କାର’ର ଏକ ସ୍ୱତବ ଗୁରୁତ୍ୱ ରହିଛି । ଡ. ଅଚୁ୍ୟତ ସାମନ୍ତଙ୍କ ନିବେଦିତ ତଥା କାଦମ୍ବିନୀ ମିଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ ବ୍ୟାନ୍‌ରରେ ନିର୍ମିତ ଚଳଚ୍ଚିତ୍ର ‘କ୍ରାନ୍ତିଧାରା’ ର ଚିତ୍ରନାଟ୍ୟ ରଚନା ଓ ନିଦେ୍ର୍ଦଶନା ଦେଇଛନ୍ତି ଖ୍ୟାତି ସମ୍ପନ୍ନ ଚଳଚ୍ଚିତ୍ର ନିର୍ଦେଶକ ହିମାଂଶୁ ଖଟୁଆ । ଡ. ଇତି ସାମନ୍ତଙ୍କ କ୍ଷୁଦ୍ରଗଳ୍ପ ‘ଝଡ଼ ପରର ସୂର୍ଯ୍ୟ’ କାହାଣୀ ଆଧାରରେ ଏହା ନିର୍ମିତ । ରାଜନୈତକ ପ୍ରେକ୍ଷାପଟ୍ଟରେ ଜଣେ ନାରୀର ସଂଘର୍ଷମୟ ଗାଥାକୁ ଏକ ସକରାତ୍ମକ ଢଙ୍ଗରେ ଉପସ୍ଥାପନ କରାଯାଇ ପ୍ରସ୍ତୁତ ହୋଇଛି ଚଳଚ୍ଚିତ୍ର ‘କ୍ରାନ୍ତିଧାରା’ । ଏହି ଚଳଚ୍ଚିତ୍ରଟି ପୂର୍ବରୁ ବେଶ୍‌ ଚର୍ଚ୍ଚିତ ହେବା ସହ ବିଭିନ୍ନ ବର୍ଗରେ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଏବଂ ବହୁ ଜାତୀୟ ଓ ଆନ୍ତର୍ଜାତିକ ଚଳଚ୍ଚିତ୍ର ମହୋତ୍ସବରେ ପ୍ରଦର୍ଶିତ ହୋଇ ଉଚ୍ଚ ପ୍ରଶଂସିତ ହୋଇସାରିଛି । ଚଳଚ୍ଚିତ୍ର ‘କ୍ରାନ୍ତିଧାରା’ର ବିଭିନ୍ନ ଭୂମିକାରେ ସମରେଶ ରାଉତରାୟ, ଗାର୍ଗୀ ମହାନ୍ତି, ଦେବାଶିଷ ପାତ୍ର, ପ୍ରିୟ ମିଶ୍ର, ବିଜୟଲକ୍ଷ୍ମୀ ପ୍ରହରାଜ, ବିଦୁ୍ୟତ୍‌ପ୍ରଭା ପଟ୍ଟନାୟକ, ଭକ୍ତ ପ୍ରହ୍ଲାଦ ଚରଣ ପଟ୍ଟନାୟକ, ଚୌଧୁରୀ ଜୟପ୍ରକାଶ ଦାସ ପ୍ରମୁଖ ଅଭିନୟ କରିଛନ୍ତି । ‘କ୍ରାନ୍ତିଧାରା’ ହେଉଛି ଏକମାତ୍ର ଓଡ଼ିଆ ଚଳଚ୍ଚିତ୍ର ଯେଉଁଥିରେ ସମ୍ପୂର୍ଣ୍ଣ ସିଙ୍କ୍‌ ସାଉଟ୍‌ ବ୍ୟବହାର କରାଯାଇଛି । ଏହାର ଚିତ୍ରୋତ୍ତଳନ କରିଛନ୍ତି ସୁଶାନ୍ତ ବାହିନୀପତି, ସମ୍ପାଦନା କରିଛନ୍ତି ଅଜୟ ମିଶ୍ର , ସିଙ୍କ୍‌ ସାଉଟ୍‌ ଭବାନୀ ପ୍ରସନ୍ନ ମଲ୍ଲିକ ଓ ଶବ୍ଦ ଡିଜାଇନ ଦାୟିତ୍ୱ ନିର୍ବାହ କରିଛନ୍ତି ମାନସ ଚୌଧୁରୀ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*