ଏସିଆନ୍‌ ଆଥଲେଟିକ୍ସ ପାଇଁ ଦୂତୀଙ୍କ ଯୋଗ୍ୟତା ଅର୍ଜନ

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

ନିର୍ଭୟ ମିଡ଼ିଆ : ଭୁବନେଶ୍ୱର

ଦେଶର ଦ୍ରୁତତମ ଧାବିକା ଓଡ଼ିଶାର ଗୌରବ ଦୂତୀ ଚାନ୍ଦ ଆସନ୍ତା ଏସିଆନ୍‌ ଚମ୍ପିଆନ୍‌ସିପ୍‌ ପାଇଁ ୨୦୦ ମିଟର ଇଭେଣ୍ଟ ସକାଶେ ଯୋଗ୍ୟତା ଅର୍ଜନ କରିଛନ୍ତି । ଆସନ୍ତା ଏପ୍ରିଲ ୨୧ରୁ ୨୪ ତାରିଖ ଯାଏଁ କାତାରର ରାଜଧାନୀ ଦୋହାଠାରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହେବ । ବୁଧବାର ନୂଆଦିଲ୍ଲୀର ଜବାହାରରଲାଲ୍‌ ନେହୁରୁ ଷ୍ଟାଡ଼ିୟମରେ ଇନ୍ଦିଆନ୍‌ ଗ୍ରାଁ ପ୍ରିର ଦ୍ୱିତୀୟ ଇଭେଣ୍ଟ ବେଳେ ଦୂତୀ ଯୋଗ୍ୟତା ଅର୍ଜନ କରିଛନ୍ତି । ସ୍ୱର୍ଣ୍ଣ ପଦକ ମଧ୍ୟ ସେ ହାସଲ କରିଛନ୍ତି ବୁଧବାର । ଆସନ୍ତା ଏସିଆନ୍‌ ଆଥଲେଟିକ୍ସ ଚମ୍ପିଆନ୍‌ସିପ୍‌ ପାଇଁ ମହିଳା ୨୦୦ ମିଟର ଇଭେଣ୍ଟର ଯୋଗ୍ୟତା ଟାଇମିଂ ୨୩.୩୦ ସେକେନ୍ଦ ରହିଛି । ସେହି ଟାଇମିଂକୁ ବୁଧବାର ଛୁଇଁଛନ୍ତି ଦୂତୀ ଚାନ୍ଦ । ମହିଳା ୨୦୦ ମିଟର ଫାଇନାଲରେ କେବଳ ୬ ଜଣ ଧାବିକା ସାମିଲ ହୋଇଥିଲେ । ଦୂତୀ ୨୩.୩୦ ସେକେନ୍ଦ ସହ ସ୍ୱର୍ଣ୍ଣ ପଦକ ପାଇଥିଲା ବେଳେ ହରିଆନାର ଅଞ୍ଜଳି ଦେବୀ ୨୪.୧୫ ସେ ଏବଂ ଆନ୍ଧ୍ରପ୍ରଦେଶର ସୁପ୍ରିୟା ମାଡାଲି ୨୪.୪୮ ସେକେନ୍ଦ ସହ ଦୌଡ଼ ଶେଷ କରି ଯଥାକ୍ରମେ ଦ୍ୱିତୀୟ ଓ ତୃତୀୟ ହୋଇଛନ୍ତି । ବୁଧବାର ଅନୁଷ୍ଠିତ ଦ୍ୱିତୀୟ ଗ୍ରାଁ ପ୍ରିରେ ଓଡ଼ିଶାରୁ କେବଳ ଦୂତୀ ହିଁ ଯୋଗ ଦେଇଥିଲେ ।

FacebooktwitterredditpinterestlinkedinmailFacebooktwitterredditpinterestlinkedinmail

Be the first to comment

Leave a Reply

Your email address will not be published.


*