ଏସିଆନ୍‌ ଯୁବା ବକ୍ସିଂ: ଭାରତୀୟ ମହିଳା ଜିତିଲେ ୫ ସ୍ୱର୍ଣ୍ଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ଉଲାନବାଟର

ଏଠାରେ ଚାଲିଥିବା ଏସିଆନ୍‌ ଯୁବା ବକ୍ସିଂ ପ୍ରତିଯୋଗିତାରେ ଭାରତୀୟ ମହିଳା ଖେଳାଳିମାନଙ୍କର ଜବରଦସ୍ତ ପ୍ରଦର୍ଶନ ଦଳ ସକାଶେ ସ୍ୱର୍ଣ୍ଣବର୍ଷା କରାଇଦେଇଛି । ଫାଇନାଲକୁ ଉଠିଥିବା ଭାରତର ୫ଜଣ ଯାକ ମହିଳା ବକ୍ସର ମ୍ୟାଚ୍‌ ଜିତି ଦେଶ ପାଇଁ ସ୍ୱର୍ଣ୍ଣ ଜିତିଛନ୍ତି । ସେମାନେ ହେଲେ ୫୧କେଜି ବର୍ଗରେ ନାଉରେମ ଚାନୁ, ୬୪ କେଜି ବର୍ଗରେ ଭିନକା, ୭୫ କେଜି ବର୍ଗରେ ସାନାମାଚା ଚାନୁ, ୫୪ କେଜି ବର୍ଗରେ ପୁନମ ଏବଂ ୮୧ କେଜି ବର୍ଗରେ ସୁଷମା । ପୁରୁଷ ବର୍ଗରେ ଭାରତର ସେଲଏ ସଏ ୪୯ କେଜିରେ ଏବଂ ଅଙ୍କିତ ନାରୱାଲ ୬୦ କେଜିରେ ରୌପ୍ୟ ପାଇଛନ୍ତି ଫାଇନାଲରେ ହାରିଯାଇ । ଭାରତ ଏହି ପ୍ରତିଯୋଗିତାରେ ମୋଟ୍‌ ୧୨ଟି ମେଡାଲ ହାସଲ କରିଛି । ୫ଟି ମେଡାଲ ବ୍ରୋଞ୍ଜ ଭାବରେ ଆସିଛି । ୬୯ କେଜିରେ ଅରୁନ୍ଧତୀ, ୮୧ କେଜିରେ କୋମଲ ପ୍ରୀତ, ୫୭ କେଜିରେ ଯସ୍ମିନ, ୯୧ କେଜିରେ ସତେନ୍ଦର ଏବଂ ୯୧ କେଜିରୁ ବେଶି ବର୍ଗରେ ଅମନ ତୃତୀୟ ସ୍ଥାନରେ ରହି ପାଇଛନ୍ତି ବ୍ରୋଞ୍ଜ ପଦକ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*