ଏସିଆନ୍‌ ପାରା ତୀରନ୍ଦାଜ: ବିବେକଙ୍କୁ ସ୍ୱର୍ଣ୍ଣ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail


ଏଜେନ୍ସୀ : ନୂଆଦିଲ୍ଲୀ

ବ୍ୟାଙ୍କକରେ ଅନୁଷ୍ଠିତ ହେଉଥିବା ଏସିଆନ୍‌ ପାରା ତୀରନ୍ଦାଜ ପ୍ରତିଯୋଗିତାରେ ଦେଶ ପାଇଁ ସ୍ୱର୍ଣ୍ଣ ଜିତିଆଣିଛନ୍ତି ବିବେକ ଚିକାରା । ସେ ପୁରୁଷ ରିକର୍ଭ ଓପନ ଇଭେଣ୍ଟରେ ବଢିଆ ପ୍ରଦର୍ଶନ ସ୍ୱର୍ଣ୍ଣ ପଦକ ପାଇଁ ଲଢେଇରେ କରିଥିଲେ । ଥାଇଲାନ୍ଦ କ୍ରୀଡ଼ା ପ୍ରାଧିକରଣ ଆର୍ଚେରୀ ରେଞ୍ଜରେ ଅନୁଷ୍ଠିତ ଫାଇନାଲ ମୁକାବିଲାରେ ୨୯ବର୍ଷିୟ ବିବେକ ଚୀନର ସିଜୁନଙ୍କୁ ୭-୧ରେ ପରାଜିତ କରିଥିଲେ । ଫାଇନାଲକୁ ଯିବା ବାଟରେ ସେ ସେମି ଫାଇନାଲରେ ଦକ୍ଷିଣ କୋରିଆର ପାର୍କଙ୍କୁ ୭-୩ରେ ହରାଇଥିଲେ । ଏହି ପ୍ରତିଯୋଗିତାରୁ ଆସନ୍ତାବର୍ଷ ଟୋକିଓରେ ହେବାକୁ ଥିବା ପାରା ଅଲିମ୍ପିକ୍‌ ସକାଶେ ୧୦ଟି କୋଟା ଟିକେଟ ମିଳିବାର ଅଛି । ପୂର୍ବରୁ ଚିକାରା ଏଥିପାଇଁ ଯୋଗ୍ୟତା ଅର୍ଜନ କରିସାରିଛନ୍ତି ସେ ଏହି ସୌଭାଗ୍ୟ ଏବର୍ଷ ପ୍ରାରମ୍ଭରେ ଅନୁଷ୍ଠିତ ବିଶ୍ୱ ପାରା ଆର୍ଚେରୀ ଇଭେଣ୍ଟରେ ହାସଲ କରିଛନ୍ତି ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*