ଏସିଆନ୍ ଆର୍ଚେରୀ: ସ୍ୱର୍ଣ୍ଣ ଜିତିଲେ ଅଭିଷେକ-ଜ୍ୟୋତିଙ୍କ ଯୋଡ଼ି

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ବ୍ୟାଙ୍କକ୍
ଏଠାରେ ବୁଧବାର ଶେଷ ହୋଇଥିବା ୨୧ତମ ଏସିଆନ୍ ଆର୍ଚେରୀ ଚାମ୍ପିୟନ୍ସିପ୍ରେ ସ୍ୱର୍ଣ୍ଣ ଜିତିଛନ୍ତି ଅଭିଷେକ ବର୍ମା ଓ ଜ୍ୟୋତି ସୁରେଖା ଭେନମ୍ଙ୍କ ଭାରତୀୟ ଯୋଡ଼ି । ଏହି ଯୋଡ଼ି କମ୍ପାଉନ୍ଦ ମିକ୍ସ ଇଭେଣ୍ଟରେ ଏହି ପଦକ ହାସଲ କରିଛନ୍ତି । ଚାଇନିଜ୍ ତାଇପେଇର ୟି ସୁ ଆନ୍ ଏବଂ ଚି ଲୁ ଚେନ୍ ଯୋଡ଼ିଙ୍କ ବିପକ୍ଷରେ ୧୮୫-୧୫୧ରେ ବିଜୟ ହାସଲ କରିଥିଲେ ଏହି ଭାରତୀୟ ଯୋଡ଼ି । ଏହି ପ୍ରତିଯୋଗିତାରେ ଭାରତୀୟ ଖେଳାଳି ଗୋଟିଏ ସ୍ୱର୍ଣ୍ଣ, ଦୁଇଟି ରୌପ୍ୟ ଏବଂ ଚାରୋଟି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଭାରତୀୟ ଖେଳାଳିମାନେ ସ୍ୱାଧୀନ ଖେଳାଳି ଭାବରେ ଏଠାରେ ପ୍ରତିଦ୍ୱନ୍ଦିତା କରୁଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*